ETV Bharat / entertainment

Singer KK Passes Away: ଅଫେରା ରାଇଜରେ ପ୍ରସିଦ୍ଧ ଗାୟକ KK, ସ୍ତବ୍ଧ ସଙ୍ଗୀତ ଜଗତ

author img

By

Published : Jun 1, 2022, 6:36 AM IST

Updated : Jun 1, 2022, 7:35 AM IST

ବଲିଉଡର ପ୍ରସିଦ୍ଧ ଗାୟକ ତଥା କେକେ ନାମରେ ପରିଚିତ କିଷ୍ଣକୁମାର କୁନ୍ନଥଙ୍କ ବିୟୋଗ ହୋଇଛି । 53 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅଧିକ ପଢନ୍ତୁ

ବଲିଉଡ ପ୍ରସିଦ୍ଧ ଗାୟକ KKଙ୍କ ବିୟୋଗ
ବଲିଉଡ ପ୍ରସିଦ୍ଧ ଗାୟକ KKଙ୍କ ବିୟୋଗ

କୋଲକାତା: ବଲିଉଡର ପ୍ରସିଦ୍ଧ ଗାୟକ ତଥା କେକେ ନାମରେ ପରିଚିତ କିଷ୍ଣକୁମାର କୁନ୍ନଥଙ୍କ ବିୟୋଗ ହୋଇଛି । 53 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । କୋଲକାତାରେ ଏକ କାର୍ଯ୍ୟକ୍ରମରେ ମଞ୍ଚରେ ଗୀତ ପରିବେଶଣ କରିବା ପରେ ସେ ହୋଟେଲକୁ ଫେରିଥିଲେ । ଏହା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ଦେହାନ୍ତରେ କଳା ଜଗତ ସ୍ତବ୍ଧ ହୋଇଛି । କେକେଙ୍କ ବିୟୋଗକୁ ଶ୍ରୋତାଙ୍କ ବିଶ୍ବାସ କରିବା ଅସମ୍ଭବ ହୋଇଛି । କେକେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବଲିଉଡର ବହୁ କଳାକାର ଓ କଣ୍ଠଶିଳ୍ପୀ ଶୋକ ପ୍ରକାଶ କରିଛନ୍ତି ।

କେକେଙ୍କ ସ୍ବରରେ ଥିଲା ଯାଦୁ । ତାଙ୍କର ପ୍ରତିଟି ଗୀତରେ ଶ୍ରୋତା ହଜି ଯାଉଥିଲେ । ବଲିଉଡରେ ଅନେକ ଫିଲ୍ମରେ ସେ ଗୀତ ଗାଇଛନ୍ତି । ସେ ଗାଇ ଥିବା ପ୍ରତିଟି ଗୀତକୁ ଗୁଣୁ ଗୁଣାନ୍ତି ଯୁବପିଢି । 1968 ଅଗଷ୍ଟ 23ରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ କେକେ । ବଲିଉଡ ଫିଲ୍ମ ପାଇଁ ସେ ଅଧିକ ଗୀତ ଗାଇଥିଲେ । ଏହାବାଦ ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ, ମରାଠୀ, ବଙ୍ଗଳା, ଗୁଜୁରାଟୀ ଭଳି ଅନେକ ଭାଷାରେ ଗୀତ ଗାଇ କୋଟି କୋଟି ଲୋକଙ୍କ ହୃଦୟରେ ଘର କରିଥିଲେ । 'ୟାରୋ' ଗୀତରୁ ସଫଳତାର ପାହାଚ ଚଢିଥିଲେ କେକେ । ଫିଲ୍ମ 'ହମ ଦିଲ ଦେ ଚୁକେ ହେ ସନମ'ର 'ତଡପ ତଡପ କେ ଇସ ଦିଲ ସେ' ଗୀତ ତାଙ୍କୁ ଆହରୁ ଲୋକପ୍ରିୟ କରାଇଥିଲା । ଏହାଛଡା 'କାଇଟସ' ଫିଲ୍ମରେ 'ଜିନ୍ଦେଗି ଦୋ ପଲ କି', ଜନ୍ନତ ଫିଲ୍ମର 'ଜରା ସା ଦିଲ ମେଁ ଦେ ଜଗା' ଭଳି ହିଟ ଗୀତ ଗାଇଥିଲେ । ଓମ ଶାନ୍ତି ଓମ ଫିଲ୍ମର 'ଆଖୋ ମେ ତେରୀ ଗୀତ', ବଚନା ଏ ହସିନୋ ଫିଲ୍ମର ଖୁଦା ଜାନେ, ବଜରଙ୍ଗୀ ଭାଇଜାନର ଫିଲ୍ମର 'ତୁ ଜୋ ମିଲା' ଭଳି ସୁପରହିଟ ଗୀତ ଗାଇଛନ୍ତି କେକେ । ହେଲେ ଆଉ ତାଙ୍କ ସ୍ବର ଶୁଣିବାକୁ ମିଳିବ ନାହିଁ । ସବୁଦିନ ପାଇଁ ନୀରବି ଯାଇଛି ହୃଦୟରେ ଯାଦୁ ଭରୁଥିବା ସ୍ବର । ଶ୍ରୋତାଙ୍କ ପାଇଁ ତାଙ୍କ ସ୍ବର ଏବେ ସ୍ମୃତି ପାଲଟିଛି ।

  • Saddened by the untimely demise of noted singer Krishnakumar Kunnath popularly known as KK. His songs reflected a wide range of emotions as struck a chord with people of all age groups. We will always remember him through his songs. Condolences to his family and fans. Om Shanti.

