ETV Bharat / entertainment

The Vaccine War: ଭାରତର ପ୍ରଥମ ବାୟୋ-ସାଇନ୍ସ ଫିଲ୍ମର ଟ୍ରେଲର ରିଲିଜ, ଏମିତି ପ୍ରସ୍ତୁତ ହୋଇଥିଲା କୋରୋନା ଟିକା

author img

By ETV Bharat Odisha Team

Published : Sep 12, 2023, 10:23 PM IST

ବିବେକ ରଂଜନ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ 'ଦ ଭ୍ୟାକ୍ସିନ୍ ୱାର' ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମ କୋରୋନା ମହାମାରୀ ସମୟରେ ଲଢେଇ କରିଥିବା ମେଡିକାଲ କର୍ମଚାରୀ ଏବଂ ବୈଜ୍ଞାନିକମାନଙ୍କ ପାଇଁ ଉର୍ତ୍ସଗୀକୃତ କରାଯାଇଛି। ଅଧିକ ପଢନ୍ତୁ...

ଭାରତର ପ୍ରଥମ ବାୟୋ-ସାଇନ୍ସ ଫିଲ୍ମର ଟ୍ରେଲର ରିଲିଜ, ଏମିତି ପ୍ରସ୍ତୁତ ହୋଇଥିଲା କରୋନା ଟିକା

ହାଇଦ୍ରାବାଦ: ବିବାଦୀୟ ଚଳଚ୍ଚିତ୍ର 'ଦ କାଶ୍ମୀର ଫାଇଲ୍ସ' ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପୁଣି ଆଉ ଏକ ସତ ଘଟଣାକୁ ନେଇ ପରଦାକୁ ଫେରିଛନ୍ତି। ସେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର 'ଦ ଭ୍ୟାକ୍ସିନ୍ ୱାର' ସହ ପୁଣି ଲୋକଙ୍କ ମନ ଜିଣିବାକୁ ଯାଉଛନ୍ତି। ପୂର୍ବରୁ ଫିଲ୍ମର ଟିଜର ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି। ସୋସିଆଲ ମିଡିଆରେ ଟ୍ରେଲର ରିଲିଜ ହେବାର ମାତ୍ର 1 ଘଣ୍ଟା ମଧ୍ୟରେ 4 ଲକ୍ଷରୁ ଅଧିକ ଭିୟୁ ମିଳିସାରିଲାଣି।

  • " class="align-text-top noRightClick twitterSection" data="">

3 ମିନିଟର ଏହି ଟ୍ରେଲରରେ ବିଜୟ ମହାକାବ୍ୟ ଗାଥାର ଏକ ଝଲକ ଦେଖିବାକୁ ମିଳିଛି। ଏଥିସହ ବୈଜ୍ଞାନିକ ଏବଂ ଦେଶର ଲୋକେ କୋଭିଡ ସମୟରେ ସମ୍ମୁଖୀନ ହେଉଥିବା ଅସୁବିଧାର କିପରି ସାମ୍ନା କରିବା ପାଇଁ ଏକଜୁଟ ହୋଇଛନ୍ତି। ତାହା ଦେଖିବାକୁ ମିଳିଛି। ଏବଂ ଅନେକ ଷ୍ଟାର କାଷ୍ଟ ପଲ୍ଲବୀ ଯୋଶୀ, ଅନୁପମ ଖେର, ନାନା ପାଟେକରଙ୍କ ଭଳି ଅନେକ ତାରକାଙ୍କ ମଧ୍ୟ ଝଲକ ଏଥିରେ ଦେଖିବାକୁ ମିଳିଛି। ଏହି ଟ୍ରେଲର ରିଲିଜ ହେବା ମାତ୍ରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରୁଛନ୍ତି। ଏବଂ ଫିଲ୍ମ ରିଲିଜକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

ନିର୍ଦ୍ଦେଶକଙ୍କ କହିବାନୁସାରେ, ଫିଲ୍ମ 'ଦ ଭ୍ୟାକ୍ସିନ୍ ୱାର୍' ହେଉଛି ଭାରତର ପ୍ରଥମ ବାୟୋ-ସାଇନ୍ସ ଫିଲ୍ମ। କାହାଣୀ କହିବାକୁ ଗଲେ, ଏହି ଫିଲ୍ମ ମାରାତ୍ମକ କରୋନାଭାଇରସ୍ ଉପରେ ଆଧାରିତ ଯାହା 2020 ରୁ 2021 ପର୍ଯ୍ୟନ୍ତ ସାରା ବିଶ୍ୱରେ ବ୍ୟାପିଥିଲା ଏବଂ କରୋନା ଟିକା ଏହାର ବିନାଶ ପାଇଁ ସର୍ବଭାରତୀୟ ସ୍ତରରେ ପ୍ରସ୍ତୁତ କରାଯାଇଥିଲା। ଏଥିସହ ଫିଲ୍ମରେ ଏହି ମାରାତ୍ମକ ଜୀବାଣୁକୁ ବିନାଶ କରିବାରେ ଟିକା ତିଆରି କରିବାରେ ଭାରତ କେଉଁ ଭୂମିକା ଗ୍ରହଣ କରିଛି ତାହା ମଧ୍ୟ ଦର୍ଶାଯାଇଛି।

ଏହା ମଧ୍ୟ ପଢନ୍ତୁ: ଟାଇମ ସ୍କୋୟାରରେ ଗ୍ରାଣ୍ଡ କ୍ୟାମ୍ପେନ, ଦର୍ଶକଙ୍କ ମନ ଜିତିଲା ଶାସ୍ତ୍ରୀୟ ନୃତ୍ୟ

ବିବେକ ରଂଜନ ଅଗ୍ନିହୋତ୍ରୀ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ COVID-19 ମହାମାରୀ ସମୟରେ ଡାକ୍ତରୀ କର୍ମଚାରୀ ଏବଂ ବୈଜ୍ଞାନିକମାନଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳୀ ଅଟେ। ତେବେ ଏହି ଚଳଚ୍ଚିତ୍ରରେ ପଲ୍ଲବୀ ଯୋଶୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥି ସହିତ ଅଭିନେତା ନାନା ପାଟେକର, ଅନୁପମ ଖେର ଏବଂ ସପ୍ତମୀ ଗୌଡ଼ାଙ୍କ ପରି ତାରକାମାନେ ମଧ୍ୟ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ସହିତ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର ଯାହା 10ଟି ବିଭିନ୍ନ ଭାଷାରେ ସେପ୍ଟେମ୍ବର 28ରେ ସାରା ବିଶ୍ବରେ ମୁକ୍ତିଲାଭ କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.