ETV Bharat / entertainment

Jawan: ଜନ୍ମାଷ୍ଟମୀରେ କାହିଁକି ରିଲିଜ ହେଲା ଜବାନ, ଜାଣନ୍ତୁ କାରଣ

author img

By ETV Bharat Odisha Team

Published : Sep 11, 2023, 3:37 PM IST

ଶାହାରୁଖ ଖାନଙ୍କ ଚଳିତ ବର୍ଷର ଦ୍ୱିତୀୟ ଫିଲ୍ମ ଜବାନ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ଏହି ଫିଲ୍ମ ପୂର୍ବରୁ ଜୁନରେ ରିଲିଜ ହେବାର ଥିଲା । ପରେ ନିର୍ମାତା ଫିଲ୍ମର ରିଲିଜ ତାରିଖ ପରିବର୍ତ୍ତନ କରି 7 ସେପ୍ଟେମ୍ବରରେ ରିଲିଜ କରାଇଲେ । ଜନମାଷ୍ଟମୀରେ ଫିଲ୍ମ କାହିଁକି ରିଲିଜ କରାଗଲା? ଜାଣନ୍ତୁ ତାହାର କାରଣ

ଜନ୍ମାଷ୍ଟମୀରେ କାହିଁକି ରିଲିଜ ହେଲା ଜବାନ, ପଢନ୍ତୁ କାରଣ

ହାଇଦ୍ରାବାଦ: ଅଟଲିଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଜବାନ' ବର୍ତ୍ତମାନ ସମଗ୍ର ବିଶ୍ୱ ବକ୍ସ ଅଫିସରେ ଧମାକା ସୃଷ୍ଟି କରୁଛି । ଏହା ହେଉଛି ଶାହରୁଖ ଖାନଙ୍କ ଚଳିତ ବର୍ଷର ଦ୍ୱିତୀୟ ଚଳଚ୍ଚିତ୍ର, ଯାହା ପ୍ରଥମ ଦିନରୁ ଲୋକଙ୍କ ମନ ଜିତୁଛି । ଏହି ଚଳଚ୍ଚିତ୍ରଟି ପ୍ରଥମେ ଜୁନ୍-2ରେ ରିଲିଜ୍ ହେବାର ଥିଲା, କିନ୍ତୁ ପରେ ନିର୍ମାତାମାନେ ତାରିଖ ଘୁଞ୍ଚାଇ ସେପ୍ଟେମ୍ବର 7ରେ ମୁକ୍ତିଲାଭ କରିଥିଲେ । ଜନ୍ମାଷ୍ଟମୀ ଅବସରରେ ଏହି ଫିଲ୍ମ ମୁକ୍ତିଲାଭ କରିଛି । ନିର୍ମାତାମାନେ କାହିଁକି ଏହି ତାରିଖରେ ଫିଲ୍ମ ରିଲିଜ କରିବାକୁ ଚିନ୍ତା କଲେ ତାହାର କାରଣ ପ୍ରକାଶ ପାଇଛି ।

  • #Janmashtami & #Jawan:
    * The movie was released on Janmashtami.
    * Hero was born in jail
    * & was raised by another mother
    * He grows up to be a messiah to fight the wrongs in the society
    * There is also reference of Lord Krishna in one of the songs of Jawan ♥️#ShahRukhKhan pic.twitter.com/8lNzJc5l7l

    — Shah Rukh Khan Warriors FAN Club (@TeamSRKWarriors) September 11, 2023 " class="align-text-top noRightClick twitterSection" data=" ">