    — Narendra Modi (@narendramodi) May 31, 2022 " class="align-text-top noRightClick twitterSection" data=" ">

କେକେଙ୍କ ବିୟୋଗରେ ଶୋକରେ ବୁଡିଛନ୍ତି ସଙ୍ଗୀତପ୍ରେମୀଠୁ ନେଇ କଳାକାର ଜଗତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେକେଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଟ୍ବିଟ କରି ମୋଦି ଲେଖିଛନ୍ତି, '' ଜଣାଶୁଣା ଗାୟକ କୃଷ୍ଣକୁମାର କୁନ୍ନାଥଙ୍କ ଅକାଳ ବିୟୋଗରେ ମୁଁ ଦୁଃଖିତ । ତାଙ୍କର ପ୍ରତି ଗୀତ ବିଭିନ୍ନ ବୟସ ବର୍ଗର ଲୋକଙ୍କ ମଧ୍ୟରେ ଏକ ଉତ୍ସାହ ଭାବନାକୁ ପ୍ରତିଫଳିତ କରିଥିଲା । ତାଙ୍କ ଗୀତ ମାଧ୍ୟମରେ ସେ ସର୍ବଦା ମନେ ରହିବେ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ।

  • KK was a very talented and versatile singer. His untimely demise is very saddening and a huge loss to Indian music. With his gifted voice, he has left an indelible impression on the minds of countless music lovers. My deepest condolences to his family and fans. Om Shanti Shanti

    — Amit Shah (@AmitShah) May 31, 2022 " class="align-text-top noRightClick twitterSection" data=" ">

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କେକେଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, କେକେ ଜଣେ ଦକ୍ଷ ଏବଂ ପ୍ରସିଦ୍ଧ ଗାୟକ ଥିଲେ । ତାଙ୍କର ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ । ଏହା ଭାରତୀୟ ସଙ୍ଗୀତ ପାଇଁ ଏକ ବଡ଼ କ୍ଷତି । ତାଙ୍କର ପ୍ରତିଭାଶାଳୀ ସ୍ୱର ସହିତ ସେ ଅସଂଖ୍ୟ ସଙ୍ଗୀତ ପ୍ରେମୀଙ୍କ ମନରେ ଏକ ଅବିସ୍ମରଣୀୟ ଭାବନା ଛାଡିଛନ୍ତି । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା ବୋଲି କହିଛନ୍ତି ଗୃହମନ୍ତ୍ରୀ ।

  • श्री कृष्णकुमार कुन्नथ (केके) ने अपनी बेहतरीन गायकी से लोगों के दिलों में अपनी अलग जगह बनाई है। यूँ अचानक उनके देहावसान की खबर स्तब्ध कर देने वाली है।

    अत्यंत दुःखद…

    केके एक प्रतिभाशाली व प्रभावशाली गायक थे, उनका जाना संगीत जगत की बहुत बड़ी क्षति है जिसकी भरपाई असंभव है।

    — Anurag Thakur (@ianuragthakur) May 31, 2022 " class="align-text-top noRightClick twitterSection" data=" ">

କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ କେକେଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । କିଷ୍ଣକୁମାର କୁନ୍ନଥଙ୍କ ପ୍ରତିଟି ଗୀତ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା । ସେ ଜଣେ ପ୍ରତିଭାବାନ ଗାୟକ ଥିଲେ । ତାଙ୍କର ଏପରି ଅକାଳ ବିୟୋଗ ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି ।

କେକେ କୋଲକାତାର ନଜରୁଲ ମଞ୍ଚରେ ତାଙ୍କର ଶେଷ କନସର୍ଟ କରିଛନ୍ତି । ସେ ଦୁଇଦିନ ପାଇଁ କୋଲକାତାରେ ଲାଇଭ କନସର୍ଟରେ ଯୋଗ ଦେବାକୁ ଯାଇଥିଲେ । ପ୍ରଥମ ଦିନ କାର୍ଯ୍ୟକ୍ରମ ପରେ ଦ୍ବିତୀୟ ଦିନ କନସର୍ଟ ପରେ ସବୁଦିନ ପାଇଁ ସମସ୍ତଙ୍କୁ ଅଲବିଦା କହିଛନ୍ତି କେକେ । ସମୟ କେତେ ଯେ ନିଷ୍ଠୁର ହୋଇପାରେ ଏ ଦୁର୍ଘଟଣା ହିଁ ପ୍ରମାଣ କରୁଛି ।

Last Updated : Jun 1, 2022, 7:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.