ETV Bharat / entertainment

ଲୋକପ୍ରିୟ ଗଜଲ ଗାୟକ ଭୂପିନ୍ଦର ସିଂଙ୍କ ପରଲୋକ - ଭୂପିନ୍ଦର ସିଂଙ୍କ ପରଲୋକ

ଆରପାରିରେ ଜଣାଶୁଣା ଗଜଲ ଗାୟକ ଭୂପିନ୍ଦର ସିଂ । ପେଟ ସମ୍ବନ୍ଧୀୟ ରୋଗରେ ହୋଇଥିଲେ ସଂକ୍ରମିତ । ଅଧିକ ପଢନ୍ତୁ

ଲୋକପ୍ରିୟ ଗଜଲ ଗାୟକ ଭୂପିନ୍ଦର ସିଂଙ୍କ ପରଲୋକ
ଲୋକପ୍ରିୟ ଗଜଲ ଗାୟକ ଭୂପିନ୍ଦର ସିଂଙ୍କ ପରଲୋକ
author img

By

Published : Jul 18, 2022, 11:07 PM IST

ମୁମ୍ବାଇ: ଆରପାରିରେ ଜଣାଶୁଣା ଗଜଲ ଗାୟକ ଭୂପିନ୍ଦର ସିଂ । ମୁମ୍ବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଭୂପିନ୍ଦର । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ନିକଟରେ ତାଙ୍କୁ ମୁମ୍ବାଇର କ୍ରିଟିକେୟାର ଏସିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ଘଟିଥିବା ବେଳେ ମଙ୍ଗଳବାର ତାଙ୍କର ଶେଷ ରୀତିନୀତି କରାଯିବ । ତାଙ୍କର ପେଟ ସମ୍ବନ୍ଧୀୟ ରୋଗ ହୋଇଥିବା ଜଣାପଡିଛି । ଭୂପିନ୍ଦର ସିଂଙ୍କ ମୃତ୍ୟୁ ବିଷୟରେ ପତ୍ନୀ ମିତାଲି ସିଂ ସୂଚନା ଦେଇଛନ୍ତି ।

କ୍ରିଟିକେୟାର ଏସିଆ ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ଦୀପକ ନାମଜୋଶୀ କହିଛନ୍ତି ଯେ, 'ଭୂପିନ୍ଦରଙ୍କୁ ୧୦ ଦିନ ପୂର୍ବରୁ ଏଠାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସଂକ୍ରମଣ ହୋଇଥିଲା । ତାଙ୍କ ପେଟରେ ଅସୁସ୍ଥତା ଥିବା ଆମେ ସନ୍ଦେହ କରୁଥିଲୁ ଏବଂ ଏହାପରେ ଚିକିତ୍ସା କରିଥିଲୁ । ଏହି ସମୟ ମଧ୍ୟରେ ସେ କୋରୋନାରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ତେବେ ସୋମବାର ସକାଳେ ତାଙ୍କ ଅବସ୍ଥା ବିଗିଡିଥିବା ବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସେ ହୃଦଘାତରେ ପୀଡିତ ହୋଇ ସନ୍ଧ୍ୟା ୭ଟା ୪୫ ମିନିଟରେ ମୃତ୍ୟୁ ବରଣ କରିଥିଲେ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.