ETV Bharat / entertainment

Teachers Day 2023: ଅଭିନୟ ଜଗତକୁ ଆସିବା ପୂର୍ବରୁ ଶିକ୍ଷକ ଥିଲେ ଏହି ସେଲିବ୍ରିଟି - ଗୁରୁ ଦିବସ

ବହୁତ କମ୍ ଲୋକ ଏହି କଥା ଜାଣିଥିବେ ଯେ, ଏମିତି କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ କେବଳ ରିଲ୍ ନୁହେଁ ରିୟଲ ଲାଇଫ୍‌ରେ ମଧ୍ୟ ଶିକ୍ଷକ ଭୂମିକା ନିଭାଇଛନ୍ତି । ଏହି ତାଲିକାରେ ପ୍ରଥମ ନାମ ବଲିଉଡ ଖିଲାଡି ଅକ୍ଷୟ କୁମାରଙ୍କର ଆସେ। ଅଧିକ ପଢନ୍ତୁ

ଶିକ୍ଷକ ଥିଲେ ଏହି ସେଲିବ୍ରିଟି
ଶିକ୍ଷକ ଥିଲେ ଏହି ସେଲିବ୍ରିଟି
author img

By ETV Bharat Odisha Team

Published : Sep 5, 2023, 8:49 AM IST

ହାଇଦ୍ରାବାଦ: ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଅନେକ ତାରକା ଅଛନ୍ତି, ଯେଉଁମାନେ ଏହି ଗ୍ଲାମର ଦୁନିଆରେ ପ୍ରବେଶ କରିବା ପୂର୍ବରୁ ଅନ୍ୟ କ୍ଷେତ୍ରରେ ସେବା କରିଛନ୍ତି । କେହି ଇଞ୍ଜିନିୟରିଂ ଚାକିରି ଛାଡ଼ି ନିଜର ଅଭିନୟ ସ୍ୱପ୍ନକୁ ପୂରଣ କରିବା ପାଇଁ ଚାଲିଆସିଛି ତ କାହାର ଅଭିନୟ ନିଶା ସେମାନଙ୍କର ଅନ୍ୟ ସେବା ଉପରେ ଭାରି ପଡ଼ିଛି । ସେହିଭଳି ସିନେମା ଜଗତରେ ଅନେକ ତାରକା ଅଛନ୍ତି ଯେଉଁମାନେ ବାସ୍ତବ ଜୀବନରେ ଶିକ୍ଷକ ଭୂମିକା ନିଭାଇଛନ୍ତି। ଆଜି (ସେପ୍ଚେମ୍ବର 5) ହେଉଛି ପବିତ୍ର ଗୁରୁ ଦିବସ । ଏହି ଅବସରରେ ଆସନ୍ତୁ ଜାଣିବା ସେହି ଶିକ୍ଷକ ବା ଗୁରୁମାନଙ୍କ ସମ୍ପର୍କରେ ଯେଉଁମାନେ ରିଲ୍ ନୁହେଁ ରିୟଲ ଲାଇଫ୍‌ରେ ମଧ୍ୟ ଜ୍ଞାନ ଦାନ କରିଛନ୍ତି ...

ଅକ୍ଷୟ କୁମାର

ବଲିଉଡର ଖିଲାଡି ଅକ୍ଷୟ କୁମାର ମଧ୍ୟ ଜଣେ ଶିକ୍ଷକ ଭାବରେ ତାଙ୍କର ସେବା ଦେଇଛନ୍ତି । ଅକ୍ଷୟ ବିଦେଶରେ ମାର୍ଶଲ ଆର୍ଟ ଟ୍ରେନିଂ ନେଇଥିଲେ ଏବଂ ମୁମ୍ବାଇ ଫେରିବା ପରେ ସେ ଏକ ମାର୍ଶଲ ଆର୍ଟ ସ୍କୁଲ୍‌ ଖୋଲିଥିଲେ ଏବଂ ସେଠାରେ ସେ ଛାତ୍ରମାନଙ୍କୁ ମାର୍ଶଲ ଆର୍ଟ ଶିକ୍ଷା ଦେଉଥିଲେ । ୱାର୍କ ଫ୍ରଣ୍ଟ୍‌ ବିଷୟରେ କହିବାକୁ ଗଲେ ଆଜିକାଲି ଅଭିନେତା ତାଙ୍କ ଫିଲ୍ମ 'OMG 2'କୁ ନେଇ ଚର୍ଚ୍ଚାରେ ଅଛନ୍ତି।

