ହାଇଦ୍ରାବାଦ: ବଲିଉଡର 'ସିଙ୍ଘମ୍' ଅଜୟ ଦେବଗନ୍ ତାଙ୍କ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। ଏଥର ଦୀପାବଳିରେ ଅଜୟ ତାଙ୍କର ନୂଆ ଚଳଚ୍ଚିତ୍ର 'ଥ୍ୟାଙ୍କ୍ ଗଡ୍' (Thank God) ସହିତ ଧମାଲ ମଚାଇବାକୁ ଆସୁଛନ୍ତି । ଅଜୟ ଗୁରୁବାର ଫିଲ୍ମରୁ ତାଙ୍କର ପ୍ରଥମ ଲୁକ୍ ପୋଷ୍ଟର ରିଲିଜ୍ କରିଛନ୍ତି। ଏହା ସହିତ ଫିଲ୍ମର ଟ୍ରେଲରର ରିଲିଜ୍ ତାରିଖ ମଧ୍ୟ ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଦୀପାବଳି ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି। ଅଜୟ ଦେବଗନଙ୍କ ବ୍ୟତୀତ ସିଦ୍ଧାର୍ଥ ମଲହୋତ୍ରା ଏବଂ ରକୁଲ ପ୍ରୀତ ସିଂ ଏହି ଚଳଚ୍ଚିତ୍ରରେ ଏକ ପ୍ରମୁଖ ଭୂମିକାରେ ନଜର ଆସିବେ।
-
This Diwali, Chitragupt is coming to play the game of life with you and your family! #ThankGod trailer out tomorrow.
— Ajay Devgn (@ajaydevgn) September 8, 2022 " class="align-text-top noRightClick twitterSection" data="
In cinemas on October 25.@SidMalhotra @Rakulpreet pic.twitter.com/78fjGfsUkq
">This Diwali, Chitragupt is coming to play the game of life with you and your family! #ThankGod trailer out tomorrow.
— Ajay Devgn (@ajaydevgn) September 8, 2022
In cinemas on October 25.@SidMalhotra @Rakulpreet pic.twitter.com/78fjGfsUkqThis Diwali, Chitragupt is coming to play the game of life with you and your family! #ThankGod trailer out tomorrow.
— Ajay Devgn (@ajaydevgn) September 8, 2022
In cinemas on October 25.@SidMalhotra @Rakulpreet pic.twitter.com/78fjGfsUkq
ଅଜୟ ଦେବଗନ୍ ଫିଲ୍ମ 'ଥ୍ୟାଙ୍କ୍ ଗଡ୍' ରୁ ତାଙ୍କର ପ୍ରଥମ ଲୁକ୍ ପୋଷ୍ଟର ରିଲିଜ୍ କରିଛନ୍ତି, ଯେଉଁଥିରେ ଅଜୟ ଏକ ସୁଟ୍-ବୁଟ୍ରେ ଅଛନ୍ତି ଏବଂ ଦାଢି ଲୁକ୍ରେ ନଜର ଆସିଛନ୍ତି। ପୋଷ୍ଟର ସେୟାର କରି ଅଜୟ ଲେଖିଛନ୍ତି, 'This Diwali, Chitragupt is coming to play the game of life with you and your family! ଆସନ୍ତାକାଲି ଟ୍ରେଲର ଆସିବ, ଫିଲ୍ମ ଅକ୍ଟୋବର 25 ରେ ସିନେମା ଘରେ ମୁକ୍ତିଲାଭ କରିବ ।'
- " class="align-text-top noRightClick twitterSection" data="
">
ଏହି ଘୋଷଣା ସହିତ ଅଜୟ ପ୍ରଶଂସକଙ୍କ ଚିନ୍ତା ବଢାଇ ଦେଇଛନ୍ତି। ଅଜୟଙ୍କ ପ୍ରଶଂସକମାନେ ବର୍ତ୍ତମାନ ଦୀପାବଳିକୁ ଅପେକ୍ଷା କରିବେ। 'ଥ୍ୟାଙ୍କ୍ ଗଡ୍' ଚଳଚ୍ଚିତ୍ରଟି ଏକ ରୋମାଣ୍ଟିକ-କମେଡି-ଡ୍ରାମା ଧାରାବାହିକ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଇନ୍ଦ୍ର କୁମାର ଦେଇଛନ୍ତି, ଯିଏ 'ମସ୍ତି', 'ଟୋଟାଲ ଧମାଲ' ଭଳି ଫିଲ୍ମ ନିର୍ମାଣ କରିଛନ୍ତି ।
ଉଲ୍ଲେଖନୀୟ ଯେ, ପୂର୍ବରୁ ଅଜୟ ଦେବଗନଙ୍କୁ ହୋମ୍ ପ୍ରଡକ୍ସନ୍ ଫିଲ୍ମ 'ରନୱେ -34'ରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ଅମିତାଭ ବଚ୍ଚନ ଏବଂ ରକୁଲ ପ୍ରୀତ ସିଂ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରଟି 29 ଏପ୍ରିଲରେ ମୁକ୍ତିଲାଭ କରିଥିଲା ।