ETV Bharat / entertainment

HBD Vignesh Shivan: ପୁଅଙ୍କ ସହ ପ୍ରଥମ ଜନ୍ମଦିନ ପାଳିଲେ ବିଗ୍ନେଶ, ଏମିତି ୱିସ୍ କଲେ ନୟନତାରା - ବିଗ୍ନେଶ ଶିବନ

ଆଜି ସାଉଥ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ନୟନତାରାଙ୍କ ସ୍ୱାମୀ ବିଗ୍ନେଶ ଶିବନଙ୍କ ଜନ୍ମଦିନ । ଏହି ବିଶେଷ ଅବସରରେ ଅଭିନେତ୍ରୀ ତଥା ତାଙ୍କ ପତ୍ନୀ ନୟନତାରା ରୋମାଣ୍ଟିକ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ନିର୍ଦ୍ଦେଶକ ମଧ୍ୟ ତାଙ୍କ ଜନ୍ମଦିନର ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ପୁଅଙ୍କ ସହ ପ୍ରଥମ ଜନ୍ମଦିନ ପାଳିଲେ ବିଗ୍ନେଶ, ଏପରି ବର୍ଥ ଡେ ୱିସ୍ କଲେ ନୟନତାରା

author img

By ETV Bharat Odisha Team

Published : Sep 18, 2023, 7:55 PM IST

ହାଇଦ୍ରାବାଦ: ସାଉଥ ଲୋକପ୍ରିୟ ନିର୍ଦ୍ଦେଶକ ବିଗ୍ନେଶ ଶିବନ ଆଜି ତାଙ୍କର 38ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ତାଙ୍କ ପତ୍ନୀ ତଥା ଲୋକପ୍ରିୟ ଅଭିନେତ୍ରୀ ନୟନତାରା ସ୍ବାମୀଙ୍କୁ ଏକ ରୋମାଣ୍ଟିକ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ନିର୍ଦ୍ଦେଶକ ତାଙ୍କ ପ୍ରଥମ ଜନ୍ମଦିନକୁ ତାଙ୍କ ପୁଅମାନଙ୍କ ସହ ପାଳନ କରିଛନ୍ତି । ସେ ଏହି ବିଶେଷ ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି।

ପୋଷ୍ଟ ସେୟାର କରି ନୟନତାରାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଗ୍ନେଶ

ନିଜ ଇନଷ୍ଟାଗ୍ରାମରେ ରୋମାଣ୍ଟିକ ଫଟୋ ସେୟାର କରି ନୟନତାରା ତାଙ୍କ ସ୍ୱାମୀ ବିଗ୍ନେଶ ଶିବନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ସେ ଏକ ଲମ୍ବା ନୋଟ୍ ମଧ୍ୟ ସେୟାର କରିଛନ୍ତି। ଫଟୋ ଗୁଡ଼ିକ ସେୟାର କରି କ୍ୟାପସନରେ ସେ ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା। ଏହି ବିଶେଷ ଦିନରେ, ମୁଁ ତୁମ ବିଷୟରେ ବହୁତ ଲେଖିବାକୁ ଚାହେଁ କିନ୍ତୁ ଯଦି ମୁଁ ଆରମ୍ଭ କରେ, ଏହା ସରିବ ବୋଲି ମୁଁ ଭାବୁନାହିଁ। ତୁମେ ମୋତେ ଦେଇଥିବା ଭଲପାଇବା ଏବଂ ଆମ ସମ୍ପର୍କ ପାଇଁ ତୁମର ସମ୍ମାନ ପାଇଁ ମୁଁ କୃତଜ୍ଞ।

ନୟନତାରା ଆହୁରି ଲେଖିଛନ୍ତି, 'ତୁମେ ମୋ ପାଇଁ ସବୁକିଛି । ତୁମ ପରି କେହି ନୁହଁ । ମୋ ଜୀବନରେ ଆସି ମୋ ଜୀବନକୁ ଏତେ ସୁନ୍ଦର କରିଥିବାରୁ ଧନ୍ୟବାଦ । ଜନ୍ମଦିନର ଶୁଭେଚ୍ଛା ମାଇ ଲଭ୍ । ମୁଁ ତୁମକୁ ଭଲପାଏ । ତୁମର ସମସ୍ତ ସ୍ୱପ୍ନ ସାକାର ହେଉ। ଭଗବାନ ତୁମକୁ ଦୁନିଆର ସମସ୍ତ ଖୁସି ଦିଅନ୍ତୁ ।' ନୟନତାରା ଏବଂ ବିଗ୍ନେଶଙ୍କର ଏହି ରୋମାଣ୍ଟିକ ଫଟୋଗୁଡ଼ିକ ସେମାନଙ୍କର ଘରର ବାଲକୋନୀରେ ନିଆଯାଇଛି । ଫଟୋଗୁଡ଼ିକରେ ସେ ତାଙ୍କ ସ୍ୱାମୀଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି।

ଏହା ମଧ୍ୟ ପଢନ୍ତୁ: ଆସିଲା ନୟନତାରାଙ୍କ ପୁଲ୍‌ ଫଟୋ, ସ୍ବାମୀଙ୍କ ସହ ଆସିଲେ ନଜର

ବିଗ୍ନେଶ ବି ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ନୟନତାରାଙ୍କ ପୋଷ୍ଟ ସେୟାର କରିଛନ୍ତି ଏବଂ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, 'ମୋ ଥାଙ୍ଗାମାୟା'। ଦ୍ୱିତୀୟ ଷ୍ଟୋରୀରେ ନିର୍ଦ୍ଦେଶକ ଲେଖିଛନ୍ତି, 'ମାଇ ଲଭ୍, ମୋର ସବୁକିଛି। ସବୁବେଳେ ସବୁ ସମୟରେ ମୋ ସାଥୀରେ ରହିଥିବାରୁ ଧନ୍ୟବାଦ।' ବିଗ୍ନେଶ ତାଙ୍କ ପରିବାର ସହ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଯାହାର ଫଟୋ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ଏକ ସୋଫାରେ ବିଗ୍ନେଶ ତାଙ୍କ 2 ପୁଅ ଏବଂ ପତ୍ନୀ ନୟନତାରାଙ୍କ ସହ ନଜର ଆସିଛନ୍ତି। ବିଗ୍ନେଶ ତାଙ୍କ ପିଲାମାନଙ୍କ ସହ ତାଙ୍କ ପ୍ରଥମ ଜନ୍ମଦିନ ପାଳନ କରିଛନ୍ତି। ଏହି ଫଟୋ ସେୟାର ହେବା ମାତ୍ରେ ପ୍ରଶଂସକମାନେ ଏହି ଫଟୋଗୁଡ଼ିକୁ ବହୁତ ପସନ୍ଦ କରିଛନ୍ତି। ପ୍ରତିକ୍ରିୟାରେ ବିଗ୍ନେଶଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.