ନନ୍ଦିତା ଦାସ

ନନ୍ଦିତା ଦାସ ଇଣ୍ଡଷ୍ଟ୍ରିର ଜଣେ ଦକ୍ଷ ଅଭିନେତ୍ରୀ ଅଟନ୍ତି । ସେ ମଧ୍ୟ ତାଙ୍କ ଦିଗରେ ଚେଷ୍ଟା କରିଛନ୍ତି । ଏହା ବ୍ୟତୀତ ସେ ଜଣେ ଶିକ୍ଷକ ମଧ୍ୟ ଅଟନ୍ତି । ନନ୍ଦିତା ଦାସଙ୍କର ଋଷି ଭ୍ୟାଲି ସ୍କୁଲ ନାମକ ଏକ ବିଦ୍ୟାଳୟ ଅଛି । ସେ ଏଠାରେ ଶିକ୍ଷାଦାନ କରନ୍ତି । ଥିଏଟରରେ କାମ କରିବା ସହିତ ନନ୍ଦିତା ଦାସ ଏଠାରେ ଶିକ୍ଷାଦାନ କରୁଥିଲେ ।

ଏହା ମଧ୍ୟ ପଢନ୍ତୁ: Teachers Day: ଅନ୍ଧାରରୁ ଆଲୋକର ପଥ ପ୍ରଦର୍ଶକ ଗୁରୁ, ଗୁରୁ ବିନା ଜ୍ଞାନ ନାହିଁ

ଚନ୍ଦ୍ରଚୁଡ ସିଂ

ଏକ ସମୟ ଥିଲା ଅଭିନେତା ଚନ୍ଦ୍ରଚୁଡ ସିଂଙ୍କର ବହୁତ ଚାହିଦା ଥିଲା । ବଲିଉଡରେ ପ୍ରବେଶ କରିବା ପୂର୍ବରୁ ଚନ୍ଦ୍ରଚୁଡ ସିଂ ଡୁନ୍ ସ୍କୁଲରେ ସଙ୍ଗୀତ ଶିକ୍ଷା ଦେଉଥିଲେ। ତା’ପରେ ଯେତେବେଳେ ସେ ଅଭିନୟ କରିବାର ସୁଯୋଗ ପାଇଲେ, ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିୟର ଗଢିଥିଲେ ।

ଅନୁପମ ଖେର

ଏହି ତାଲିକାରେ ଅଭିନେତା ଅନୁପମ ଖେର୍‌ ମଧ୍ୟ ଅନ୍ତର୍ଭୁକ୍ତ । ଅନୁପମ ଖେରଙ୍କ ଆକ୍ଟିଂ ସ୍କୁଲ ଅଛି, ଯାହାର ନାମ ଆକ୍ଟର ପ୍ରିପେୟର୍ସ । ଅନୁପମ ଖେର 2005ରେ ଏହି ବିଦ୍ୟାଳୟ ଖୋଲିଥିଲେ ଯେଉଁଥିରେ ସେ ମଧ୍ୟ ଶିକ୍ଷାଦାନ କରିଥିଲେ । ଖବର ଅନୁଯାୟୀ, ଅନୁପମ ଖେର୍‌ଙ୍କ ଅଭିନୟ ବିଦ୍ୟାଳୟରେ ଦୀପିକା ପାଦୁକୋନଙ୍କଠାରୁ ଆରମ୍ଭ କରି ବରୁଣ ଧାୱନ, ପ୍ରୀତି ଜିଣ୍ଟା, ଅଭିଷେକ ବଚ୍ଚନ, କିଆରା ଆଡଭାନୀ ଏବଂ ହ୍ରିତିକ ରୋଶନ ପର୍ଯ୍ୟନ୍ତ ଆକ୍ଟିଂ ସ୍କିଲ୍‌ ଶିଖିଥିଲେ।

ସାନ୍ୟା ମାଲହୋତ୍ରା

ବଲିଉଡର ଦଙ୍ଗଲ ଗର୍ଲଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ । ବଲିଉଡରେ ପ୍ରବେଶ କରିବା ପୂର୍ବରୁ ସାନ୍ୟା ଜଣେ ନୃତ୍ୟ ଶିକ୍ଷୟିତ୍ରୀ ଥିଲେ, ଯେଉଁଠାରେ ସେ ବେଲି ଡ୍ୟାନ୍ସ ଶିକ୍ଷା ଦେଉଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.