ETV Bharat / entertainment

'ଆନିମଲ ପାର୍କ': ଏହି ଦିନରୁ ଆରମ୍ଭ ସୁଟିଂ, ୩ୟ ଭାଗ ବି ଆସିବା ନେଇ ହିଣ୍ଟ୍‌ ହେଲ ସନ୍ଦୀପ

Animal Park Shooting: 'ଆନିମଲ' ବକ୍ସ ଅଫିସରେ ବର୍ତ୍ତମାନ ଖୁବ କଲେକ୍ସନ କରିବା ସହ ହିଟ୍‌ ସାବ୍ୟସ୍ତ ହୋଇଛି । ଏହି ସଫଳତା ଦେଖି ଏହାର ୨ୟ ଭାଗ ଆନିମଲ ପାର୍କକୁ ନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ଏହାରି ମଧ୍ୟରେ ନିର୍ଦ୍ଦେଶକ ଫିଲ୍ମର ସୁଟିଂ କେବେଠାରୁ ଆରମ୍ଭ ହେବ ସେନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 20, 2023, 2:09 PM IST

'ଆନିମଲ ପାର୍କ' ଏହି ଦିନରୁ ଆରମ୍ଭ ସୁଟିଂ, ୩ୟ ଭାଗ ବି ଆସିବା ନେଇ ହିଣ୍ଟ ହେଲ ସନ୍ଦୀପ

ହାଇଦ୍ରାବାଦ: ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ 'ଆନିମଲ' ଦର୍ଶକଙ୍କ ମନ ଜିତିଛି । ଫିଲ୍ମଟି ବକ୍ସ ଅଫିସରେ ଏବେ ବି ବମ୍ପର କଲେକ୍ସନ ସହ ଧମାକା କରୁଛି । ୧୯ଦିନ ମଧ୍ୟରେ ଏହି ଫିଲ୍ମ ବିଶ୍ବରେ ୮୪୩ କୋଟି ଏବଂ ଭାରତରେ ୫୨୩.୬୯ କୋଟି ଆୟ କରି ସଫଳତା ହାସଲ କରିଛି । ତେବେ ଏହି ଆକ୍ସନ୍-ଡ୍ରାମା ଫିଲ୍ମର କ୍ରେଜ ଏପର୍ଯ୍ୟନ୍ତ କମି ନଥିବା ବେଳେ 'ଆନିମଲ୍ ପାର୍କ'ର ଟିଜର ଅନେକ ଲୋକଙ୍କୁ ଆକର୍ଷିତ କରିଛି । ନିକଟରେ ଏକ ସାକ୍ଷାତକାରରେ ଚଳଚ୍ଚିତ୍ର ନିର୍ମାତା 'ଆନିମଲ'ର ଭାଗ ୨ ଏବଂ ଭାଗ ୩ ବିଷୟରେ କଥାବାର୍ତ୍ତା କରିଛନ୍ତି । ଏଥିସହ ସେ ସିକ୍ୱେଲ ପାଇଁ କେବେ ସୁଟିଂ ଆରମ୍ଭ କରିବେ ତାହା ମଧ୍ୟ ପ୍ରକାଶ କରିଛନ୍ତି ।

  • " class="align-text-top noRightClick twitterSection" data="">

ନିକଟରେ ଏକ ସାକ୍ଷାତକାରରେ ଆନିମଲର ଚରିତ୍ର ଏବଂ ସିନ୍‌ ବିଷୟରେ ବି ସେ କଥାବାର୍ତ୍ତା ହୋଇଥିଲେ । ବାର୍ତ୍ତାଳାପ ସମୟରେ ସେ କହିଛନ୍ତି ଯେ, ଯେତେବେଳେ ରଣବୀର କପୁରଙ୍କ ସହ ଫିଲ୍ମ ସମାପ୍ତ ହେଲା, ସେତେବେଳେ ସେ 'ଆନିମଲ ପାର୍କ'ର ଝଲକ ଦେବାକୁ ଚିନ୍ତା କଲେ । ଫିଲ୍ମର ପୋଷ୍ଟ କ୍ରେଡିଟ୍ ଏହା ଯୋଡିବା ନେଇ ନିର୍ଦ୍ଦେଶକ କହିଛନ୍ତି, 'ମୁଁ ଏବଂ ରଣବୀର ଅନୁଭବ କଲୁ ଯେ, ବ୍ଲାଙ୍କ୍‌ ସ୍କ୍ରିନ୍‌ ଛାଡ଼ି ଦେବାକୁ, ଧାରଣାଟି ବହୁତ ଭଲ ଥିଲା । କିନ୍ତୁ ମୋର ଚିନ୍ତା ଥିଲା ଯେ ସେତେବେଳକୁ ଲୋକମାନେ ଚାଲିଯିବା ଆଶଙ୍କା ଥିଲା । ତେଣୁ ଆମେ ଏହି ସିନ୍‌କୁ ବ୍ୟବହାର କରିବା ଉଚିତ୍ ଭାବିଲୁ ।'

