ETV Bharat / entertainment

ଧନ୍ୟବାଦ ଜଣାଇଲେ ବିବେକ ଅଗ୍ନିହୋତ୍ରୀ, କହିଲେ ଏହା ତ କେବଳ ଆରମ୍ଭ - ୟାସିନ ମଲିକ

ୟାସିନ ମଲିକଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ । ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ସ୍ପେଶାଲ NIA କୋର୍ଟ । ଏହି ନିଷ୍ପତ୍ତି ଘୋଷଣା ହେବାର କିଛି ସମୟ ପରେ କାଶ୍ମୀର ଫାଇଲ ନିର୍ଦ୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀ ସୋସିଆଲ ମିଡିଆରେ ଏହି ନିଷ୍ପତ୍ତି ପାଇଁ କୃତଜ୍ଞତା ଜଣାଇଛନ୍ତି। ଅଧିକ ପଢନ୍ତୁ

କୃତଜ୍ଞତା ଜଣାଇଲେ ବିବେକ ଅଗ୍ନିହୋତ୍ରୀ, କହିଲେ- ଏହା ତ କେବଳ ଆରମ୍ଭ

author img

By

Published : May 27, 2022, 11:03 AM IST

ମୁମ୍ବାଇ: ୟାସିନ ମଲିକଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ । ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ସ୍ପେଶାଲ NIA କୋର୍ଟ । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଏହି ଶୁଣାଣି କରାଯାଇଛି । ଏହା ସହିତ କୋର୍ଟ ୧୦ ଲକ୍ଷ ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ରାୟ ପରେ ତୁରନ୍ତ ଶ୍ରୀନଗରର କିଛି ଅଂଶ ବନ୍ଦ କରାଯାଇଥିଲା। ଏହି ନିଷ୍ପତ୍ତି ଘୋଷଣା ହେବାର କିଛି ସମୟ ପରେ କାଶ୍ମୀର ଫାଇଲ ନିର୍ଦ୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀ ସୋସିଆଲ ମିଡିଆରେ ଏହି ନିଷ୍ପତ୍ତି ପାଇଁ କୃତଜ୍ଞତା ଜଣାଇଛନ୍ତି । ବିବେକ ଅଗ୍ନିହୋତ୍ରୀଙ୍କ କାଶ୍ମୀର ଫାଇଲ୍ସ ରିଲିଜ୍ ହେବା ଦିନଠାରୁ କାଶ୍ମୀର ଏବଂ କାଶ୍ମୀର ପଣ୍ଡିତଙ୍କ ପ୍ରସଙ୍ଗରେ ଉତ୍ତେଜନା ଦେଖାଦେଇଥିଲା । ଦେଶ ତଥା ସମଗ୍ର ବିଶ୍ୱରେ କାଶ୍ମୀରୀ ପଣ୍ଡିତଙ୍କ ପାଇଁ ନ୍ୟାୟ ଖୋଜା ଯାଇଥିଲା ।

ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ୟାସିନ ମଲିକଙ୍କ ବିଷୟରେ ଟୁଇଟ୍ କରି କହିଛନ୍ତି, 'ଏହା ତ କେବଳ ଆରମ୍ଭ । ଯେପର୍ଯ୍ୟନ୍ତ ୟାସିନ ମଲିକ ଏବଂ ବିଟ୍ଟାକୁ ଫାଶୀ ଦିଆନଯାଇଛି, ଆମେ ନ୍ୟାୟ ଅଧିକାର ପାଇଁ ଆମର ସଂଗ୍ରାମ ବନ୍ଦ କରିବୁ ନାହିଁ । ଏହି ନିଷ୍ପତ୍ତିକୁ ପ୍ରଶଂସା କରି ବିବେକ ଅଗ୍ନିହୋତ୍ରୀ ଟ୍ୱିଟ କରି କହିଛନ୍ତି ଯେ ସମସ୍ତ କାଶ୍ମୀର ହିନ୍ଦୁଙ୍କ ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ । ନ୍ୟାୟ ଅଧିକାର ପାଇଁ ଆମର ଅଭିଯାନରେ ଏକ ମାଇଲଖୁଣ୍ଟ । ଏହା ସହିତ ବିବେକ ଅଗ୍ନିହୋତ୍ରୀ ମଧ୍ୟ ଫିଲ୍ମର ଏକ କ୍ଲିପ୍ ସେୟାର କରି ଲେଖିଥିଲେ, “ଆମେ ୟାସିନ୍ ମଲିକଙ୍କ ମାନସିକତାକୁ ବୁଝିବା ପାଇଁ ବର୍ଷେ ବିତାଇଛୁ ।’

ଏହା ବି ପଢନ୍ତୁ: Terror Funding Case: ୟାସିନ ମଲିକ ଦୋଷୀ ସାବ୍ୟସ୍ତ

ସୂଚନାଯୋଗ୍ୟ ଯେ, ମେ ୧୯ରେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ମାମଲାରେ ୟାସିନ ମଲିକ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସ୍ପେଶାଲ NIA କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.