ହାଇଦ୍ରାବାଦ: ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ସାରା ଅଲି ଖାନ ଆଜିକାଲି ଦେବାଦେବୀଙ୍କ ମନ୍ଦିର ପରିଦର୍ଶନ ପାଇଁ ଶିରୋନାମାରେ ରହିଛନ୍ତି । ନିକଟରେ ସାରା ନିଜର ପ୍ରଥମ ଅମରନାଥ ଯାତ୍ରା ସମାପ୍ତ କରିବା ପରେ ଘରକୁ ଫେରିଛନ୍ତି । ସାରା ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ଅମରନାଥ ଯାତ୍ରାର ପ୍ରତ୍ୟେକ ଝଲକ ଦେଖାଇଥିଲେ । ଏହା ବ୍ୟତୀତ, ଯେତେବେଳେ ବି ସାରା ଯାତ୍ରା କରିବାକୁ ଯାଆନ୍ତି କିମ୍ବା ତାଙ୍କ ପ୍ରୋଜେକ୍ଟ ଏହାକୁ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଥାଆନ୍ତି । ବର୍ତ୍ତମାନ ଅମରନାଥରୁ ଫେରିଥିବା ସାରା ଏବେ ଏକ ନୂତନ ଅଫିସ ପାଇଁ ପ୍ରପର୍ଟି କିଣିଥିବା କୁହାଯାଉଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାରା ଅଲି ଖାନ ମୁମ୍ବାଇର ଅନ୍ଧେରି ୱେଷ୍ଟରେ ଏକ ଅଫିସ୍ ପ୍ରପର୍ଟି କିଣିଛନ୍ତି । ଏହି ଅଫିସ୍ ପ୍ରପର୍ଟି ମୁମ୍ବାଇର ଲୋଟାଲ୍ ସିଗେନ୍ଚେର ବିଲଡିଂରେ ଅଛି । ବର୍ତ୍ତମାନ ଏହି କୋଠାଟି ନିର୍ମାଣାଧୀନ ରହିଛି । କୁହାଯାଉଛି ଯେ, 2025 ସୁଦ୍ଧା ଏହି କୋଠା ପ୍ରସ୍ତୁତ ହୋଇଯିବ । ଏହି କାର୍ଯ୍ୟାଳୟର ମୂଲ୍ୟ 9 କୋଟି ଟଙ୍କା ବୋଲି କୁହାଯାଉଛି । ବର୍ତ୍ତମାନ ସାରା ଅଲି ଖାନ ତାଙ୍କ କାର୍ଯ୍ୟାଳୟ ମାଧ୍ୟମରେ ତାଙ୍କର ସମସ୍ତ କାର୍ଯ୍ୟ ଉପରେ ନଜର ରଖିବାକୁ ଯାଉଛନ୍ତି ।
ସାରା ଅଲି ଖାନଙ୍କ ୱାର୍କ ପ୍ରଣ୍ଟ କଥା କହିବାକୁ ଗଲେ, ସାରାଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଜରା ହଟକେ ଜରା ବଚକେ' ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରଟି ଜୁନ୍ 2ରେ ରିଲିଜ କରିଥିଲା ଏବଂ ବକ୍ସ ଅଫିସ୍ ଏକ ମାସରୁ ଅଧିକ ସମୟ ଧରି ଚାଲିଥିଲା । 40କୋଟି ବଜେଟରେ ନିର୍ମିତ ଏହି ଫିଲ୍ମର 100 କୋଟି ରୋଜଗାର କରି ସଫଳତା ହାସଲ କରିଥିଲା । ସାରା ଅଲି ଖାନ ଏବଂ ବିକି କୌଶଲଙ୍କ ଯୋଡ଼ି ଫିଲ୍ମରେ ପ୍ରଥମ ଥର ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ସାରା ଏବଂ ବିକିଙ୍କ ଲଭ୍ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।
ଏହା ମଧ୍ୟ ପଢନ୍ତୁ: 'ଜରା ହଟକେ ଜରା ବଚକେ' ଫିଲ୍ମ ରିଲିଜ୍ ପୂର୍ବରୁ ମହାକାଳେଶ୍ବରଙ୍କ ଆର୍ଶୀବାଦ ନେଲେ ସାରା
ଅନ୍ୟପକ୍ଷରେ, ସାରା ଅଲି ଖାନଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ସେ କନ୍ନନ ଆୟରଙ୍କ ଦେଶପ୍ରେମୀ ଚଳଚ୍ଚିତ୍ର 'ଏ ୱତନ ମେରେ ୱତନ'ରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ସେ ମହିଳା ସ୍ୱାଧୀନତା ସଂଗ୍ରାମୀ ଉଷା ମେହେତାଙ୍କ ଭୂମିକାରେ ଅଭିନୟ କରିବେ । ସାରାଙ୍କ ପ୍ରଥମ ଲୁକ୍ ମଧ୍ୟ ଏହି ଫିଲ୍ମରୁ ଆସି ସାରିଛି । ଏହା ବ୍ୟତୀତ ସାରା ତାଙ୍କ କିଟିରେ 'ମେଟ୍ରୋ ଇନ୍ ଦିନୋ' ଏବଂ 'ମର୍ଡର ମୁବାରକ'ରେ ମଧ୍ୟ ନଜର ଆସିବେ ।