ETV Bharat / entertainment

ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ନିଜର ଆସିବେ ବିକି କୌଶଲ

author img

By

Published : Jan 24, 2023, 2:20 PM IST

ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ନିଜର ଆସିବେ ବଲିଉଡ ଅଭିନେତା ବିକି କୌଶଲ । ଆସନ୍ତା ଅଗଷ୍ଟ-ସେପ୍ଟେମ୍ବରରେ ଆରମ୍ଭ ହେବ ସୁଟିଂ । ଅଧିକ ପଢ଼ନ୍ତୁ

Vicky Kaushal upcoming films
ବଲିଉଡ ଅଭିନେତା ବିକି କୌଶଲ

ମୁମ୍ବାଇ: ଖୁବଶୀଘ୍ରଙ୍କ ବିକି କୌଶଲଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ଆସିବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ନିଜର ଆସିବେ ବିକି କୌଶଲ । ଏନେଇ ନିର୍ଦ୍ଦେଶକ ଲକ୍ଷ୍ମନ ଉଟେକରଙ୍କ ସହ ବିକି କୌଶଲ ଫିଲ୍ମ ସାଇନ କରିଛନ୍ତି । ଐତିହାସିକ ଭୂମିକା ପାଇଁ ବିକି ଉପଯୁକ୍ତ ଅଭିନେତା ବୋଲି ନିର୍ଦ୍ଦେଶକ ଲକ୍ଷ୍ମଣ ଉଟେକର କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ପରମବୀର ଚକ୍ର ବିଜେତା ବିକ୍ରମଙ୍କ ନାମରେ ନାମିତ ହେଲା ଦ୍ବୀପ, ଗର୍ବିତ ରିଲ୍‌ ଶେରଶାହ

ଛତ୍ରପତି ସମ୍ଭାଜୀ ମହାରାଜ ହେଉଛନ୍ତି ମରାଠା ସମ୍ରାଜ୍ୟର ପ୍ରତିଷ୍ଠାତା ଶିବାଜୀ ମହାରାଜଙ୍କ ପୁତ୍ର । ଯାହାର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ନିର୍ଦ୍ଦେଶକ ଲକ୍ଷ୍ମଣ ଉଟେକର କହିଛନ୍ତି, "ଅଭିନେତା ବିକି କୌଶଲଙ୍କ ବ୍ୟକ୍ତିତ୍ବ, ଉଚ୍ଚତା ଏବଂ ତାଙ୍କ ଲୁକ ସହିତ ଛତ୍ରପତି ସମ୍ଭାଜୀ ମହାରାଜ ଭୂମିକା ମେଳ ଖାଇବ । ସେ ମଧ୍ୟ ଜଣେ ଭଲ ଅଭିନେତା । ଆମେ କୌଣସି ଲୁକ ଟେଷ୍ଟ କରିନାହୁଁ । ମୁଁ ନିଶ୍ଚିତ ଥିଲେ ଯେ, ସମ୍ଭାଜୀ ମହାରାଜଙ୍କ ଭୂମିକାକୁ ବିକି ନିଭାଇପାରିବେ ।" ତେବେ ଏହି ଫିଲ୍ମ ସୁଟିଂ ପୂର୍ବରୁ ବିକି ଚାରି ମାସ ପାଇଁ ଖଣ୍ଡା ଯୁଦ୍ଧ, ଘୋଡ଼ା ଚଢିବା ଏବଂ ଅନ୍ୟାନ୍ୟ ତାଲିମ ନେବେ । ଏହାପରେ ସୁଟିଂ ଆରମ୍ଭ ହେବ ବୋଲି ଲକ୍ଷ୍ମଣ ଉଟେକର କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: KL Rahul-Athiya Wedding: ବିବାହ ବନ୍ଧନରେ ଆବଦ୍ଧ ହେଲେ ଆଥିୟା-ରାହୁଲ, ଦେଖନ୍ତୁ ଫଟୋ

ବଡ଼ ପରଦାରେ ଛତ୍ରପତି ସମ୍ଭାଜୀ ମହାରାଜଙ୍କ କାହାଣୀ ପ୍ରଦର୍ଶନ ପାଇଁ ଲକ୍ଷ୍ମନ ଆଗ୍ରହୀ ଥିବା କହିଛନ୍ତି । ପୂର୍ବରୁ ଛତ୍ରପତି ଶିବାଜୀ ମହାରାଜଙ୍କ ଚଳଚ୍ଚିତ୍ର ହୋଇସାରିଛି । କିନ୍ତୁ ମରାଠା ସାମ୍ରାଜ୍ୟ ତଥା ମହାରାଷ୍ଟ୍ର ପ୍ରତି ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଯେଉଁ ଅବଦାନ ରହିଛି, ତାହା କେହି ଜାଣି ନାହାନ୍ତି । ଏହି ଫିଲ୍ମଟି ପ୍ରି-ପ୍ରଡକ୍ସନ ପର୍ଯ୍ୟାୟରେ ରହିଛି । ଯାହାର ସୁଟିଂ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଆରମ୍ଭ ହେବ । ନିର୍ଦ୍ଦେଶକ ଲକ୍ଷ୍ମଣ କହିଛନ୍ତି, ବର୍ତ୍ତମାନ ବିକି କୌଶଲ ଏବଂ ସାରା ଅଲ୍ଲି ଖାନଙ୍କ ରୋମାଣ୍ଟିକ-କମେଡି ଫିଲ୍ମର ସୁଟିଂ ଚାଲିଛି । ଏପ୍ରିଲରେ ଏହି ଫିଲ୍ମଟି ରିଲିଜ ହେବ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.