ETV Bharat / entertainment

ଅନୁରାଗଙ୍କ ଉପରେ ମନ୍ତବ୍ୟ ଦେଇ ଫସିଲେ ବିବେକ ଅଗ୍ନିହୋତ୍ରୀ, ଟ୍ଵିଟରରେ ଚାଲିଛି ଶୀତଳ ଯୁଦ୍ଧ

author img

By

Published : Dec 15, 2022, 1:27 PM IST

ସୋସିଆଲ ମିଡିଆରେ ବର୍ତ୍ତମାନ ଦୁଇ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଶାତଳ ଯୁଦ୍ଧ । ଆଜି ଅନୁରାଗ କଶ୍ୟପ ବିବେକ ଅଗ୍ନିହୋତ୍ରୀଙ୍କ ଗତକାଲିର ଟ୍ୱିଟକୁ ରିଟ୍ୱିଟ କରି କଡା ଜବାବ୍‌ ଦେଇଛନ୍ତି । ଅଧିକ ପଢନ୍ତୁ

ଅନୁରାଗଙ୍କ ଉପରେ ମନ୍ତବ୍ୟ ଦେଇ ଫସିଗଲେ ବିବେକ ଅଗ୍ନିହୋତ୍ରୀ

ହାଇଦ୍ରାବାଦ: ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ'ର ଫେମ୍‌ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କ ଚଳଚ୍ଚିତ୍ର ଅପେକ୍ଷା ତାଙ୍କ ବୟାନ ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ସେ ବହୁତ ସକ୍ରିୟ ଥିବାବେଳେ ପ୍ରତିଦିନ କାହାକୁ ନା କାହାକୁ ଟାର୍ଗେଟ କରୁଥିବା ଦେଖାଯାଏ । ଏବେ ପୁଣି ଥରେ ସେ ତାଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏଥର ବିବେକ ଅଗ୍ନିହୋତ୍ରୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ଟାର୍ଗେଟ କରିଛନ୍ତି । ଏପଟେ ଅନୁରାଗ କଶ୍ୟପ ମଧ୍ୟ ତାଙ୍କୁ ଏହି ବିଷୟରେ କଡା ଜବାବ୍‌ ଦେଇଛନ୍ତି । ସୋସିଆଲ ମିଡିଆରେ ବର୍ତ୍ତମାନ ଦୁଇ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି ।

ବିବେକ ଅଗ୍ନିହୋତ୍ରୀ ମଙ୍ଗଳବାର ଦିନ ଏକ ଟୁଇଟ୍ କରିଥିଲେ। ଏଥିରେ ସେ ଅନୁରାଗ କଶ୍ୟପଙ୍କ ଏକ ନ୍ୟୁଜ ଆର୍ଟିକିଲ୍‌ର ହେଡଲାଇନର ସ୍କ୍ରିନସଟ ସେୟାର କରିଥିଲେ, ଯେଉଁଥିରେ ଲେଖାଥିଲା ଯେ ‘କାନ୍ତରା ଏବଂ ପୁଷ୍ପା ପରି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ ନଷ୍ଟ କରୁଛି'। ଏହା ସହ ବିବେକ କ୍ୟାପସନରେ ଲେଖିଛନ୍ତି, 'ମୁଁ ବଲିଉଡର ଏକମାତ୍ର ମିଲର୍ଡଙ୍କ ମତ ସହ ସମ୍ପୂର୍ଣ୍ଣ ଭାବେ ଏକମତ ନୁହେଁ । ଆପଣ ଏକମତ କି ?' ବିବେକଙ୍କ ଏହି ଟ୍ୱିଟରେ ୟୁଜର୍ସ ବହୁତ କମେଣ୍ଟ ଦେଇଛନ୍ତି । କେହି କେହି ତାଙ୍କୁ ସମ୍ପୂର୍ଣ୍ଣ ସାକ୍ଷାତକାର ପଢିବାକୁ ପରାମର୍ଶ ଦେଇଥିବା ବେଳେ କେହି କେହି ଅନୁରାଗ କଶ୍ୟପଙ୍କୁ ଗାଳି ଦେଇଛନ୍ତି । ବର୍ତ୍ତମାନ ଏହି ଘଟଣା ଏକ ନୂଆ ମୋଡ଼ ନେଇଛି ।

  • Sir aapki galti nahin hai, aap ki filmon ki research bhi aisi hi hoti hai jaise aapki mere conversations pe tweet hai. Aapka aur aapki media ka bhi same haal hai. Koi nahin next time thoda serious research kar lena .. https://t.co/eEHPrUeH9u

    — Anurag Kashyap (@anuragkashyap72) December 14, 2022 " class="align-text-top noRightClick twitterSection" data=" ">

