ହାଇଦ୍ରାବାଦ: 'ପୁଷ୍ପା' ଅଭିନେତା ଅଲ୍ଲୁ ଅର୍ଜୁନ ଏବଂ ତାଙ୍କ ପତ୍ନୀ ସେହ୍ନା ରେଡ୍ଡୀ ଟଲିଉଡର କ୍ୟୁଟ କପଲ ମଧ୍ୟରୁ ଜଣେ । ଦମ୍ପତିଙ୍କର ଦୁଇଟି ସନ୍ତାନ ଅଛନ୍ତି । ଅୟାନ୍ ଏବଂ ଅରହା । ଅଲ୍ଲୁ ଅର୍ଜୁନ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ପରିବାରର ସୁନ୍ଦର ଫଟୋ ସେୟାର କରିଥାନ୍ତି । ତେବେ ନିକଟରେ ଅଲ୍ଲୁ ଅର୍ଜୁନଙ୍କ ପତ୍ନୀ ସ୍ନେହା ତାଙ୍କ ପରିବାରର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯେଉଁଥିରେ ଅଲ୍ଲୁ ଅର୍ଜୁନଙ୍କ ଝିଅ ଯୋଗାଭ୍ୟାସ କରୁଥିବା ନଜର ଆସିଛନ୍ତି । ଏହାକୁ ଦେଖି ଅଲ୍ଲୁ ଅର୍ଜୁନ ଆଶ୍ଚର୍ଯ୍ୟ ହୋଇ ଝିଅକୁ ଦେଖୁଥିବାର ନଜର ଆସିଛି । ତେବେ ତାଙ୍କ ଫ୍ୟାନ୍ସ ମଧ୍ୟ ଏହାକୁ ଲାଇକ କରିବା ସହ ଅରହାଙ୍କ ପ୍ରଶଂସା କରିଛନ୍ତି ।
ସ୍ନେହା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅଲ୍ଲୁ ଅର୍ଜୁନ ଏବଂ ଝିଅ ଅରହା ଯୋଗ ଅଭ୍ୟାସ କରୁଥିବା ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋରେ ଅରହା ଏବଂ ଅଲ୍ଲୁଙ୍କୁ ଏକାସାଙ୍ଗରେ ଦେଖିବାକୁ ମିଳୁଛି । ଅରହା ଯୋଗ ଅଭ୍ୟାସ କରୁଥିବା ବେଳେ ଅଲ୍ଲୁ ଝିଅକୁ ଦେଖି ତାଙ୍କ ମୁଣ୍ଡରେ ହାତ ଦେଇ ଏକ ସୋଫାରେ ବସିଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର ସହ ସ୍ନେହା 'ଗୁଡ ମର୍ନିଂ' ଷ୍ଟିକର୍ ସେୟାର କରିଥିଲେ।
ସୂଚନା ଥାଉ କି, ଅଲୁ ଅର୍ଜୁନଙ୍କ ଝିଅ ଅରହା ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ନୂଆ ଫିଲ୍ମ 'ଶକୁନ୍ତଲାମ'ରେ ଅଭିନୟ ଆରମ୍ଭ କରିଛନ୍ତି । ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରର ଶେଷରେ ଅରହା ସିଂହ ଉପରେ ବସିଥିବାର ନଜର ଆସିଛନ୍ତି । ଅରହା ଏହି ଚଳଚ୍ଚିତ୍ରରେ ସାମନ୍ତରାୟଙ୍କ ଝିଅ ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି । ଅରହାଙ୍କ ଏହି ସଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଫଳରେ ପ୍ରଶଂସକମାନେ ଏହାକୁ ପସନ୍ଦ କରିବା ସହ ଉତ୍ସାହର ସହ ଫିଲ୍ମ ଦେଖିବାକୁ ଅପେକ୍ଷା କରିରହିଛନ୍ତି ।
ତେବେ ନିକଟରେ ଅଲ୍ଲୁ ଅର୍ଜୁନ ତାଙ୍କ ପରିବାର ସହ ରାଜସ୍ଥାନ ଯାଇଥିଲେ । ସେଠାରେ ସେ ବିବାହ ବାର୍ଷିକୀ ସେଲିବ୍ରେସନ କରିଥିଲେ। ଏବଂ ଇନଷ୍ଟାଗ୍ରାମରେ ତାଙ୍କ ପରିବାରର ଛୁଟିଦିନର ସୁନ୍ଦର ଫଟୋ ଓ ଭିଡିଓ ସେୟାର କରିଥିଲେ । ଦମ୍ପତି 2011ମସିହାରେ ବିବାହ କରିଥିଲେ । ଦମ୍ପତିଙ୍କର ଦୁଇଟି ସନ୍ତାନ ଅଛନ୍ତି । ଅୟାନ୍ ଏବଂ ଅରହା । ସେପଟେ ଅଲୁ ଅର୍ଜୁନଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଅଲ୍ଲୁଙ୍କୁ ଖୁବଶୀଘ୍ର 'ପୁଷ୍ପା ୨'ରେ ଦେଖିବାକୁ ମିଳିବ । ସୁକୁମାରଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ପ୍ରସ୍ତୁତ ହେଉଛି । ଫିଲ୍ମ ନିର୍ମାତା ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଏପ୍ରିଲ୍ 8ରେ ପ୍ରଶଂସକଙ୍କ ପାଇଁ ଫିଲ୍ମକୁ ନେଇ ଏକ ଟ୍ରିଟ୍ ରିଲିଜ୍ କରିବେ ବୋଲି କୁହାଯାଉଛି । ପୁଷ୍ପା ଭଳି ଦ୍ବିତୀୟ ଭାଗ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରାଯାଉଛି।