ETV Bharat / entertainment

ମନର କଥା କହିଲେ ରଣବୀର କପୁର, କ୍ରିତିଙ୍କ ସହ କାମ କରିବାକୁ ଆଗ୍ରହୀ

author img

By

Published : Mar 9, 2023, 4:02 PM IST

ଫିଲ୍ମ ତୁ ଝୁଟି ମେ ମକ୍କାର ପ୍ରମୋସନ ସମୟରେ, ରଣବୀର କପୁରଙ୍କୁ କେଉଁ ଅଭିନେତା ଏବଂ ଅଭିନେତ୍ରୀ ପରବର୍ତ୍ତୀ ସମୟରେ କାମ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରାଯାଇଥିଲା । ଏଥିପାଇଁ କ୍ରିତୀଙ୍କ ସହ କାମ କରିବାକୁ ଚାହୁଁଥିବା କହିଥିଲେ ଅଭିନେତା । ଅଧିକ ପଢନ୍ତୁ,

କ୍ରିତିଙ୍କୁ ବିପକ୍ଷରେ ଦେଖିବାକୁ ଚାହୁଁଛନ୍ତି ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଅଭିନୀତ ଫିଲ୍ମ`ତୁ ଝୁଟି ମେ ମକ୍କାର' ଫିଲ୍ମ ବକ୍ସ ଅଫିସରେ ଧମାଲ ମଚାଉଥିବା ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ଅଭିନେତା ରଣବୀର କପୁର ପରବର୍ତ୍ତୀ ସମୟରେ ଅଭିନେତ୍ରୀ କ୍ରିତି ସାନନଙ୍କ ସହ କାମ କରିବାକୁ ଆଗ୍ରହୀ ଥିବା କହିଛନ୍ତି। ତୁ ଝୁଟି ମେ ମକ୍କାର ଫିଲ୍ମ ପ୍ରମୋସନ ସମୟରେ ରଣବୀରଙ୍କୁ ପରବର୍ତ୍ତୀ ସମୟରେ କାମ କରିବାକୁ ଚାହୁଁଥିବା ଅଭିନେତା ଏବଂ ଅଭିନେତ୍ରୀ ବିଷୟରେ ପଚରାଯାଇଥିଲା । ଏନେଇ ରଣବୀର ଅଭିନେତ୍ରୀ କ୍ରିତିଙ୍କ ସହ କାମ କରିବାକୁ ଚାହାଁନ୍ତି ବୋଲି କହିଥିଲେ।

ସୂଚନା ଥାଉ କି, ଲୁଭ୍ ରଂଜନଙ୍କ ନିର୍ଦ୍ଦେଶିତ ଫିଲ୍ମ ତୁ ଝୁଟି ମେ ମକ୍କାର ମାର୍ଚ୍ଚ 8 ହୋଲିରେ ରିଲିଜ ହୋଇଥିବା ବେଳେ ପ୍ରଥମ ଦିନରେ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ଫିଲ୍ମଟି 15କୋଟିର ବ୍ୟବସାୟ କରି ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ସୂଚନା ଅନୁସାରେ ଫିଲ୍ମଟି ପ୍ରଥମ ଦିନରେ 15.73 କୋଟି ବ୍ୟବସାୟ କରିଛି। ତେବେ ଆଗାମୀ ଦିନରେ ମଧ୍ୟ ଫିଲ୍ମ ଆହୁରି ଅଧିକ ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି। ତେବେ ଏହି ଫିଲ୍ମରେ ଅଭିନେତା ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ବ୍ୟତୀତ ଅନୁଭବ ସିଂ ବସି, ଡିମ୍ପଲ୍ କାପାଡିଆ ଏବଂ ବୋନି କପୁର ମଧ୍ୟ ଅଭିନୟ କରିଛନ୍ତି।

କ୍ରିତିଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, କ୍ରିତି 2014ରେ ହିରୋପନ୍ତିରୁ ବଲିଉଡ କ୍ୟାରିଅର ଆରମ୍ଭ କରିଥିବା ବେଳେ 2015ରେ ଦିଲୱାଲେ, 2017ରେ ରାବତା, ବରେଲି କି ବର୍ଫି, 2018ରେ ଲୁକା ଛୁପି, 2019ରେ ହାଉସଫୁଲ 4, ପାନିପଥ, 2021ରେ ମିମି, ହମ ଦୋ ହମାରେ ଦୋ, ବଚ୍ଚନ ପାଣ୍ଡେ, 2022ରେ ହିରୋପନ୍ତି-2, ଭେଡିଆ, ଶେହଜାଦା ଆଦି ଅନେକ ହିଟ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ରୋହିତ ଧନୱଙ୍କ ନିର୍ଦ୍ଦେଶିତ ଫିଲ୍ମ ଶେହଜାଦା ଚଳିତବର୍ଷ 17 ଫେବୃୟାରୀରେ ରିଲିଜ କରିଥିବା ବେଳେ ଏଥିରେ ଅଭିନେତା କାର୍ତ୍ତିକ ଆର୍ଯନଙ୍କ ସହ ନଜର ଆସିଥିଲେ କ୍ରିିତି। ଯାହା ବକ୍ସ ଅଫିସରେ ଭଲ ବ୍ୟବସାୟ କରି ସଫଳତା ହାସଲ କରିପାରିଛି।

ଏବଂ ବର୍ତ୍ତମାନ ସେ ଦୁଇଟି ବ୍ଲକବଷ୍ଟର ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତ ହେଉଛନ୍ତି। ପ୍ରଭାସଙ୍କ ସହ ଓମ ରାଉତଙ୍କ ନିର୍ଦ୍ଦେଶିତ ପୈରାଣିକ ଫିଲ୍ମ ଆଦିପୁରୁଷରେ ନଜର ଆସିବାକୁ ଯାଉଛନ୍ତି। ଯାହା ଜୁନ୍ ମାସରେ ରିଲିଜ କରିବ ଏବଂ ବିକାଶ ବାହଲଙ୍କ ନିର୍ଦ୍ଦେଶିତ ଫିଲ୍ମ ଗଣପଥରେ ଟାଇଗର ଶ୍ରଫଙ୍କ ସହ କ୍ରିତି ନଜର ଆସିବେ। ଯାହା ଅକ୍ଟୋବରରେ ରିଲିଜ କରିବାକୁ ଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.