ETV Bharat / entertainment

ଲୋନ୍ ସୁଝି ପାରି ନାହାନ୍ତି ତାରା ସିଂ, ନିଲାମ ହେବ ସନ୍ନି ଭିଲ୍ଲା !

ବଲିଉଡ ଅଭିନେତା ସନ୍ନି ଦେଓଲ ଫିଲ୍ମ 'ଗଦର ୨' ସହିତ ପରଦାକୁ ଫେରିଛନ୍ତି । ଏହି ଫିଲ୍ମ ବକ୍ସ ଅଫିସରେ 300 କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି । ତେବେ ସେ ଏକ ବ୍ୟାଙ୍କରୁ 56 କୋଟି ଲୋନ୍‌ ଆଣି ସୁଝିନଥିବା ଅଭିଯୋଗ ହୋଇଛି। ଅଧିକ ପଢ଼ନ୍ତୁ

author img

By

Published : Aug 20, 2023, 7:01 PM IST

56କୋଟି ଲୋନ୍ ନ ସୁଝିବା ଅଭିଯୋଗରେ ସନ୍ନି ଦେଓଲଙ୍କୁ ବ୍ୟାଙ୍କ ନୋଟିସ୍, ହୋଇପାରେ ବଙ୍ଗଲା ନିଲାମ!

ମୁମ୍ବାଇ: 'ଗଦର ୨'କୁ ନେଇ ଆଜିକାଲି ଶିରୋନାମାରେ ରହିଛନ୍ତି ବଲିଉଡ ଅଭିନୋତା ସନ୍ନି ଦେଓଲ । ଏହି ଫିଲ୍ମ ଭାରତ ବ୍ୟତୀତ ବିଶ୍ବରେ ଧମାକା କରି ଚାଲିଛି । ବର୍ତ୍ତମାନ ସନ୍ନି ଫିଲ୍ମର ସଫଳତାକୁ ଉପଭୋଗ କରୁଥିବା ବେଳେ ତାଙ୍କ ନାଁରେ ଏବେ ଏକ ଅଭିଯୋଗ ସାମ୍ନାକୁ ଆସିଛି । ସେ ଏକ ବ୍ୟାଙ୍କରୁ 56 କୋଟି ଲୋନ୍‌ ଆଣି ସୁଝି ନଥିବା ଅଭିଯୋଗ ହୋଇଛି । ଯାହା ଫଳରେ ତାଙ୍କୁ ବ୍ୟାଙ୍କରୁ ଘର ନିଲାମ ନୋଟିସ ମିଳିଛି । ଏପରି ପରିସ୍ଥିତିରେ ଜୁହୁରେ ଥିବା ସନ୍ନିଙ୍କ ବଙ୍ଗଳା 'ସନ୍ନି ଭିଲ୍ଲା' ନିଲାମ ହୋଇପାରେ ବୋଲି କୁହାଯାଉଛି ।

ନିଲାମ ପାଇଁ ବିଜ୍ଞପ୍ତି ବ୍ୟାଙ୍କ ଅଫ୍ ବରୋଦା ଦ୍ବାରା ଆଜି ଏକ ଖବରକାଗଜରେ ବିଜ୍ଞପ୍ତି ପ୍ରକାଶ ପାଇଛି, ଯେଉଁଥିରେ ଜୁହୁରେ ଅବସ୍ଥିତ ଅଭିନେତାଙ୍କ ବଙ୍ଗଳା 'ସନ୍ନି ଭିଲ୍ଲା'ର ବିବରଣୀ ଏବଂ ଏଥିରେ ଋଣ ରାଶି ରହିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିଲାମରେ ଭିଲ୍ଲା ଏବଂ ଏହାର ଆଖପାଖ ଜମି ଅନ୍ତର୍ଭୁକ୍ତ । ଜୁହୁ ସମ୍ପତ୍ତି ଇ-ନିଲାମ ପାଇଁ 55 କୋଟିରୁ ଅଧିକ ହେବ ବୋଲି କୁହାଯାଉଛି । ପଶ୍ଚିମ ମୁମ୍ବାଇର ଜୁହୁ ଅଞ୍ଚଳରେ ଅବସ୍ଥିତ ଅଭିନେତା ସନ୍ନି ଦେଓଲଙ୍କ ବିଳାସପୂର୍ଣ୍ଣ ମୁମ୍ବାଇ ଭିଲ୍ଲା, ସନ୍ନିଙ୍କୁ ଦିଆଯାଇଥିବା ଋଣ ଫେରସ୍ତ ପାଇଁ ବ୍ୟାଙ୍କ ଅଫ୍ ବରୋଦା ଦ୍ୱାରା ନିଲାମ କରାଯିବ । ଋଣ ପରିମାଣ ପ୍ରାୟ 56 କୋଟି । ଋଣ ଉପରେ ସୁଧ ଫେରସ୍ତ କରିବା ପାଇଁ ମଧ୍ୟ ବ୍ୟାଙ୍କ ଚେଷ୍ଟା କରୁଛି । ଅଭିନେତାଙ୍କୁ ବ୍ୟାଙ୍କ୍‌ ଏକ ନୋଟିସ କରିଛି।

ଏହା ମଧ୍ୟ ପଢନ୍ତୁ: ଗଦର 2 ଦେଖିଲେ ହେମା ମାଲିନୀ, ସନ୍ନି ଦେଓଲଙ୍କ କଲେ ପ୍ରଶଂସା

ସନ୍ନି ଦେଓଲଙ୍କ ଭାଇ ବବି ଦେଓଲ, ଯାହାଙ୍କର ପ୍ରକୃତ ନାମ ବିଜୟ ସିଂ ଦେଓଲ, ତାଙ୍କ ପିତା ଧର୍ମେନ୍ଦ୍ର ସିଂ ଦେଓଲ ଏବଂ ସନ୍ନି ଦେଓଲଙ୍କ କମ୍ପାନୀ ସନ୍ନି ସାଉଣ୍ଡସ ପ୍ରାଇଭେଟ ଲିମିଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ନେଇଥିବା ଋଣ ପାଇଁ ଗ୍ୟାରେଣ୍ଟର୍ ଏବଂ କର୍ପୋରେଟ୍ ଗ୍ୟାରେଣ୍ଟର୍ ଭାବରେ ନାମିତ ହୋଇଛି । ଯାହା ପାଇଁ ସେ ବ୍ୟାଙ୍କ ଅଫ୍ ବରୋଦାରୁ ଋଣ ନେଇଥିଲେ । ନିଲାମ ହେବାକୁ ଯାଉଥିବା ଭିଲ୍ଲାର ନାମ ହେଉଛି ସନ୍ନି ଭିଲ୍ଲା ଏବଂ ଏହା ଜୁହୁର ଗାନ୍ଧୀଗ୍ରାମ ରୋଡରେ ଅବସ୍ଥିତ । ଦେୟ ଆଦାୟ ପାଇଁ ଆଖପାଖ ଜମିକୁ ନିଲାମ କରାଯାଇ ପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.