ETV Bharat / entertainment

ରହସ୍ୟ ଘେରରେ ବେଙ୍ଗଲ ବିଉଟିଙ୍କ ମୃତ୍ୟୁ, ୧୫ଦିନରେ ପ୍ରାଣ ହରାଇଲେଣି ୩ ଅଭିନେତ୍ରୀ

author img

By

Published : May 27, 2022, 3:59 PM IST

ଗତ ୧୫ ଦିନ ମଧ୍ୟରେ ମୃତ୍ୟୁର ଫାଶରେ ପଡିଛନ୍ତି ୩ ବଙ୍ଗୀୟ ଅଭିନେତ୍ରୀ । ହଠାତ ଘର ଭିତରୁ ଉଦ୍ଧାର ହେଉଛି ଝୁଲନ୍ତା ମୃତଦେହ । କଣ ରହିଛି ଆତ୍ମହତ୍ୟାର କାରଣ ? ଅଧିକ ପଢନ୍ତୁ

କାହିଁକି ଏଭଳି ଚରମ ନିଷ୍ପତ୍ତି ? ସସପେନ୍ସରେ ବଙ୍ଗୀୟ ବିଉଟିଙ୍କ ମୃତ୍ୟୁ

ହାଇଦ୍ରାବାଦ: ବଙ୍ଗୀୟ ଫିଲ୍ମ ଜଗତକୁ ଗୋଟିଏ ପରେ ଗୋଟିଏ ଝଟକା । ଅକାଳରେ ଝଡି ପଡୁଛନ୍ତି ଜଣଙ୍କ ପରେ ଜଣେ ଅଭିନେତ୍ରୀ । କଣ ଘଟୁଛି ସୁନ୍ଦରୀ ଅଭିନେତ୍ରୀଙ୍କ ସହ ରଙ୍ଗୀନ ଦୁନିଆରେ ? କାହିଁକି ଜଣଙ୍କ ପରେ ଅଭିନେତ୍ରୀ ମୃତ୍ୟୁର ବାଟକୁ ଆପଣାଇ ନେଉଛନ୍ତି ? କ'ଣ ହୋଇପାରେ ଏହା ପଛର କାରଣ ? କାହିଁକି ନେଉଛନ୍ତି ଏଭଳି ଚରମ ନିଷ୍ପତ୍ତି ? ପ୍ରେମ-ପ୍ରତାରଣା-ଅସଫଳତା ନା ଆଉ କିଛି ?

ଗତ ୧୫ ଦିନ ମଧ୍ୟରେ ମୃତ୍ୟୁର ଫାଶରେ ପଡିସାରିଲେଣି ୩ ଅଭିନେତ୍ରୀ । ଯାହା ବଙ୍ଗୀୟ ଫିଲ୍ମ ଜଗତ ଓ ଟେଲି ଜଗତକୁ ଦେଇଛି ଶକ୍ତ ଝଟ୍‌କା । ୧୫ ଦିନରେ ୩ ଅଭିନେତ୍ରୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସିନେ ପ୍ରେମୀ । ତାଙ୍କ ମୃତ୍ୟୁ ଛାଡି ଯାଇଛି ଅନେକ ଅସମାହିତ ପ୍ରଶ୍ନ ? ଯାହାର ଉତ୍ତର ଏବେ ଖୋଜୁଛନ୍ତି ସିନେ ପ୍ରେମୀ । ପ୍ରେମ ନା ଟିଭିରେ କାମ, କେଉଁ କାରଣକୁ ନେଇ ଡିପ୍ରେସନରେ ରହି ଆତ୍ମହତ୍ୟା କରୁଛନ୍ତି ଅଭିନେତ୍ରୀ ? କଣ ରହିଛି ଡିପ୍ରେସନର କାରଣ ? ଏହା ପଛରେ ରହିନି ତ ବଙ୍ଗର ରଙ୍ଗୀନ ଦୁନିଆର କଳଙ୍କିତ ଅଧ୍ୟାୟ ? ଅନ୍ୟପଟେ କାହିଁକି ଜଣଙ୍କ ପରେ ଜଣେ ବଙ୍ଗୀୟ ଅଭିନେତ୍ରୀ ଆତ୍ମହତ୍ୟା କରୁଛନ୍ତି ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପଲ୍ଲବୀ ଦେ

ମେ’ ୧୫ ୨୦୨୨, ଅଭିନେତ୍ରୀ ପଲ୍ଲବୀ ଦେଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା । ଯାହା ତାଙ୍କ କୋ-ଷ୍ଟାର ଏବଂ ପ୍ରଶଂସକଙ୍କୁ ଚକିତ କରିଥିଲା। ପଲ୍ଲବୀ ଜଣେ ଟେଲି ଅଭିନେତ୍ରୀ ଭାବେ ଟିଭି ଶୋ' 'ମୋନ ମୋନ ନା' ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ । କିନ୍ତୁ ଗତ ୧୨ ତାରିଖ ସୁଟିଂ ପରେ ହଠାତ ପଲ୍ଲବୀଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଚକିତ ମଧ୍ୟ କରିଥିଲା । କେଉଁ କାରଣରୁ ଅଭିନେତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିଲେ ସେନେଇ ଏପର୍ଯ୍ୟନ୍ତ ବି କାରଣ ଖୋଜିପାଉନି ପୋଲିସ ।ବିଦିଶା ଦେ

ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ ତଥା ମଡେଲ ବିଦିଶା ଦେ ମଜୁମଦାର । ଯିଏ କି ୨୦୨୧ ମସିହାରେ ଅନିର୍ବେଦ ଚାଟୋପାଧ୍ୟାୟଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ଭାର-ଦ କ୍ଲାଉନ୍ ସହିତ ବଙ୍ଗୀୟ ଚଳଚ୍ଚିତ୍ର ଜଗତକୁ ଡେବ୍ୟୁ କରିଥିଲେ । କିନ୍ତୁ ମାତ୍ର ରଙ୍ଗୀନ ଦୁନିଆରେ ଏକ ବର୍ଷ ପୁରଣ ହେବା ମାତ୍ର ୨୧ ବର୍ଷ ବୟସରେ ସେ ମୃତ୍ୟୁର ଫାସରେ ଝୁଲିପଡିଥିଲେ । ମେ’ ୨୫ରେ ବିଦିଶାଙ୍କ ଫ୍ଲାଟରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ବିଦିଶାଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ଏକ ସୁସାଇଡ ନୋଟ୍‌ ମଧ୍ୟ ମିଳିଥିଲା । ଯେଉଁଥିରେ କ୍ୟାନସରରେ ପୀଡ଼ିତ ହେବାରୁ ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ ରହିଥିଲା । ହେଲେ ଏହାକୁ ତାଙ୍କ ପରିବାର ଲୋକ ଓ ସାଙ୍ଗମାନେ ଗ୍ରହଣ କରିପାରୁ ନ ଥିବାବେଳେ ବିଦିଶା କ୍ୟାନସରରେ ଆକ୍ରାନ୍ତ ହେବା ସମ୍ପୂର୍ଣ୍ଣ ମିଥ୍ୟା ଖବର ବୋଲି କହିଛନ୍ତି । ତେବେ ତାଙ୍କ ସାଙ୍ଗମାନଙ୍କ କହିବା ଅନୁସାରେ ବିଦିଶାଙ୍କର ଜଣେ ପ୍ରେମିକ ଥିଲେ । ସେ ସଂପର୍କ ଯୋଗୁଁ ଅସନ୍ତୁଷ୍ଟ ଏବଂ ଡିପ୍ରେସନରେ ମଧ୍ୟ ଥିଲେ । ତେବେ ପ୍ରେମ ଜନିତ କାରଣ ନା ଏହା ପଛରେ ଆଉ କିଛି କାରଣ ରହିଛି ସେନେଇ ସସପେନ୍ସ ଲାଗି ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।ମଞ୍ଜୁସା

୨ ଜଣଙ୍କ ମୃତ୍ୟୁର ପ୍ରକୃତ କାରଣ ପୋଲିସ ଖୋଜୁଥିବା ବେଳେ ପୁଣି ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟ୍‌କା । ଆଜି ମଞ୍ଜୁଶାଙ୍କ ମୃତଦେହ ତାଙ୍କ ପଟୋଲିରେ ସ୍ଥିତ ତାଙ୍କ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ତାଙ୍କର ଏହି ସନ୍ଦେହ ଜନକ ମୃତ୍ୟୁ ନେଇ ପରିବାର ଲୋକେ ଯେତିକି ଆଶ୍ଚର୍ଯ୍ୟ ଲଗାତାର ବଙ୍ଗୀୟ ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ସେତିକି ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମଞ୍ଜୁଶା କିଛି ଟିଭି ଶୋ’ରେ ଛୋଟ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କୁ କାଞ୍ଚି ଟିଭି ସୋ’ରେ ଜଣେ ନର୍ସ ଭୂମିକାରେ ଦେଖିବାକୁ ମିଳିଥିଲା । ସେ ଇଣ୍ଡଷ୍ଟ୍ରିରେ ନିଜ କ୍ୟାରିଅର ଗଢିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ବନ୍ଧୁ ବିଦିଶାଙ୍କ ମୃତ୍ୟୁ ପରେ ସେ ଡିପ୍ରେସନରେ ଥିଲେ । ଏହି ଡିପ୍ରେସନ ମଞ୍ଜୁଶା ଆତ୍ମହତ୍ୟାର କାରଣ, ନା ୟା ଫଛରେ ରହିଛି ଅନ୍ୟ କିଛି ରହସ୍ୟ, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଜଣେ ଅଭିନେତ୍ରୀଙ୍କ ଆତ୍ମହତ୍ୟାର କାରଣ ପୋଲିସ ଖୁଲାସା କରିପାରିନଥିବା ବେଳେ ଏବେ ଲଗାତାର ଆଉ ଜଣ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଲୋକଙ୍କୁ ଚକିତ କରିଛି । ପୋଲିସ ଏହି ସମସ୍ତ ଘଟଣା ଉପରୁ କେବେ ପରଦା ହଟାଉଛି ଏବେ ତାକୁ ହିଁ ଅପେକ୍ଷା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.