ETV Bharat / entertainment

ପରଦାକୁ ଆସିଲା 'ଡଙ୍କି', ଉତ୍ସାହ ଦେଖି ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ କିଙ୍ଗ ଖାନ

author img

By ETV Bharat Odisha Team

Published : Dec 21, 2023, 10:10 AM IST

Dunki Release: ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ଆଜି(ଗୁରୁବାର) ରିଲିଜ ହୋଇଛି । ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ଦେଖିବାକୁ ମିଳିଛି । ଫିଲ୍ମ ରିଲିଜ ହେବା ମାତ୍ରେ ଫ୍ଯାନ୍ସ ଥିଏଟର ବାହାରେ ନାଚ, ଗୀତ ସହ ବାଣ ଫୁଟାଇ କିଙ୍ଗ ଖାନଙ୍କ ଫିଲ୍ମକୁ ସ୍ବାଗତ କରିଛନ୍ତି । ସେପଟେ 'ଡଙ୍କି' ନେଇ ଫ୍ୟାନ୍ସଙ୍କ ଉତ୍ସାହ ଦେଖି ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

ପରଦାକୁ ଆସିଲା 'ଡଙ୍କି', ଉତ୍ସାହ ଦେଖି ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ କିଙ୍ଗ ଖାନ
ପରଦାକୁ ଆସିଲା 'ଡଙ୍କି', ଉତ୍ସାହ ଦେଖି ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ କିଙ୍ଗ ଖାନ

ହାଇଦ୍ରାବାଦ: ଶାହାରୁଖ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ କମେଡି-ଡ୍ରାମା 'ଡଙ୍କି' ଡିସେମ୍ବର ୨୧ ଅର୍ଥାତ୍ ଆଜି ଦିନ ମୁକ୍ତିଲାଭ କରିଛି । ଭାରତରେ ଏହି ଫିଲ୍ମର ପ୍ରଥମ ଶୋ' ସକାଳ ୫ଟା ୫୫ ମିନିଟରେ ଆରମ୍ଭ ହୋଇଥିଲା । ମୁମ୍ବାଇର ଥିଏଟର, ଗାଏଟି ଗାଲାକ୍ସିରେ ପ୍ରଥମ ଶୋ' ହୋଇଥିଲା । ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସବ ପରି ଏହାକୁ ପାଳନ କରିଛନ୍ତି । ଫ୍ଯାନ୍ସ ଥିଏଟର ବାହାରେ ନାଚ, ଗୀତ ସହ ବାଣ ଫୁଟାଇ କିଙ୍ଗ ଖାନଙ୍କ ଫିଲ୍ମକୁ ସ୍ବାଗତ କରିଛନ୍ତି । ଯାହାର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେପଟେ 'ଡଙ୍କି' ନେଇ ଫ୍ୟାନ୍ସଙ୍କ ଉତ୍ସାହ ଦେଖି ଧନ୍ୟବାଦ ଜଣାଇଛନ୍ତି ଶାହାରୁଖ ଖାନ ।

ଶାହାରୁଖଙ୍କ ଫ୍ୟାନ୍ କ୍ଲବ୍ ପ୍ରଶଂସକଙ୍କ ସେଲିବ୍ରେସନର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଡ୍ରମ୍ ବଜାଇ ନାଚୁଥିବାର ଏବଂ ବାଣ ଫୁଟାଇ ଥିଏଟର ବାହାରେ ଉତ୍ସବ ମନାଉଥିବାର ଦେଖିବାକୁ ମିଳିଛି । ଏହି ସମୟରେ ଶାହାରୁଖଙ୍କର ଏକ ବଡ଼ କଟଆଉଟ୍ ମଧ୍ୟ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ର ପାଇଁ ଫ୍ୟାନ୍ସଙ୍କ ଭଲପାଇବା ଏବଂ ଉତ୍ସାହ ଦେଖି ଶାହାରୁଖ ଖାନ ଖୁସିରେ ଗଦ ଗଦ ହୋଇଛନ୍ତି । ସେ ଭିଡିଓକୁ ରିଟ୍ବିଟ୍‌ କରି ଏକ୍ସରେ ଲେଖିଛନ୍ତି, 'ଯୁବକ ଓ ଯୁବତୀମାନଙ୍କୁ ଧନ୍ୟବାଦ, ଏକ ଭଲ ଶୋ' ଏବଂ ଆଶା କରୁଛି ଯେ 'ଡଙ୍କି' ତୁମ ସମସ୍ତଙ୍କୁ ମନୋରଞ୍ଜନ କରିବ ।'

