ETV Bharat / entertainment

ବଡ ଘୋଷଣା କଲେ ସନ୍ନି ଦେଓଲ, 2024 ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେନି

author img

By

Published : Aug 22, 2023, 9:18 AM IST

ବିଜେପି ସାଂସଦ ତଥା ଅଭିନେତା ସନ୍ନି ଦେଓଲ 2024ରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ଚଳଚ୍ଚିତ୍ର ‘ଗଦର-୨’ ର ସଫଳତା ମଧ୍ୟରେ ଏହିଭଳି ଏକ ବଡ଼ ଘୋଷଣା କରିଛନ୍ତି ଅଭିନେତା । ଅଧିକ ପଢନ୍ତୁ

ସନ୍ନି ଦେଓଲ
ସନ୍ନି ଦେଓଲ

ହାଇଦ୍ରାବାଦ: ବିଜେପି ସାଂସଦ ତଥା ଅଭିନେତା ସନ୍ନି ଦେଓଲ 2024ରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ସେ ଜଣେ ଅଭିନେତା ଭାବେ ରହିବାକୁ ପସନ୍ଦ କରିଛନ୍ତି । ଅଭିନେତା ଭାବରେ ଦେଶ ସେବା କରିବା ଉଚିତ୍ ଏବଂ ତାହା କରିଆସୁଛି ବୋଲି କହିଛନ୍ତି ସନ୍ନି ଦେଓଲ । ଚଳଚ୍ଚିତ୍ର ‘ଗଦର-୨’ ର ବଡ ସଫଳତା ପରେ ଅଭିନେତା ସନ୍ନି ଦେଓଲ ଏବେ ଚର୍ଚ୍ଚାରେ ଅଛନ୍ତି । ଅନ୍ୟପକ୍ଷରେ, ବ୍ୟାଙ୍କ ଅଫ୍ ବରୋଦା ସନ୍ନି ଦେଓଲଙ୍କ ବଙ୍ଗଳା ନିଲାମ ନୋଟିସ ପ୍ରତ୍ୟାହାର କରି ନେଇଛି । ବ୍ୟାଙ୍କ୍‌ ଏହା ପଛରେ ଏକ ବୈଷୟିକ କାରଣ ଦର୍ଶାଇଛି । ତେବେ ଏସବୁ ମଧ୍ୟରେ ସନ୍ନି ଦେଓଲ ଏହିଭଳି ଏକ ବଡ଼ ଘୋଷଣା ସମସ୍ତଙ୍କୁ ଚକିତ କରିଦେଇଛି । ସନ୍ନି ଘୋଷଣା କରିଛନ୍ତି ଯେ, ସେ 2024ରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ।

ଅଭିନେତା ସନ୍ନି ଦେଓଲ ଏକ ଘରୋଇ ମିଡିଆ ହାଉସ୍‌ ସହ କଥାବାର୍ତ୍ତା କରି କହିଛନ୍ତି ଯେ, "ଜଣେ ଅଭିନେତା ଭାବେ ରହିବା ହିଁ ମୋର ନିର୍ବାଚନ । ମୋତେ ଲାଗୁଛି ଯେ, ଜଣେ ଅଭିନେତା ଭାବରେ ଦେଶ ସେବା କରିବା ଉଚିତ୍, ଯାହା ମୁଁ କରିଆସୁଛି । ସେ ଆହୁରି କହିଛନ୍ତି କି, ଆପଣ କେବଳ ଗୋଟିଏ କାମ କରିପାରିବେ । ଏକାଥରକେ ଅନେକ କାମ କରିବା ଅସମ୍ଭବ । ଯେଉଁ ଚିନ୍ତାଧାରା ସହିତ ମୁଁ ରାଜନୀତିରେ ଆସିଥିଲି, ମୁଁ ଅଭିନେତା ଥିବା ଅବସ୍ଥାରେ ମଧ୍ୟ ସେହି ସମସ୍ତ କାର୍ଯ୍ୟ କରିପାରିବି ।"

ଏହା ମଧ୍ୟ ପଢନ୍ତୁ: ନିଲାମ ହେବନି ସନ୍ନିଙ୍କ ବଙ୍ଗଳା, 24 ଘଣ୍ଟା ମଧ୍ୟରେ ନୋଟିସ୍‌ ଫେରାଇଲା ବ୍ୟାଙ୍କ୍‌

