ETV Bharat / entertainment

ଅଭିନେତା ମହେଶ ବାବୁଙ୍କ ମାଆ ଇନ୍ଦିରା ଦେବୀଙ୍କ ଦେହାନ୍ତ, ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରି

ଅଭିନେତା ମହେଶ ବାବୁଙ୍କ ମାତା ଇନ୍ଦିରା ଦେବୀଙ୍କ ଦେହାନ୍ତ ହୋଇଛି । ୭୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଅଧିକ ପଢନ୍ତୁ

ଅଭିନେତା ମହେଶ ବାବୁଙ୍କ ମାଆ ଇନ୍ଦିରା ଦେବୀଙ୍କ ଦେହାନ୍ତ

author img

By

Published : Sep 28, 2022, 4:13 PM IST

ହାଇଦ୍ରାବାଦ: ଟଲିଉଡର ସୁପରଷ୍ଟାର ମହେଶ ବାବୁଙ୍କ ମାଆ ଇନ୍ଦିରା ଦେବୀଙ୍କ ଦେହାନ୍ତ ହୋଇଛି । ଆଜି ସକାଳେ ଅଭିନେତାଙ୍କ ମାଆ (Mahesh Babu Mother Last Rites) ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇବା କ୍ଷଣି ମହେଶ ବାବୁ ଓ ବନ୍ଧୁ ପରିଜନ ଯାଇ ତାଙ୍କ ପାଖରେ ପହଞ୍ଚିଥିଲେ । ଇନ୍ଦିରା ଦେବୀଙ୍କ ମୃତଦେହ ପଦ୍ମାଳୟା ଷ୍ଟୁଡିଓରେ ରଖାଯାଇଥିଲା ଏବଂ ଅପରାହ୍ନରେ ମହାପ୍ରସ୍ତାନରେ ତାଙ୍କର ଶେଷକୃତ୍ୟ ସମାପନ ହୋଇଛି।

ମହେଶ ବାବୁଙ୍କ ମାଆ ଇନ୍ଦିରା ଦେବୀ
ମହେଶ ବାବୁଙ୍କ ମାଆ ଇନ୍ଦିରା ଦେବୀ

ଅଳ୍ପ କିଛି ସପ୍ତାହ ହେବ ଅସୁସ୍ଥ ଥିବା ଇନ୍ଦିରା ଦେବୀ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ତାଙ୍କ ପରିବାର ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ଇନ୍ଦିରା ଦେବୀଙ୍କର ଆଜି ପ୍ରତ୍ୟୁଷରେ ମୃତ୍ୟୁ ହୋଇଯାଇଛି। ଜନସାଧାରଣଙ୍କ ଦର୍ଶନ ନିମନ୍ତେ ଆଜି ପୂର୍ବାହ୍ନ ୯ଟାରେ ତାଙ୍କ ମୃତଦେହ ପଦ୍ମାଳୟ ଷ୍ଟୁଡିଓରେ ରଖାଯାଇଥିଲା । ତାଙ୍କର ଶେଷ ଦର୍ଶନ ପାଇଁ ଅନେକ ତାରକା ପହଞ୍ଚିଥିଲେ । ଏଭଳି ପରିସ୍ଥିତିରେ ବର୍ତ୍ତମାନ ମହେଶ ବାବୁଙ୍କ ମାଆଙ୍କୁ ଶେଷ ବିଦାୟ ଦେବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଲୁହ ଭରା ଆଖିରେ ତାଙ୍କ ମା'ଙ୍କୁ ବିଦାୟ ଦେଉଥିବାର ଦେଖିବାକୁ ମିଳିଛି। ଶେଷ ଦର୍ଶନ ପାଇଁ ବିଜୟ ଦେବେରାକୋଣ୍ଡା, ରାଣା ଦଗ୍ଗୁବତୀ, ନାଗାର୍ଜୁନ (Akkineni Nagarjuna), ଆଦିଶେଷ, ସୁକୁମାର, ଗୋପୀଚାନ୍ଦ ଭଳି ତାରକା ପହଞ୍ଚିଥିଲେ। ଅନେକ ସେଲିବ୍ରେଟି ମଧ୍ୟ ଟ୍ବିଟ ଜରିଆରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସମବେଦନା ଜଣାଇଛନ୍ତି ।