UNMATCHED 🔥#SRK fans crazy for the movie #Dunki & dancing
on #LutPutGaya which made the theatre a
stadium 🫡🔥
The media also coudnt stop themselves to see
that craze for #Dunki@iamsrk #ShahRuhKhan#DunkiFirstDayFirstShow pic.twitter.com/soEdZE4eVw

— BOLLYWOOD KA BAAP SRK 🇵🇸 (@DazzlingAffu) December 21, 2023 " class="align-text-top noRightClick twitterSection" data=" ">

ଶାହାରୁଖ ଖାନ ଜଣେ ଅଭିନେତା ଯିଏ ତାଙ୍କର ମଜାଳିଆ ଏବଂ ଆକର୍ଷଣୀୟ ମନ୍ତବ୍ୟ ସହ ସବୁବେଳେ ଫ୍ୟାନ୍ସଙ୍କ ମନ ଜିତିଥାନ୍ତି । ଏକ୍ସରେ ଫିଲ୍ମ ରିଲିଜକୁ ସେଲିବ୍ରେସନ କରୁଥିବା ଫ୍ୟାନ୍ସଙ୍କ ଆଉ ଏକ ଭିଡିଓ ସେ ରିଟ୍ୱିଟ୍‌ କରିଛନ୍ତି । ମଜାଳିଆ ଢଙ୍ଗରେ ଲେଖିଛନ୍ତି, 'ଆରେ ଏବେ ଚଳଚ୍ଚିତ୍ର ଦେଖିବାକୁ ଯାଅ କିମ୍ବା ବାହାରେ କୁସ୍ତି କରନି । ଚଳଚ୍ଚିତ୍ର ଦେଖିବା ପାଇଁ ଯାଅ ଏବଂ ତୁମେ ସମସ୍ତେ ଏହାକୁ ଉପଭୋଗ କଲ କି ନାହିଁ ମୋତେ ଜଣାଅ ।' ତେବେ ଆଉ କିଛି ଭିଡିଓରେ ଫ୍ୟାନ୍ସ ଥିଏଟର ଭିତରେ ମଧ୍ୟ ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଛି । ଏଥିସହ ସେମାନେ ଡଙ୍କିର ଗୀତରେ ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ରାତି ପାହିଲେ ପରଦାକୁ ଆସିବ 'ଡଙ୍କି', କିଙ୍ଗ ଖାନଙ୍କ ଫିଲ୍ମ ଦେଖିବାକୁ ଉତ୍ସାହିତ ସେଲିବ୍ରିଟି

ସୂଚନା ଥାଉ କି, ଗତ ମଙ୍ଗଳବାର ଦୁବାଇରେ ଶାହାରୁଖ ଏବଂ ରାଜକୁମାର ହିରାନୀ ପ୍ରମୋସନ କରିଥିଲେ । ଦୁବାଇର ବୁର୍ଜ ଖଲିଫାରେ ଡ୍ରୋନ୍ ଶୋ' ସମୟରେ ସେ ନିଜ ସିଗ୍ନେଚର ଷ୍ଟେପ୍‌ କରି ଦର୍ଶକଙ୍କ ମନ ଜିତିଥିବା ବେଳେ ସମସ୍ତଙ୍କୁ ପରିବାର ସହ ଫିଲ୍ମ ଦେଖିବାକୁ ଯିବାକୁ ନିବେଦନ କରିଥିଲେ । ରାଜକୁମାର ହିରାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ 'ଡଙ୍କି' ଫିଲ୍ମରେ ଶାହାରୁଖଙ୍କ ବ୍ୟତୀତ ତାପସୀ ପନ୍ନୁ, ବିକି କୌଶଲ ଏବଂ ବୋମାନ ଇରାନୀ, ସତୀଶ ଶାହାଙ୍କ ପରି ବଲିଉଡ୍‌ ଅଭିନେତାମାନେ ଅଭିନୟ କରିଛନ୍ତି । ତେବେ ଶାହାରୁଖ ରାଜକୁମାର ହିରାନୀ ଏବଂ ତାପସୀ, ବିକିଙ୍କ ସହ ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାମ କରିଛନ୍ତି । ତେବେ 'ପଠାନ' ଏବଂ 'ଜବାନ' ପରି ହିଟ୍‌ ଫିଲ୍ମ ପରେ ଶାହାରୁଖ ଖାନ ଚଳିତ ବର୍ଷ 'ଡଙ୍କି' ସହ ପୁଣି ପରଦାକୁ ଫେରିଛନ୍ତି । ଏହା ମଧ୍ୟ ଉଭୟ ଫିଲ୍ମ ପରି ବେଶ ସଫଳତା ହାସଲ କରିବ ବୋଲି କୁହାଯାଉଛି ।