ସେ କହିଛନ୍ତି ଯେ, ଦର୍ଶକଙ୍କୁ ରଣବୀରଙ୍କ ଚରିତ୍ର ବିଜୟଙ୍କ ଅନୁଭବ କରାଇବାକୁ ସେ ଏହା ରିଲିଜ୍‌ କରିଥିଲେ । ଲୋକଙ୍କ ଭାବନା ଶାନ୍ତ ହେବା ପୂର୍ବରୁ ସେ ଆନିମଲ ପାର୍କ ସିନ ଆରମ୍ଭ କରିଥିଲେ । କାରଣ ଏହି ଅନୁଭବ ଦ୍ୱିତୀୟ ଭାଗରେ କିଛି ସମୟ ପର୍ଯ୍ୟନ୍ତ ଚାଲିବ । ସନ୍ଦୀପ ଭେଙ୍ଗା କହିଛନ୍ତି,"ମୁଁ ଭାବିଲି ଯେତେବେଳେ ଭଲ୍ୟୁମ୍ 1, ଭଲ୍ୟୁମ୍ 2 ଦେଖିବେ, ଆପଣ ଖୁସି ଅନୁଭବ କରିବେ ।" ଏଥିସହ ଯେତେବେଳେ ତାଙ୍କୁ ପଚରାଗଲା ରଣବୀରଙ୍କ ୬୦ ବର୍ଷ ବୟସ୍କ ଚରିତ୍ର ସହ ଫିଲ୍ମ ଆରମ୍ଭ କରିବାର କାରଣ କ’ଣ ? ନିର୍ଦ୍ଦେଶକ କହିଛନ୍ତି, 'କାରଣ ମୋର ମନରେ ଭାଗ ୨ ଏବଂ ଭାଗ ୩ ରହିଛି । ମୁଁ ଭାବିଲି ବୋଧହୁଏ ୨ ଏବଂ ୩ ଭାଗଗୁଡିକ ଜଣେ ବୃଦ୍ଧଙ୍କ ଦ୍ୱାରା ବର୍ଣ୍ଣିତ ହେଉଛି । ହସାଇବା ସହ ଫିଲ୍ମ ଆରମ୍ଭ କରିବା ଏକ ଭଲ ଉପାୟ ବୋଲି ଚିନ୍ତା କଲି ।'

ଏହା ମଧ୍ୟ ପଢନ୍ତୁ: 'ଆନିମଲ'ରୁ ହଟାଯାଇଛି ରଣବୀର-ବବିଙ୍କ ଚୁମ୍ବନ ଦୃଶ୍ୟ, ଓଟିଟିରେ ବିନା କଟରେ ହେବ ରିଲିଜ

ଏଥିସହ ନିର୍ଦ୍ଦେଶକ ରଣବୀରଙ୍କ ବ୍ୟତୀତ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ପ୍ରଭାସଙ୍କ ମଧ୍ୟ ଫିଲ୍ମ କରିବେ । ଏହି ସମୟରେ ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ହେଉଛି ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ସ୍ପିରିଟ୍' । ଯାହା ୨୦୨୪ରେ ରିଲିଜ ହେବ । ଏହା ପରେ ସେ 'ଆନିମଲ ପାର୍କ' ଉପରେ କାମ କରିବେ । ସେ କାହିଁକି ଫିଲ୍ମର ଦ୍ୱିତୀୟ ଭାଗର ଟାଇଟଲ୍ ଭାବରେ 'ଆନିମଲ୍ ପାର୍କ'କୁ ବାଛିଛନ୍ତି । ସେନେଇ ନିର୍ମାତା କହିଛନ୍ତି, 'ମୁଁ ଭାବିଲି କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, ଏଠାରେ ଅନେକଗୁଡ଼ିଏ ଆନିମଲ ଅଛନ୍ତି । ତେଣୁ, ଏହା ବର୍ତ୍ତମାନ ଏହା ଏକ ଯୁଦ୍ଧ । ଏହା ବର୍ତ୍ତମାନ ଭାଇ ଏବଂ ସମ୍ପର୍କୀୟମାନଙ୍କ ମଧ୍ୟରେ ମହାଭାରତ ପରି ହୋଇଛି । ତେଣୁ ଏପରି ନାଁ ଦିଆଯାଇଛି ।'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.