ସନ୍ନି ଆହୁରି କହିଛନ୍ତି ଯେ, "ଅଭିନୟ ଦୁନିଆରେ ମୋର ହୃଦୟ ଯାହା ଇଚ୍ଛା କରିବ ମୁଁ ତାହା କରିପାରିବି । କିନ୍ତୁ ଯଦି ରାଜନୀତିରେ ମୁଁ କିଛି ପ୍ରତିଶ୍ରୁତି ଦେଇ ପୂରଣ ନକରିପାରିବି, ତେବେ ତାହାକୁ ମୁଁ ସହ୍ୟ କରିପାରିବି ନାହିଁ ।" ସାଂସଦ ଭାବରେ ଲୋକସଭାରେ ସନ୍ନି ଦେଓଲଙ୍କ ମାତ୍ର 19 ପ୍ରତିଶତ ଉପସ୍ଥିତି ରହିଛି । ଏହି ପ୍ରସଙ୍ଗରେ ସାଂସଦ କହିଛନ୍ତି,"ମୁଁ ଯେତେବେଳେ ସଂସଦକୁ ଯାଏ, ମୁଁ ଦେଖେ ଯେ ଏଠାରେ ଦେଶ ଚଳାଉଥିବା ଲୋକମାନେ ବସିଛନ୍ତି ସମସ୍ତ ଦଳର ନେତାମାନେ ବସିଛନ୍ତି । କିନ୍ତୁ ଏଠାରେ କେମିତି ଏହିଭଳି ବ୍ୟବହାର କରନ୍ତି । ଯେତେବେଳେ କି ଆମେ ଅନ୍ୟ ଲୋକଙ୍କୁ ଏହିପରି ଆଚରଣ ନକରିବାକୁ କହୁ । ଏହାକୁ ନେଇ ସନ୍ନି କହିଛନ୍ତି ଯେ, ଯେତେବେଳେ ମୁଁ ଏହିସବୁ ଦେଖେ, ମୋତେ ଲାଗେ କି ମୁଁ ଏମିତି ନୁହେଁ । ଏହାଠାରୁ ଭଲ ହେବ ମୁଁ ଅନ୍ୟ କୌଣସି ସ୍ଥାନକୁ ଚାଲି ଯିବି । ମୁଁ ବର୍ତ୍ତମାନ କୌଣସି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁ ନାହିଁ ।" ଏଥିରୁ ସ୍ପଷ୍ଟ ହୋଇଛି ଯେ 2024 ଲୋକସଭା ନିର୍ବାଚନରେ ଗୁରୁଦାସପୁର ଆସନରେ ​​ବିଜେପି ନିଜର ନୂତନ ପ୍ରାର୍ଥୀଙ୍କୁ ଦେଖିବାକୁ ମିଳିବ ।

ସୂଚନାଯୋଗ୍ୟ ଯେ, ସନ୍ନି ଦେଓଲ ବର୍ତ୍ତମାନ ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ବିଜେପି ସାଂସଦ ଅଛନ୍ତି । ଏହି ଆସନ ବିଜେପି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । 1999ରୁ 2004 ଏବଂ 2014ରୁ 2017 ପର୍ଯ୍ୟନ୍ତ ବିଜେପି ଟିକେଟ୍ ରେ ବିନୋଦ ଖାନ୍ନା ମଧ୍ୟ ଏହି ଆସନର ପ୍ରାର୍ଥୀ ଥିଲେ । ବିନୋଦ ଖାନ୍ନାଙ୍କ ମୃତ୍ୟୁ ପରେ ଏଠାରେ ଉପ-ନିର୍ବାଚନରେ ​​କଂଗ୍ରେସ ନେତା ସୁନୀଲ ଜାଖଡ ଜିତିଥିଲେ । 2019 ସାଧାରଣ ନିର୍ବାଚନ ପୂର୍ବରୁ ସନ୍ନି ଦେଓଲ ବିଜେପିରେ ସାମିଲ ହୋଇ ଗୁରୁଦାସପୁରରୁ ଲୋକସଭା ପ୍ରାର୍ଥୀ ହୋଇଥିଲେ ।

ଅନ୍ୟପକ୍ଷରେ ସୁନୀଲ ଜାଖଡ ମଧ୍ୟ ବର୍ତ୍ତମାନ ବିଜେପିରେ ଅଛନ୍ତି ଏବଂ ପଞ୍ଜାବ ବିଜେପିର କମାଣ୍ଡ ତାଙ୍କ ହାତରେ । ସନ୍ନି ଦେଓଲଙ୍କ ବିରୋଧରେ ଗୁରୁଦାସପୁରରେ ଅସନ୍ତୋଷ ରହିଛି । ଅନେକ ଥର ତାଙ୍କ ନିଖୋଜର ପୋଷ୍ଟର ମଧ୍ୟ ଲଗାଯାଇଛି । ଲୋକମାନେ ଅଭିଯୋଗ କରିଛନ୍ତି ଯେ ସେ ଗୁରୁଦାସପୁରକୁ ଆସନ୍ତି ନାହିଁ । ନିକଟରେ ତାଙ୍କ ଚଳଚ୍ଚିତ୍ର ଗଦର-୨ ମଧ୍ୟ ଗୁରୁଦାସପୁରର ଲୋକମାନେ ବିରୋଧ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.