ହାଇଦ୍ରାବାଦ: ଶାହାରୁଖ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ କମେଡି-ଡ୍ରାମା 'ଡଙ୍କି' ଡିସେମ୍ବର ୨୧ ଅର୍ଥାତ୍ ଆଜି ଦିନ ମୁକ୍ତିଲାଭ କରିଛି । ଭାରତରେ ଏହି ଫିଲ୍ମର ପ୍ରଥମ ଶୋ' ସକାଳ ୫ଟା ୫୫ ମିନିଟରେ ଆରମ୍ଭ ହୋଇଥିଲା । ମୁମ୍ବାଇର ଥିଏଟର, ଗାଏଟି ଗାଲାକ୍ସିରେ ପ୍ରଥମ ଶୋ' ହୋଇଥିଲା । ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସବ ପରି ଏହାକୁ ପାଳନ କରିଛନ୍ତି । ଫ୍ଯାନ୍ସ ଥିଏଟର ବାହାରେ ନାଚ, ଗୀତ ସହ ବାଣ ଫୁଟାଇ କିଙ୍ଗ ଖାନଙ୍କ ଫିଲ୍ମକୁ ସ୍ବାଗତ କରିଛନ୍ତି । ଯାହାର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେପଟେ 'ଡଙ୍କି' ନେଇ ଫ୍ୟାନ୍ସଙ୍କ ଉତ୍ସାହ ଦେଖି ଧନ୍ୟବାଦ ଜଣାଇଛନ୍ତି ଶାହାରୁଖ ଖାନ ।

ଶାହାରୁଖଙ୍କ ଫ୍ୟାନ୍ କ୍ଲବ୍ ପ୍ରଶଂସକଙ୍କ ସେଲିବ୍ରେସନର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଡ୍ରମ୍ ବଜାଇ ନାଚୁଥିବାର ଏବଂ ବାଣ ଫୁଟାଇ ଥିଏଟର ବାହାରେ ଉତ୍ସବ ମନାଉଥିବାର ଦେଖିବାକୁ ମିଳିଛି । ଏହି ସମୟରେ ଶାହାରୁଖଙ୍କର ଏକ ବଡ଼ କଟଆଉଟ୍ ମଧ୍ୟ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ର ପାଇଁ ଫ୍ୟାନ୍ସଙ୍କ ଭଲପାଇବା ଏବଂ ଉତ୍ସାହ ଦେଖି ଶାହାରୁଖ ଖାନ ଖୁସିରେ ଗଦ ଗଦ ହୋଇଛନ୍ତି । ସେ ଭିଡିଓକୁ ରିଟ୍ବିଟ୍‌ କରି ଏକ୍ସରେ ଲେଖିଛନ୍ତି, 'ଯୁବକ ଓ ଯୁବତୀମାନଙ୍କୁ ଧନ୍ୟବାଦ, ଏକ ଭଲ ଶୋ' ଏବଂ ଆଶା କରୁଛି ଯେ 'ଡଙ୍କି' ତୁମ ସମସ୍ତଙ୍କୁ ମନୋରଞ୍ଜନ କରିବ ।'

