ETV Bharat / entertainment

Liger Trailer Out: ଆକ୍ସନରେ ଭରପୂର ଲାଇଗର ଟ୍ରେଲର, ଦମଦାର ଭୂମିକାରେ ବିଜୟ ଦେବରକୋଣ୍ଡା

author img

By

Published : Jul 21, 2022, 11:00 AM IST

କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଲାଇଗର ଟ୍ରେଲର ଗୁରୁବାର (ଜୁଲାଇ 21) ରିଲିଜ ହୋଇଛି । ଫିଲ୍ମରେ ମୁଖ୍ୟ ଷ୍ଟାରକାଷ୍ଟ ହେଉଛନ୍ତି ଦକ୍ଷିଣ ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ଅନନ୍ୟା ପାଣ୍ଡେ । ଅଧିକ ପଢନ୍ତୁ

ଆକ୍ସନ ଅବତାରରେ ଧମାଲ ମଚାଇଲେ ବିଜୟ ଦେବରାକୋଣ୍ଡା

ହାଇଦ୍ରାବାଦ: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ 'ଲାଇଗର'ର ଟ୍ରେଲର ଗୁରୁବାର (ଜୁଲାଇ 21) ମୁକ୍ତିଲାଭ କରିଛି । ଫିଲ୍ମ 'ଲାଇଗର'ର ମୁଖ୍ୟ ଷ୍ଟାରକାଷ୍ଟ ହେଉଛନ୍ତି ଦକ୍ଷିଣ ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ଅନନ୍ୟା ପାଣ୍ଡେ । ଦର୍ଶକମାନେ ଦୀର୍ଘ ସମୟ ଧରି ଏହାର ଟ୍ରେଲର ରିଲିଜକୁ ଅପେକ୍ଷା କରିଥିଲେ ।

  • " class="align-text-top noRightClick twitterSection" data="">

ବିଜୟଙ୍କ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଲାଇଗରର ଟ୍ରେଲର ବହୁତ ଦମଦାର ରହିଛି । ଏହି 2 ମିନିଟର ଟ୍ରେଲରରେ ବିଜୟ ଦେବରାକୋଣ୍ଡା ଏକ ଜବରଦସ୍ତ ଷ୍ଟାଇଲରେ ନଜର ଆସିଛନ୍ତି । ଅନନ୍ୟା ପାଣ୍ଡେ ମଧ୍ୟ ବହୁତ ସୁନ୍ଦର ଅଭିନୟ କରିଛନ୍ତି । ଫିଲ୍ମ ବିଷୟରେ କହିବା ତ, 2019 ରେ ଫିଲ୍ମ ଘୋଷଣା କରାଯାଇଥିଲା ଏବଂ 2021ରେ ଏହାର ନାଁ ଉପରେ ମୋହର ଲଗାଯାଇଥିଲା । ଫେବୃଆରୀ 2021ରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା । ଏହି ଚଳଚ୍ଚିତ୍ରରେ ରାମ୍ୟା କୃଷ୍ଣନ୍ ମଧ୍ୟ ନଜର ଆସିବେ ।

ଅଗଷ୍ଟ 25ରେ ମୁକ୍ତିଲାଭ କରିବ ଫିଲ୍ମ

ଚଳଚ୍ଚିତ୍ର 'ଲାଇଗର୍'କୁ ଦକ୍ଷିଣର ଜଣାଶୁଣା ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ନିର୍ଦ୍ଦେଶନା ଦେଇଛନ୍ତି, ସେ ତେଲୁଗୁ ସିନେମାର ଏକ ଜଣାଶୁଣା ନାଁ । ବିଜୟ ଫିଲ୍ମ 'ଲାଇଗର' ସହିତ ବଲିଉଡରେ ଡେବ୍ୟୁ କରୁଛନ୍ତି, ତାଙ୍କ ବିପକ୍ଷରେ ଅନନ୍ୟା ପାଣ୍ଡେ ନଜର ଆସିଛନ୍ତି । ଆମେରିକୀୟ ବକ୍ସର ମାଇକ ଟାଇସନଙ୍କ ମଧ୍ୟ ଏହି ଫିଲ୍ମରେ ଏକ କ୍ୟାମୋ ରହିଛି । ଏହି ଫିଲ୍ମ 2022 ଅଗଷ୍ଟ 25ରେ ମୁକ୍ତିଲାଭ କରିବ। ଏହା ବ୍ୟତୀତ କରଣ ଜୋହରଙ୍କ ଲୋକପ୍ରିୟ ଟକ୍ ସୋ କଫି ୱିଥ୍ କରନ୍ ସିଜନ୍ 7 ଜୁଲାଇ 7 ରେ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଡେବ୍ୟୁ କରିବାକୁ ଯାଉଛି । ସୋ' ସହିତ ଜଡିତ ଅନେକ ପ୍ରମୋ ମଧ୍ୟ ସାମ୍ନାକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.