ETV Bharat / entertainment

The Vaccine War BO Collection Day 1: ଚର୍ଚ୍ଚା ସତ୍ତ୍ବେ ବକ୍ସ ଅଫିସରେ ଚାଲିଲାନି ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମର ଯାଦୁ

author img

By ETV Bharat Odisha Team

Published : Sep 29, 2023, 12:18 PM IST

ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ 'ଦ ଭାକ୍ସିନ ୱାର୍‌' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଫିଲ୍ମକୁ ନେଇ ପୂର୍ବରୁ ଜୋରସୋର ଚର୍ଚ୍ଚା ହେଉଥିଲା କିନ୍ତୁ ପ୍ରଥମ ଦିନରୁ ହିଁ ଏହା ବକ୍ସ ଅଫିସରେ ବିଫଳ ହୋଇଛି । ଅଧିକ ପଢନ୍ତୁ

ଦ ଭାକ୍ସିନ ୱାର୍‌
ଦ ଭାକ୍ସିନ ୱାର୍‌

ହାଇଦ୍ରାବାଦ: ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଦ ଭାକ୍ସିନ ୱାର୍‌' ଗତକାଲି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଥିଲେ । ବର୍ତ୍ତମାନ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ପହଞ୍ଚିସାରିଛି, ଲୋକମାନେ ଏହାର ପ୍ରଥମ ଦିନର ରୋଜଗାର ବିଷୟରେ ଜାଣିବାକୁ ବହୁତ ଉତ୍ସାହିତ ଅଛନ୍ତି । ଆସନ୍ତୁ ଜାଣିବା ରିଲିଜ୍ ହେବାର ପ୍ରଥମ ଦିନରେ 'ଦ ଭାକ୍ସିନ ୱାର' କେତେ କୋଟି କଲେକ୍ସନ କରିଛି ?

  • " class="align-text-top noRightClick twitterSection" data="">

ପ୍ରଥମ ଦିନରେ 'କେତେ ରୋଜଗାର କଲା ଦ ଭାକ୍ସିନ ୱାର୍‌' ?

ଅନୁପମ ଖେର, ନାନା ପାଟେକର, ପଲ୍ଲଭି ଯୋଶୀ, ରାଇମା ସେନ ଏବଂ ସପ୍ତମି ଗୌଡାଙ୍କ ସମେତ ଅନେକ କଳାକାର 'ଦ ଭାକ୍ସିନ ୱାର୍‌'ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ରିଲିଜ ହେବା ପୂର୍ବରୁ ଏହି ଚଳଚ୍ଚିତ୍ରକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏହି ଚଳଚ୍ଚିତ୍ରଟି କୋରୋନା ମହାମାରୀ ସମୟରେ ଦେଶର ଅବସ୍ଥା ଏବଂ ଟିକା ତିଆରି କରିବାର କାହାଣୀ ଉପରେ ଆଧାରିତ। ଏବେ ଫିଲ୍ମ ରିଲିଜ ହେବାର ପ୍ରଥମ ଦିନର ରୋଜଗାରର ପ୍ରାରମ୍ଭିକ ଆକଳନ ଆସିଛି ।

ସାକନିଲ୍କର ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, 'ଦ ଭାକ୍ସିନ ୱାର୍‌' ରିଲିଜ୍ ହେବାର ପ୍ରଥମ ଦିନରେ ମାତ୍ର 1.30 କୋଟି ଟଙ୍କା ବ୍ୟବସାୟ କରିଛି ।

'ଦ ଭାକ୍ସିନ ୱାର୍‌' କୁ ଟକ୍କର ଦେବ 'ଫୁକରେ 3'

ଉଲ୍ଲେଖନୀୟ ଯେ, ''ଦ ଭାକ୍ସିନ ୱାର୍‌' ସହିତ 'ଫୁକରେ 3' 'ମଧ୍ୟ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଉଭୟ ଭିନ୍ନ ଧରଣର ଚଳଚ୍ଚିତ୍ର କିନ୍ତୁ ଦର୍ଶକଙ୍କ ବିଭାଜନ ଚଳଚ୍ଚିତ୍ରର ରୋଜଗାରକୁ ପ୍ରଭାବିତ କରିଛି । ତେବେ ସପ୍ତାହକ ମଧ୍ୟରେ 'ଦ ଭାକ୍ସିନ ୱାର୍‌' ର ଆୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: 'ଦ କାଶ୍ମୀର ଫାଇଲ୍ସ'କୁ ନେଇ ନାସିରୁଦ୍ଦିନ ଶାହାଙ୍କ ଟିପ୍ପଣୀ: ଏମିତି ଜବାବ ଦେଲେ ବିବେକ ଅଗ୍ନିହୋତ୍ରୀ

କମ୍‌ ବଜେଟରେ ନିର୍ମିତ 'ଦ ଭାକ୍ସିନ ୱାର୍‌' ଦେଶର 1000 ପରଦାରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ର ହିନ୍ଦୀ, ଇଂରାଜୀ, ବଙ୍ଗାଳୀ, ପଞ୍ଜାବୀ, ଭୋଜପୁରୀ, କନ୍ନଡ, ତାମିଲ, ତେଲୁଗୁ, ମାଲାୟାଲମ୍, ଗୁଜୁରାଟୀ ଏବଂ ମରାଠୀ ଭାଷାରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରଟି ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ପଲ୍ଲଭି ଯୋଶୀଙ୍କ ଦ୍ୱାରା ନିର୍ମିତ । ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ କହିବାନୁସାରେ, ଫିଲ୍ମ 'ଦ ଭ୍ୟାକ୍ସିନ୍ ୱାର୍' ହେଉଛି ଭାରତର ପ୍ରଥମ ବାୟୋ-ସାଇନ୍ସ ଫିଲ୍ମ । କାହାଣୀ କହିବାକୁ ଗଲେ, ଏହି ଫିଲ୍ମ ମାରାତ୍ମକ କୋରୋନା ଭାଇରସ୍ ଉପରେ ଆଧାରିତ ଯାହା 2020 ରୁ 2021 ପର୍ଯ୍ୟନ୍ତ ସାରା ବିଶ୍ୱରେ ବ୍ୟାପିଥିଲା ଏବଂ କୋରୋନା ଟିକା ଏହାର ବିନାଶ ପାଇଁ ସର୍ବଭାରତୀୟ ସ୍ତରରେ ପ୍ରସ୍ତୁତ କରାଯାଇଥିଲା । ଏଥିସହ ଫିଲ୍ମରେ ଏହି ମାରାତ୍ମକ ଜୀବାଣୁକୁ ବିନାଶ କରିବା ପାଇଁ ଟିକା ତିଆରି କରିବାରେ ଭାରତ କେଉଁ ଭୂମିକା ଗ୍ରହଣ କରିଛି ତାହା ମଧ୍ୟ ଦର୍ଶାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.