ଶାହାରୁଖ ଖାନ ଜଣେ ଅଭିନେତା ଯିଏ ତାଙ୍କର ମଜାଳିଆ ଏବଂ ଆକର୍ଷଣୀୟ ମନ୍ତବ୍ୟ ସହ ସବୁବେଳେ ଫ୍ୟାନ୍ସଙ୍କ ମନ ଜିତିଥାନ୍ତି । ଏକ୍ସରେ ଫିଲ୍ମ ରିଲିଜକୁ ସେଲିବ୍ରେସନ କରୁଥିବା ଫ୍ୟାନ୍ସଙ୍କ ଆଉ ଏକ ଭିଡିଓ ସେ ରିଟ୍ୱିଟ୍‌ କରିଛନ୍ତି । ମଜାଳିଆ ଢଙ୍ଗରେ ଲେଖିଛନ୍ତି, 'ଆରେ ଏବେ ଚଳଚ୍ଚିତ୍ର ଦେଖିବାକୁ ଯାଅ କିମ୍ବା ବାହାରେ କୁସ୍ତି କରନି । ଚଳଚ୍ଚିତ୍ର ଦେଖିବା ପାଇଁ ଯାଅ ଏବଂ ତୁମେ ସମସ୍ତେ ଏହାକୁ ଉପଭୋଗ କଲ କି ନାହିଁ ମୋତେ ଜଣାଅ ।' ତେବେ ଆଉ କିଛି ଭିଡିଓରେ ଫ୍ୟାନ୍ସ ଥିଏଟର ଭିତରେ ମଧ୍ୟ ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଛି । ଏଥିସହ ସେମାନେ ଡଙ୍କିର ଗୀତରେ ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ରାତି ପାହିଲେ ପରଦାକୁ ଆସିବ 'ଡଙ୍କି', କିଙ୍ଗ ଖାନଙ୍କ ଫିଲ୍ମ ଦେଖିବାକୁ ଉତ୍ସାହିତ ସେଲିବ୍ରିଟି

ସୂଚନା ଥାଉ କି, ଗତ ମଙ୍ଗଳବାର ଦୁବାଇରେ ଶାହାରୁଖ ଏବଂ ରାଜକୁମାର ହିରାନୀ ପ୍ରମୋସନ କରିଥିଲେ । ଦୁବାଇର ବୁର୍ଜ ଖଲିଫାରେ ଡ୍ରୋନ୍ ଶୋ' ସମୟରେ ସେ ନିଜ ସିଗ୍ନେଚର ଷ୍ଟେପ୍‌ କରି ଦର୍ଶକଙ୍କ ମନ ଜିତିଥିବା ବେଳେ ସମସ୍ତଙ୍କୁ ପରିବାର ସହ ଫିଲ୍ମ ଦେଖିବାକୁ ଯିବାକୁ ନିବେଦନ କରିଥିଲେ । ରାଜକୁମାର ହିରାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ 'ଡଙ୍କି' ଫିଲ୍ମରେ ଶାହାରୁଖଙ୍କ ବ୍ୟତୀତ ତାପସୀ ପନ୍ନୁ, ବିକି କୌଶଲ ଏବଂ ବୋମାନ ଇରାନୀ, ସତୀଶ ଶାହାଙ୍କ ପରି ବଲିଉଡ୍‌ ଅଭିନେତାମାନେ ଅଭିନୟ କରିଛନ୍ତି । ତେବେ ଶାହାରୁଖ ରାଜକୁମାର ହିରାନୀ ଏବଂ ତାପସୀ, ବିକିଙ୍କ ସହ ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାମ କରିଛନ୍ତି । ତେବେ 'ପଠାନ' ଏବଂ 'ଜବାନ' ପରି ହିଟ୍‌ ଫିଲ୍ମ ପରେ ଶାହାରୁଖ ଖାନ ଚଳିତ ବର୍ଷ 'ଡଙ୍କି' ସହ ପୁଣି ପରଦାକୁ ଫେରିଛନ୍ତି । ଏହା ମଧ୍ୟ ଉଭୟ ଫିଲ୍ମ ପରି ବେଶ ସଫଳତା ହାସଲ କରିବ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.