ETV Bharat / entertainment

ସାମନ୍ଥାଙ୍କ ସହ ପୁନର୍ବାର କାମ କରିବାକୁ ଚାହୁଁଛନ୍ତି ଏକ୍ସ-ହଜବ୍ୟାଣ୍ଡ ନାଗା ଚୈତନ୍ୟ

author img

By

Published : Aug 1, 2022, 11:00 PM IST

ପୂର୍ବତନ ପତ୍ନୀ ସାମନ୍ଥାଙ୍କ ସହିତ ଫିଲ୍ମ କରିବାକୁ ଚାହୁଁଛନ୍ତି ନାଗା ଚୈତନ୍ୟ । କିନ୍ତୁ ସାମନ୍ଥାଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ଆସିଲେ ହିଁ ଏହା ସମ୍ଭବ ହେବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

ସାମନ୍ଥାଙ୍କ ସହ ପୁନର୍ବାର କାମ କରିବାକୁ ଚାହୁଁଛନ୍ତି ଏକ୍ସ-ହଜବ୍ୟାଣ୍ଡ ନାଗା ଚୈତନ୍ୟ
ସାମନ୍ଥାଙ୍କ ସହ ପୁନର୍ବାର କାମ କରିବାକୁ ଚାହୁଁଛନ୍ତି ଏକ୍ସ-ହଜବ୍ୟାଣ୍ଡ ନାଗା ଚୈତନ୍ୟ

ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ନାଗା ଚୈତନ୍ୟ ଏବଂ ସାଉଥ ସୁନ୍ଦରୀ ସାମନ୍ଥା । ଉଭୟଙ୍କ ସମ୍ପର୍କ ତୁଟି ସାରିଥିଲେ ବି ସ୍ମୃତିକୁ ପାସୋରି ପାରୁ ନାହାନ୍ତି ଦମ୍ପତ୍ତି । ନିକଟରେ ନାଗାଙ୍କ ଘରକୁ ଉଚ୍ଚା ଦରରେ କିଣି ସାମନ୍ଥା ଚର୍ଚ୍ଚାକୁ ଆସିଥିବାବେଳେ ଆଜି ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି ନାଗା ଚୈତନ୍ୟ । ପୂର୍ବତନ ପତ୍ନୀ ସାମନ୍ଥାଙ୍କ ସହିତ ନାଗା ଫିଲ୍ମ କରିବାକୁ ଚାହୁଁଛନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି ।

ଉଲ୍ଲେଖନୀୟ ଯେ, ନାଗା ଚୈତନ୍ୟ ଫିଲ୍ମ 'ଲାଲ ସିଂ ଚଢା' ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିବାବେଳେ ସାମନ୍ଥାଙ୍କ ପାଇଁ ବଲିଉଡରେ କାମର ଅଭାବ ନାହିଁ। ବିଳମ୍ବରେ ହେଉ ପଛେ, ନାୟିକାଙ୍କୁ ପୁଣି ଏକ ବଡ ବଲିଉଡ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ । କିନ୍ତୁ ବର୍ତ୍ତମାନ ଯେଉଁ ଖବର ଚର୍ଚ୍ଚାରେ ଅଛି, ତାହା ଅଧିକ ଆଶ୍ଚର୍ଯ୍ୟଜନକ। 'ଲାଲ ସିଂ ଚଢା'ର ପ୍ରମୋସନ ସମୟରେ ଏକ ସାକ୍ଷାତକାରରେ ଯେତେବେଳେ ନାଗାଙ୍କୁ ପଚରାଯାଇଥିଲା ଯେ ଯଦି ସେ ପୂର୍ବତନ ପତ୍ନୀ ସାମନ୍ଥାଙ୍କ ସହ ପୁନର୍ବାର କାମ କରିବାର ସୁଯୋଗ ପାଆନ୍ତି, ତେବେ ସେ କ'ଣ କରିବେ ?

ଗଣମାଧ୍ୟମ ଅନୁଯାୟୀ, ସାମନ୍ଥା ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି କି ସେ ନାଗାଙ୍କ ସହ କାମ କରିବାକୁ କେବେ ଚାହିଁବେ ନାହିଁ। ଏଥି ସହିତ, ଯେତେବେଳେ ନାଗାଙ୍କୁ ଏହି ପ୍ରଶ୍ନ ପଚରାଗଲା, ସେ ହସି ହସି ସବୁକିଛି କହିଥିଲେ। ନାଗାଙ୍କ କହିବାନୁସାରେ, ସେ ପୂର୍ବତନ ପତ୍ନୀ ସାମନ୍ଥାଙ୍କ ସହିତ କାମ କରିବାକୁ ମନରେ କୌଣସି ସଙ୍କୋଚ ରଖିବେ ନାହିଁ। ଏହା ବହୁତ କ୍ରେଜି ହେବ, କିନ୍ତୁ ସାମନ୍ଥାଙ୍କଠାରୁ ଏକ ସକାରାତ୍ମକ ପ୍ରତିକ୍ରିୟା ଆସିଲେ ହିଁ ଏହା ସମ୍ଭବ ହେବ ବୋଲି ସେ କହିଛନ୍ତି । କହିବାକୁ ଗଲେ ପୂର୍ବରୁ ନାଗା-ସାମନ୍ଥା 'Ye Maaya Chesave ' (2010), 'Autonagar Surya' (2014) ଏବଂ 'Majili' (2019) ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ନିକଟରେ କରନଙ୍କ ସୋ’କୁ ଆସି ଚର୍ଚ୍ଚାକୁ ଆସିଥିଲେ ସାମନ୍ଥା। ଏହି ସୋ'ରେ ନାଗା ତାଙ୍କ ହଜବ୍ୟାଣ୍ଡ ବୋଲି କରନ କହିଥିବା ବେଳେ ସାମନ୍ଥା କିନ୍ତୁ ସେ ଏକ୍ସ-ହଜବ୍ୟାଣ୍ଡ ବୋଲି କହିଥିଲେ। ଏହାବାଦ ନିଜ ପର୍ସନାଲ ଲାଇଫ୍‌ ବିଷୟରେ ଖୁଲମଖୁଲା କଥା ହୋଇଥିଲେ ସାମନ୍ଥା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.