ମୁମ୍ବାଇ: ବଲିଉଡ ଅଭିନେତା ସାହିଦ କପୁର ଶେଷରେ ତାଙ୍କର ନୂଆ ଡୁପ୍ଲେକ୍ସକୁ ସିଫ୍ଟ ହୋଇଛନ୍ତି । 58 କୋଟି ଟଙ୍କା ମୂଲ୍ୟର ଏହି ଡୁପ୍ଲେକ୍ସ ମୁମ୍ବାଇର ୱର୍ଲି (Worli) ଅଞ୍ଚଳରେ ଅବସ୍ଥିତ । ସାହିଦ ପତ୍ନୀ ମୀରା ରାଜପୁତଙ୍କ ସହ 2018 ରେ ଏହି ଘର ବୁକ୍ କରିଥିଲେ। କିନ୍ତୁ କରୋନା ଲକଡାଉନ୍ ହେତୁ ସେ ତାଙ୍କ ନୂଆ ଘରକୁ ଯାଇପାରିନଥିଲେ । କିନ୍ତୁ ବର୍ତ୍ତମାନ ଏହି ଦମ୍ପତି ନିଜ ପିଲାଙ୍କ ସହିତ ନବରାତ୍ରିରେ ଏହି ନୂଆ ଘରେ ପ୍ରବେଶ କରିଛନ୍ତି । ତାଙ୍କ ଘର ଭିତରର କିଛି ଝଲକ ମଧ୍ୟ ସାମ୍ନାକୁ ଆସିଛି ।
- " class="align-text-top noRightClick twitterSection" data="
">
ସାହିଦ-ମୀରା ନିଜେ କରିଛନ୍ତି ଘରର ଇଣ୍ଟିରିୟର
ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଏହି ଘରର ଇଣ୍ଟିରିୟର କାମ ସାହିଦ-ମୀରା ନିଜେ କରିଛନ୍ତି, ଯାହା ବାସ୍ତବରେ ଚମତ୍କାର ହୋଇଛି । ଏହି ଡୁପ୍ଲେକ୍ସ ସହିତ ସହିଦଙ୍କୁ 6ଟି ପାର୍କିଂ ସ୍ଲଟ୍ ମିଳିଛି । ଏହା ବ୍ୟତୀତ ତାଙ୍କ ଘରେ 500 ବର୍ଗଫୁଟର ବାଲକୋନି ଅଛି । ଏହି ଦମ୍ପତିଙ୍କ ନିକଟ ସୂତ୍ରରୁ ଜଣାପଡିଛି ଯେ ସେମାନେ ଘରକୁ ସ୍ଥାନାନ୍ତର ହେବାର ପାଞ୍ଚ ଦିନ ବିତିଗଲାଣି ।
ଉଲ୍ଲେଖନୀୟ ଯେ, ନୂଆ ଘର କିଣିବାବେଳେ ସାହିଦ ଏକ ସାକ୍ଷାତକାରରେ କହିଥିଲେ -ପିଲାମାନେ ବଡ ହେଉଛନ୍ତି ଏବଂ ସେମାନଙ୍କୁ ଜାଗା ଦରକାର ହେବ। ବର୍ତ୍ତମାନ ମୋ ଘରର ସମସ୍ତ ସ୍ଥାନ ମୋ ପିଲାମାନଙ୍କର ଅଟେ । ମୀରା ଏବଂ ମୋତି ମଧ୍ୟ ଜାଗାର ଆବଶ୍ୟକତା ଅଛି । ସମୟର ଗତି ସହିତ, ପରିବାର ପାଇଁ ଅଧିକ ସ୍ଥାନ ସୃଷ୍ଟି କରିବା ଗୁରୁତ୍ୱପୂର୍ଣ୍ଣ । ପରିବାର ଅଦା ପରି, ଏହା ବିସ୍ତାର କରେ ।
ଫିଲ୍ମ ଜର୍ସି, ଯାହା ଫ୍ଲପ୍ ହୋଇଥିଲା
ଚଳିତ ବର୍ଷ ରିଲିଜ୍ ହୋଇଥିବା ସାହିଦ କପୁର ଫିଲ୍ମ ଜର୍ସି ବକ୍ସ ଅଫିସରେ ଫ୍ଲପ୍ ପ୍ରମାଣିତ ହୋଇଥିଲା । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ମୃଣାଲ ଠାକୁର ମୁଖ୍ୟ ଭୂମିକାରେ ଥିଲେ। ତାଙ୍କର ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ସେ Bloody Daddy ଫିଲ୍ମରେ ନଜର ଆସିବେ । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ସୁଟିଂ ଚାଲିଛି। ତେବେ ସାହିଦଙ୍କୁ ଶେଷ ଥର ପାଇଁ ଫିଲ୍ମ କବୀର ସିଂରେ ଦେଖିବାକୁ ମିଳିଥିଲା, ଯାହା ଏକ ହିଟ୍ ପ୍ରମାଣିତ ହୋଇଥିଲା ।