ଅନୁରାଗ କଶ୍ୟପ ଲେଖିଛନ୍ତି, 'ସାର୍ ଆପଣଙ୍କର ଦୋଷ ନୁହେଁ । ଆପଣଙ୍କ ଚଳଚ୍ଚିତ୍ରର ଗବେଷଣା ବି ଏମିତି ହୋଇଥାଏ ଯେମିତି ଆପଣ ମୋ ଭିତରର କଥାବାର୍ତ୍ତାର ଟ୍ବିଟ୍ ପରି । ଆପଣ ଏବଂ ଆପଣଙ୍କ ମିଡିଆର ମଧ୍ୟ ସମାନ ଅବସ୍ଥା । କିଛି ନୁହେଁ, ପରବର୍ତ୍ତୀ ସମୟରେ କିଛି ଗମ୍ଭୀର ଅନୁସନ୍ଧାନ କରିନେବେ ।

  • Bholenath, aap lage haath sabit kar hi do ki #TheKashmirFiles ka 4 saal ka research sab jhooth tha. Girija Tikoo, BK Ganju, Airforce killing, Nadimarg sab jhooth tha. 700 Panditon ke video sab jhooth the. Hindu kabhi mare hi nahin. Aap prove kar do, DOBAARA aisi galti nahin hogi. https://t.co/jc5g3iL4VI

    — Vivek Ranjan Agnihotri (@vivekagnihotri) December 14, 2022 " class="align-text-top noRightClick twitterSection" data=" ">

ଅନୁରାଗ କଶ୍ୟପଙ୍କ ଏହି ରିଟ୍ବିଟ ପରେ ୟୁଜର୍ସ ବିବେକ ଅଗ୍ନିହୋତ୍ରୀଙ୍କୁ ମଧ୍ୟ ବହୁତ ଶୁଣାଉଛନ୍ତି । ଏହା ସହିତ ୟୁଜର୍ସ ମଧ୍ୟ ଦୀର୍ଘ ସମୟ ପରେ ଟ୍ବିଟରରେ ଅନୁରାଗ କଶ୍ୟପଙ୍କ ପ୍ରତ୍ୟାବର୍ତ୍ତନକୁ ସ୍ୱାଗତ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି, 'ଅନୁରାଗ, ତୁମେ ଏହି ଟୁଇଟକୁ ଗମ୍ଭୀରତାର ସହ ନେଇ ଭୁଲ୍ କରିଛ।' ଜଣେ ୟୁଜର ଲେଖିଛନ୍ତି, 'ଉତ୍ତରଟି ଠିକ ଅଛି।' ଏହି ସମୟରେ, କିଛି ୟୁଜର୍ସ ଅନୁରାଗ କଶ୍ୟପଙ୍କୁ ଟ୍ରୋଲ କରୁଥିବା ମଧ୍ୟ ଦେଖାଯାଇଛି ।

ଉଲ୍ଲେଖନୀୟ ଯେ, ଅନୁରାଗ ତାଙ୍କ ସାକ୍ଷାତକାରରେ କହିଥିଲେ ଯେ ଚଳଚ୍ଚିତ୍ରର ପାନ-ଇଣ୍ଡିଆ ଛବି ଇଣ୍ଡଷ୍ଟ୍ରି ପାଇଁ କ୍ଷତିକାରକ, କାରଣ ଏଭଳି ପରିସ୍ଥିତିରେ ଅନେକ ନିର୍ମାତା ଏବଂ ଅଭିନେତା ସେମାନଙ୍କ ଚଳଚ୍ଚିତ୍ରକୁ ପ୍ୟାନ-ଇଣ୍ଡିଆ ବୋଲି କହିବେ, ଯେତେବେଳେ କି ପ୍ରତ୍ୟେକ ଚଳଚ୍ଚିତ୍ରରେ କାନ୍ତରା ଭଳି କ୍ଷମତା ନଥାଏ । ଏଭଳି ପରିସ୍ଥିତିରେ କେବଳ ଅଳ୍ପ କିଛି ଚଳଚ୍ଚିତ୍ର ସୁପର ହିଟ୍ ହେବ ଏବଂ ବାକି ଦର୍ଶକଙ୍କ ଆଶା ପୂରଣ କରିପାରିବ ନାହିଁ । କିନ୍ତୁ, ସତ ହେଉଛି କାନ୍ତାରା ଏବଂ ପୁଷ୍ପା ପରି ଚଳଚ୍ଚିତ୍ର କେବଳ ଆମ ମନର କାହାଣୀ କହିବା ପାଇଁ ସାହସ ଦେଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.