ETV Bharat / entertainment

ଆଜି ପଞ୍ଚଭୂତରେ ଲୀନ ହେବ KKଙ୍କ ପାର୍ଥିବ ଶରୀର

author img

By

Published : Jun 2, 2022, 10:51 AM IST

ହମ୍‌ ରହେଁ ୟା ନା ରହେଁ କଲ୍‌ ୟାଦ୍‌ ଆଏଁଗେ ୟେ ପଲ୍‌... ଗୀତ ଗାଇ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିବା ଲୋକପ୍ରିୟ ଗାୟକ କେ.କେ ଚିରଦିନ ପାଇଁ ବିଦାୟ ନେଇଯାଇଛନ୍ତି । ଆଜି (ଜୁନ୍ ୨) ରେ କେ.କେଙ୍କ ଅନ୍ତିମ ସଂସ୍କାର କରାଯିବ । ମୁମ୍ବାଇ ପହଞ୍ଚିସାରିଛି କେ.କେଙ୍କ ପାର୍ଥିବ ଶରୀର । ଅଧିକ ପଢନ୍ତୁ

ମୁମ୍ବାଇ ପହଞ୍ଚିଛି କେ.କେଙ୍କ ପାର୍ଥିବ ଶରୀର, ଆଜି ହେବ ଅନ୍ତିମ ସଂସ୍କାର

ହାଇଦ୍ରାବାଦ: ‘ହମ୍‌ ରହେଁ ୟା ନା ରହେଁ କଲ୍‌ ୟାଦ୍‌ ଆଏଁଗେ ୟେ ପଲ୍‌...’ ଗୀତ ଗାଇ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିବା ଲୋକପ୍ରିୟ ଗାୟକ କେ.କେ ଚିରଦିନ ପାଇଁ ବିଦାୟ ନେଇଯାଇଛନ୍ତି । ଆଜି (ଜୁନ୍ ୨) ରେ କେ.କେଙ୍କ ଅନ୍ତିମ ସଂସ୍କାର କରାଯିବ । କେ.କେ ପ୍ରଶଂସକମାନେ ତାଙ୍କୁ ଅନ୍ତିମ ବିଦାୟ ଦେଇ ଚିରଦିନ ପାଇଁ ବିଦାୟ ଦେବେ । ବୁଧବାର କେ.କେଙ୍କର ପାର୍ଥିବ ଶରୀର କୋଲକାତାରୁ ମୁମ୍ବାଇ ପହଞ୍ଚିଛି। ଏହା ପୂର୍ବରୁ କଣ୍ଠଶିଳ୍ପୀଙ୍କ ପୋଷ୍ଟମର୍ଟମ ପରେ ପାର୍ଥୀବ ଶରୀରକୁ କୋଲକାତାରେ ତୋପ ସହିତ ସ୍ୟାଲୁଟ ଦିଆଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ।

  • Maharashtra | Mortal remains of singer Krishnakumar Kunnath popularly known as #KK brought to his residence in Mumbai

    The last rites of the singer will be performed in Mumbai today. pic.twitter.com/AL72BfoeUz

    — ANI (@ANI) June 2, 2022 " class="align-text-top noRightClick twitterSection" data=" ">

ଅନ୍ତିମ ସଂସ୍କାର ଅପରାହ୍ନ 1ଟାରେ ହେବ

ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ତାଙ୍କ ବର୍ସୋବା ସ୍ଥିତ ପାର୍କ ପ୍ସାଜା କମ୍ପ୍ଲେକ୍ସରେ ଥିବା ନିଜ ଘରେ ରଖାଯିବ। 1ଟା ସମୟରେ ବର୍ସୋବା ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ହେବ । ଯେଉଁଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ଅନ୍ତିମ ଯାତ୍ରାରେ ମ୍ୟୁଜିକ ଇଣ୍ଡଷ୍ଟ୍ରୀ ଓ ବଲିଉଡ୍‌ର ବହୁ ବଡ଼ ବଡ଼ ବରିଷ୍ଠ କଳାକାର ସାମିଲ ହୋଇପାରନ୍ତି ।

କେ.କେଙ୍କ ଅନ୍ତିମ ଦର୍ଶନ ସମୟ

ଶେଷ ଦର୍ଶନ ପାଇଁ ଗାୟକ କେ.କେ.ଙ୍କ ପାର୍ଥିବ ଶରୀର ତାଙ୍କ ଘରେ ସକାଳ 10.30 ରୁ 12.30 ପର୍ଯ୍ୟନ୍ତ ରଖାଯିବ । ଏହି ସମୟରେ, ଗାୟକଙ୍କ ନିକଟବର୍ତ୍ତୀ ଲୋକ ଏବଂ ପ୍ରଶଂସକମାନେ ତାଙ୍କର ଶେଷ ଦର୍ଶନ ଆସିବେ । କେ.କେଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର କୋଲକାତାରେ ବିବେକାନନ୍ଦ କଲେଜ ଫେଷ୍ଟିଭାଲରେ ଗୀତ ଗାଇବା ବେଳେ ଅସୁସ୍ଥ ଅନୁଭବ କରିଥିଲେ କେ.କେ । ଏହାପରେ ତାଙ୍କୁ କୋଲକାତାର ସି.କେ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେକେଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.