ମୁମ୍ବାଇ: ଗତକାଲି(ଶନିବାର)ଠୁ ଆରମ୍ଭ ହୋଇଛି ଭାରତୀୟଙ୍କ ପାରମ୍ପରିକ ନବବର୍ଷ । ଏହାକୁ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ପାଳନ କରିଛନ୍ତି ରାଜ୍ୟବାସୀ । ମୁମ୍ବାଇରେ ମରାଠୀମାନେ ଏହାକୁ ଗୁଡି ପଡୱା ଭାବେ ପାଳନ କରୁଥିବାବେଳେ ଏହି ଅବସରରେ ଖାସ ଲୁକ୍ରେ ନଜର ଆସିଛନ୍ତି ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁର । ଶ୍ରଦ୍ଧା ପାରମ୍ପରିକ ନୌୱାରୀ ଶାଢୀ ପିନ୍ଧି ଏହି ପର୍ବକୁ ପାଳନ କରୁଥିବା ଦେଖିବାକୁ ମିଳିଥିବାବେଳେ ଏହାର ଫଟୋକୁ ଖୁବ ପସନ୍ଦ କରିଛନ୍ତି ଫ୍ୟାନ୍ସ ।
ମରାଠୀ ଭାଷାଭାଷୀ ଲୋକଙ୍କ ପାଇଁ ଏହି ଶାଢୀର ଗୁରୁତ୍ବ ଅଧିକ ରହିଛି । ଏହାକୁ ଶକ୍ତି ଓ ଦୃଢତାର ପ୍ରତୀକ ଭାବେ ବିବେଚନା କରାଯାଏ । ପରମ୍ପରା ଅନୁସାରେ ପୂର୍ବରୁ ଯୁଦ୍ଧ ମୈଦାନକୁ ଯିବା ସମୟରେ ମହିଳାମାନେ ଏହି ଶାଢୀ ପିନ୍ଧୁଥିଲେ । ଏହି ଶାଢୀ ଆନ୍ଦୋଳନର ସ୍ବତନ୍ତ୍ରତା ଅନୁମିତ ଦେଇଥାଏ । ଏହା ସେତେବେଳେ ସମୟରେ କେବଳ ସୌନ୍ଦର୍ଯ୍ୟପୂର୍ଣ୍ଣ ପୋଷାକ ନଥିଲା । ଏହା ମହିଳାଙ୍କ ଶକ୍ତିର ପ୍ରତୀକ ରହିଥିଲା ।
ପର୍ବ ସମ୍ପର୍କରେ ଶ୍ରଦ୍ଧା କହିଛନ୍ତି ଯେ ଗୁଡି ପଡୱା, ଚେତି ଚନ୍ଦ, ନବରାତ୍ରି ଓ ଉଗାଦି ସହିତ ସେ ନିଜ ଜୀବନର ଏକ ଆନନ୍ଦପୂର୍ଣ୍ଣ ଓ ସକରାତ୍ମକ ଭାବନା ସହିତ ଶୁଭାରମ୍ଭ କରିବାକୁ ଆଶାବାଦୀ ରହିଛନ୍ତି । ସେ ନିଜ ଦିନର ଆରମ୍ଭ ଘରେ ତିଆରି ହୋଇଥିବା ମହାରାଷ୍ଟ୍ରିଆନ ଖାଦ୍ୟରୁ ଆରମ୍ଭ କରିଛନ୍ତି । ଏଥିରୁ କିଛି ଖାଦ୍ୟକୁ ସେ ନିଜ ଟିମ ପାଇଁ ସେଟକୁ ନେଇ ଯାଇଥିଲେ । ଏହି ଦିନ ନିଜ ପ୍ରିୟଜନଙ୍କ ସହିତ ଅତିବାହିତ କରିବା ଓ ଛୋଟ ଛୋଟ ଖୁସି ବାଣ୍ଟିବା ଆବଶ୍ୟକ । ଏହାସହିତ ସୋସିଆଲ ମିଡ଼ିଆରେ ଏକ ନୌୱାରୀ ଶାଢୀ ପିନ୍ଧି ଆକର୍ଷଣୀୟ, ସୁନ୍ଦର ଫଟୋକୁ ସେୟାର କରିଛନ୍ତି ।
ଶ୍ରଦ୍ଧାଙ୍କ ୱାର୍କଫ୍ରଣ୍ଟ ସମ୍ପର୍କରେ ଆଲୋଚନା କଲେ ସେ ଆଗକୁ ରଣବୀର କପୁରଙ୍କ ସହ 'ଲଭ୍ ରଞ୍ଜନ' ଫିଲ୍ମରେ ନଜର ଆସିବେ । ଏହାବ୍ୟତୀତ ସେ ଆଗକୁ ପଙ୍କଜ ପାରସରଙ୍କ 'ଚଲବାଜ ଇନ ଲଣ୍ଡନ' ଓ ବିଶାଲ ଫୁରିୟାଙ୍କ 'ନାଗିନ' ମଧ୍ୟ ରହିଛି । ଏଥିରେ ଶ୍ରଦ୍ଧା ନିଜ ଅଭିନୟର ଜଲୱା ଦେଖାଇବେ ।
-
The Marathi Shraddha 😭😭
— Shruti 💗 (@ShraddhaSShruti) April 2, 2022 " class="align-text-top noRightClick twitterSection" data="
She is so adorable #ShraddhaKapoor @ShraddhaKapoor pic.twitter.com/CecVvPcsix
">The Marathi Shraddha 😭😭
— Shruti 💗 (@ShraddhaSShruti) April 2, 2022
She is so adorable #ShraddhaKapoor @ShraddhaKapoor pic.twitter.com/CecVvPcsixThe Marathi Shraddha 😭😭
— Shruti 💗 (@ShraddhaSShruti) April 2, 2022
She is so adorable #ShraddhaKapoor @ShraddhaKapoor pic.twitter.com/CecVvPcsix
@IANS