ହାଇଦ୍ରାବାଦ: ବଲିଉଡ ଟାଉନରେ ଯଦି କିଛି ବିଷୟକୁ ନେଇ ଚର୍ଚ୍ଚା ହେଉଛି, ତେବେ ତାହା ହେଉଛି ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହ । ମିଡିଆ ରିପୋର୍ଟ ଅନୁଯାୟୀ, ଉଭୟ ଏପ୍ରିଲ 14ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କିନ୍ତୁ ରଣବୀର ଏବଂ ଆଲିଆଙ୍କ ପରିବାର ଏହି ବିବାହକୁ ବ୍ୟକ୍ତିଗତ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି, ଯେଉଁ କାରଣରୁ ଉଭୟ ପରିବାର ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ ତାରିଖ ନିଶ୍ଚିତ କରିନାହାଁନ୍ତି। ଏସବୁ ମଧ୍ୟରେ ବଲିଉଡର ବାବା ସଞ୍ଜୟ ଦତ୍ତ ଆଲିଆ-ରଣବୀରଙ୍କ ବିବାହ ସମ୍ପର୍କରେ ଦମ୍ପତିଙ୍କୁ ବିଶେଷ ପରାମର୍ଶ ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ଆଜିକାଲି ସଞ୍ଜୟ ଦତ୍ତ ତାଙ୍କର ଆଗାମୀ ଚଳଚ୍ଚିତ୍ର KGF: ଚାପ୍ଟର -2କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଚଳଚ୍ଚିତ୍ରର ପ୍ରମୋସନ ସମୟରେ ଯେତେବେଳେ ସଞ୍ଜୟ ଦତ୍ତଙ୍କୁ ଆଲିଆ-ରଣବୀରଙ୍କ ବିବାହ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ଦମ୍ପତିଙ୍କୁ ଖାସ୍ ଉପଦେଶ ଦେଇଥିଲେ ଏବଂ ବିବାହ ପରର ଜୀବନକୁ ନେଇ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆଲୋଚନା କରିଥିଲେ।
ଆଲିଆ-ରଣବୀରଙ୍କ ବିବାହ ପ୍ରଶ୍ନରେ ସଞ୍ଜୟ ପ୍ରଥମେ ପଚାରିଥିଲେ ଯେ, କ'ଣ ପ୍ରକୃତରେ ଆଲିଆ-ରଣବୀର ବିବାହ କରୁଛନ୍ତି ? ତା’ପରେ ସଞ୍ଜୟ କହିଛନ୍ତି, 'ଯଦି ଦୁହେଁ ପ୍ରକୃତରେ ବିବାହ କରିବାକୁ ଯାଉଛନ୍ତି, ତେବେ ଏହା ମୋ ପାଇଁ ବହୁତ ଖୁସିର ବିଷୟ, ଆଲିଆ ମୋ ଆଗରେ ଛୋଟରୁ ବଡ ହୋଇଛନ୍ତି। ବିବାହ ଏକ ପ୍ରତିବଦ୍ଧତା ଯାହା ସେମାନେ ପରସ୍ପର ପାଇଁ କରୁଛନ୍ତି ଏବଂ ସେଥିରେ ହିଁ ତିଷ୍ଠି ରହିବା ଦରକାର। ପରସ୍ପରର ହାତ ଧରିବାକୁ ହେବ ଏବଂ ସୁଖ, ଶାନ୍ତି ଭିତରେ ଆଗକୁ ବଢିବାକୁ ହେବ, ଜଲଦି ସନ୍ତାନ ଜନ୍ମ କର ରଣବୀର ଏବଂ ଖୁସିରେ ରୁହ ।
ଏହା ବି ପଢନ୍ତୁ: Alia Bhatt Ranbir Kapoor Wedding: ବିବାହ ପ୍ରସ୍ତୁତି ଆରମ୍ଭ, ଧଳା ଚାଦରରେ ଘୋଡାଇଲେ ବିଲ୍ଡିଂ
ଯେତେବେଳେ ସଞ୍ଜୟଙ୍କୁ ପଚାରାଗଲା କି ସେ ରଣବୀରଙ୍କୁ ବିବାହ ପାଇଁ ପରାମର୍ଶ ଦେବେ କି ? ଏଥିରେ ସଞ୍ଜୟ ଦତ୍ତ କହିଛନ୍ତି ଯେ, ଏହା ଉଭୟ ପକ୍ଷର ଆପୋଷ ବୁଝାମଣା ଅଟେ, ଜୀବନରେ ଅନେକ ଅସୁବିଧା ଆସିବ, କିନ୍ତୁ ସମ୍ପର୍କକୁ ବଜାୟ ରଖିବା ପାଇଁ ଜଣଙ୍କୁ ନତମସ୍ତକ ହେବାକୁ ପଡିବ, ମୁଁ ସେମାନଙ୍କୁ କେବଳ ଗୋଟିଏ ପରାମର୍ଶ ଦେବି ଯେ, ସବୁ ପରିସ୍ଥିତିରେ ନିଜକୁ ସମ୍ଭାଳିବାକୁ ପଡିବ । ପ୍ରତ୍ୟେକ ଅସୁବିଧାରେ ସେମାନଙ୍କୁ ମନେ ରଖିବାକୁ ହେବ ଯେ ସେମାନେ ପରସ୍ପରକୁ ଦେଇଥିବା ପ୍ରତିଶ୍ରୁତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଜୀବନରେ ଆଗକୁ ବଢାଇବା ପାଇଁ ଏହା ଏକ ମନ୍ତ୍ର।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