ମହେଶ ବାବୁଙ୍କ ମାଆ ଇନ୍ଦିରା ଦେବୀ
ମହେଶ ବାବୁଙ୍କ ମାଆ ଇନ୍ଦିରା ଦେବୀ

ଟ୍ୱିଟରରେ ଜଣେ ପ୍ରଶଂସକ ସମବେଦନା ଜଣାଇଛନ୍ତି, ସେ ଲେଖିଛନ୍ତି, "ରେଷ୍ଟ ଇନ୍ ପିସ୍ ଆମ୍ମା, ମହେଶ ବାବୁ ଭଗବାନ ତୁମକୁ ଏ ଦୁଃଖ ସହିବାକୁ ଧୌର୍ଯ୍ୟ ଦିଅନ୍ତୁ ।" ସେହିପରି ଆଉ ଜଣେ ପ୍ରଶଂସକ ନିଜର ଏକ ଟୁଇଟରେ ଲେଖିଛନ୍ତି ଯେ, "ଭଗବାନ ମହେଶ ବାବୁଙ୍କୁ ଏହି ସମୟରେ ଯଥେଷ୍ଟ ଶକ୍ତି ଦିଅନ୍ତୁ, ସବୁବେଳେ ଆପଣଙ୍କ ସହିତ ଆମେ ରହିବୁ ଭାଇ( ଆନ୍ନା) ।"

ମହେଶ ବାବୁଙ୍କ ମାଆ ଇନ୍ଦିରା ଦେବୀ
ମହେଶ ବାବୁଙ୍କ ମାଆ ଇନ୍ଦିରା ଦେବୀ

ଅନ୍ୟ ଜଣେ ବ୍ୟକ୍ତି ଟୁଇଟ୍ କରିଛନ୍ତି, "ଓମ୍ ଶାନ୍ତି ଇନ୍ଦିରା ଗାରୁ" । ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, “ମା’ଙ୍କ ସ୍ଥାନ ଦୁନିଆରେ କେହି ନେଇ ପାରିବେ ନାହିଁ , ତାଙ୍କ ପ୍ରେମ ଅତୁଳନୀୟ । ମହେଶବାବୁଙ୍କ ମାଆଙ୍କ ନିଧନ ଶୁଣି ମୁଁ ମର୍ମାହତ । ଭଗବାନ ମହେଶ ବାବୁଙ୍କୁ ଏ ସମୟରେ ଅଧିକ ଧୌର୍ଯ୍ୟ ଦିଅନ୍ତୁ ।"

ସୂଚନାଯୋଗ୍ୟ, ଇନ୍ଦିରା ଦେବୀଙ୍କ ବଡ ପୁଅ ରମେଶ ବାବୁ, ଯାହାଙ୍କର ଚଳିତ ବର୍ଷ ଦେହାନ୍ତ ହୋଇଛି । ଇନ୍ଦିରା ଦେବୀ ଦକ୍ଷିଣ ସୁପରଷ୍ଟାର କୃଷ୍ଣଙ୍କ ପତ୍ନୀ ଥିଲେ, କିନ୍ତୁ ତାଙ୍କଠାରୁ ସେ ଅଲଗା ହୋଇଯାଇଥିଲେ । ପରେ କୃଷ୍ଣ ବିଜୟାନିର୍ମଲାଙ୍କୁ ବିବାହ କରିଥିଲେ। ପରେ ଇନ୍ଦିରା ଦେବୀ ଏକାକୀ ରହିବାକୁ ସ୍ଥିର କଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.