ଫିଲ୍ମରେ ନାୟକ ସଠିକ୍ ଜିନିଷ ଏବ ଲୋକଙ୍କ ହକ୍ ପାଇଁ ଲଢାଇ କରୁଥିବା ଦର୍ଶାଯାଇଛି । ହିରୋର ଉଦ୍ଦେଶ୍ୟ ହେଉଛି ଦୁର୍ନୀତି ଦୂର କରିବା ଏବଂ ସରକାରଙ୍କୁ ଲୋକଙ୍କ କଲ୍ୟାଣ ପାଇଁ ଭଲ କାର୍ଯ୍ୟ କରାଇବା, ଯାହା ସେମାନେ ଆଜି ପର୍ଯ୍ୟନ୍ତ କରିନାହାନ୍ତି । ଏଥିପାଇଁ ସେ କିଛି ଅଲଗା ରାସ୍ତା ଆପଣାଇଥାନ୍ତି । ଫିଲ୍ମ ଶେଷରେ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରାଯାଇଛି । ଏନେଇ ୟୁଜର୍ସମାନେ ଦାବି କରିଛନ୍ତି ଯେ ବକ୍ସ ଅଫିସରେ ଦମଦାର ବ୍ୟବସାୟ କରୁଥିବା ଫିଲ୍ମ 'ଜବାନ' ସହ ଜନ୍ମାଷ୍ଟମୀର ସଂଯୋଗ ରହିଛି । ଏଣୁ ଫିଲ୍ମକୁ ଜନ୍ମାଷ୍ଟମୀରେ ରିଲିଜ କରାଯାଇଛି ।

ଏହି କାରଣରୁ ଜନ୍ମାଷ୍ଟମୀରେ ରିଲିଜ ହେଲା ଫିଲ୍ମ 'ଜବାନ'

ଚଳଚ୍ଚିତ୍ରରେ ଦର୍ଶାଯାଇଛି ଯେ ହିରୋ (ଶାହାରୁଖ ଖାନ) ଜେଲ୍‌ରେ ଜନ୍ମ ହୋଇଛନ୍ତି । ଏବଂ ତାଙ୍କର ଳାଳନପାଳନ ଅନ୍ୟ ଜଣେ ମହିଳା କରନ୍ତି। ବଡ ହୋଇ ସେ ଲୋକଙ୍କ କଲ୍ୟାଣ ବିଷୟରେ ଚିନ୍ତା କରନ୍ତି ଏବଂ ସେମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରନ୍ତି । ଏଥିପାଇଁ ସେ ସମାଜର ଦୁର୍ନୀତି ଏବଂ ଦୁରାଚାରକୁ ଦୂର କରିବା ପାଇଁ ନିଜ ଉପାୟରେ ଭୁଲ୍‌ କରୁଥିବା ଲୋକଙ୍କ ସହ ଲଢ଼ିଥାଆନ୍ତି।

କହିବାକୁ ଗଲେ, ଶ୍ରୀକୃଷ୍ଣ ମଧ୍ୟ ଜେଲ୍‌ରେ ଜନ୍ମ ହୋଇଥିଲେ । ସେ ମାତା ଦେବକୀଙ୍କ ଗର୍ଭରୁ ଜନ୍ମ ହୋଇଥିଲେ, କିନ୍ତୁ ଯଶୋଦା ମା'ଙ୍କ ତାଙ୍କର ଲାଳନପାଳନ କରିଥିଲେ । ଚଳଚ୍ଚିତ୍ରରେ ଏହି କନ୍‌ସେପ୍ଟକୁ ବ୍ୟବହାର କରି ଦର୍ଶାଯାଇଛି ଯେ ଶ୍ରୀକୃଷ୍ଣଙ୍କ ପରି ହିରୋ (ଶାହାରୁଖ ଖାନ) ମଧ୍ୟ ଜଣେ ଲୋକଙ୍କ ମସିହା ଅଟନ୍ତି ଯିଏ ସମାଜକୁ କୁପ୍ରଭାବରୁ ରକ୍ଷା କରୁଛନ୍ତି । ସୂଚନା ଥାଉ କି, ସୋସିଆଲ ମିଡିଆରେ ଶାହାରୁଖ ଖାନ ୱାରି୍ଅର ଫ୍ୟାନ କ୍ଲବ ନାମକ ଏକ ଏକ୍ସପେଡ୍ ଏକ ପୋଷ୍ଟ ସେୟାର କରି ଫିଲ୍ମର ଜନ୍ମାଷ୍ଟମୀ ସହ କଣ ଲିଙ୍କ୍‌ ରହିଛି ତାହା ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସରେ ଜବାନର ଦବଦବା, 300 କୋଟି କ୍ଲବରେ ସାମିଲ ହେବ ଫିଲ୍ମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.