ହାଇଦ୍ରାବାଦ: ଅଭିନେତ୍ରୀ ସନା ଖାନ 2020ରେ ମନୋରଞ୍ଜନ ଇଣ୍ଡଷ୍ଟ୍ରି ଛାଡିବା ପରେ ବ୍ୟବସାୟୀ ମୌଲାନା ଅନସ ସୟିଦଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ସନା ପ୍ରଥମ ଥର ପାଇଁ ମାଆ ହୋଇଛନ୍ତି । ଜୁଲାଇ 5ରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ସୋସିଆଲ ମିଡିଆରେ ଏକ ସୁନ୍ଦର ଭିଡିଓ ସେୟାର କରି ଏହି ଦମ୍ପତି ପିତାମାତା ହେବାର ଖୁସି ଖବର ସେୟାର କରିଛନ୍ତି । ବର୍ତ୍ତମାନ ଏହି ଦମ୍ପତି ନିଜ ସନ୍ତାନର ନାମ ପ୍ରକାଶ କରିଛନ୍ତି । ଏହାସହିତ ସେ ଏହି ନାମର ଅର୍ଥ ମଧ୍ୟ କହିଛନ୍ତି ।
ସନା ଖାନଙ୍କ ସନ୍ତାନର ନାମ କ’ଣ ?
ସନା ଖାନ ଏବଂ ଅନସ ସେମାନଙ୍କର ପ୍ରଥମ ସନ୍ତାନର ନାମ 'ସୟିଦ ତାରିକ୍ ଜାମିଲ' ରଖିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସନା ଏହା ସ୍ପଷ୍ଟ କରିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କ ଉପରେ ଏହି ନାମର ବହୁତ ପ୍ରଭାବ ପଡିଥାଏ । ତେଣୁ ଆମେ ଏପରି ଏକ ନାମ ଚାହୁଁଥିଲୁ ଯାହା ପବିତ୍ରତା, ଭଦ୍ରତା, ଯତ୍ନ ଏବଂ ସଚ୍ଚୋଟତାକୁ ବୁଝାଇବ । ଜାମିଲର ଅର୍ଥ ହେଉଛି ସୌନ୍ଦର୍ଯ୍ୟ ଏବଂ ତାରିକ୍ ଅର୍ଥ ସୁଖ ବା ଖୁସି ।
ମାଆ ହେବା ବିଷୟରେ କଥାବାର୍ତ୍ତା କରି ସାନା କହିଥିଲେ, ମାଆ ହେବା ଦୁନିଆର ସବୁଠାରୁ ଭଲ ଭାବନା ମଧ୍ୟରୁ ଗୋଟିଏ । ଏହା ହେଉଛି ଆଜୀବନ ଦାୟିତ୍ବ । ତୁମ ଶିଶୁର ଜୀବନରେ ଘଟୁଥିବା ସମସ୍ତ ଭଲ ବା ଖରାପ ପାଇଁ ତୁମେ ଦାୟୀ । ଜଣେ ମହିଳା ଏହି ସମୟ ମଧ୍ୟରେ ଅନେକ ପରିବର୍ତ୍ତନ ଦେଇ ଗତି କରନ୍ତି । ଯେତେବେଳେ ତୁମର ଶିଶୁ କାନ୍ଦେ, ତୁମେ ତାହା ଅନୁଭବ କର । ସେ ଏତେ ଛୋଟ ଯେ ଆମେ କିପରି ତାକୁ ଧରିବା ଜାଣୁ ନାହିଁ । ତେଣୁ ବର୍ତ୍ତମାନ ପାଇଁ ମୋ ଶାଶୁ ତାଙ୍କ ଡାଏପର ବଦଳାଉଛନ୍ତି ।"
ଏହା ମଧ୍ୟ ପଢନ୍ତୁ: ଇଫତାର ପାର୍ଟିରେ ଟ୍ରୋଲ ହେଲେ ସନାଙ୍କ ସ୍ବାମୀ, ଏମିତି ଜବାବ ଦେଲେ ଅଭିନେତ୍ରୀ
ସନା ଖାନ ଫିଲ୍ମ ଇଣ୍ଡଷ୍ଟ୍ରି କାହିଁକି ଛାଡିଥିଲେ?
ଅନେକ ବଲିଉଡ ଫିଲ୍ମରେ ନିଜର ଜଲୱା ଦେଖାଇ ଲୋକପ୍ରିୟ ହୋଇପାରିଛନ୍ତି ସନା । କେବଳ ହିନ୍ଦୀ ନୁହେଁ, ଏହାବ୍ୟତୀତ ସନା ଖାନ୍ ତାମିଲ୍, ତେଲଗୁ, ମାଲାୟାଲାମ ସିନେମାରେ ମଧ୍ୟ ନିଜର ପାରଦର୍ଶିତା ଦେଖାଇଛନ୍ତି । କିନ୍ତୁ ୨୦୨୦ ମସିହାରେ ସନା ଖାନ ଧର୍ମ ଜନିତ କାରଣ ଦର୍ଶାଇ ଫିଲ୍ମ ଇଣ୍ଡଷ୍ଟ୍ରିରୁ ନିଜକୁ ଦୂରେଇ ରଖିଥିଲେ । ସେ ଅଭିନୟ କରିଥିବା ସିନେମା ଗୁଡିକ ମଧ୍ୟରେ ରହିଛି ୟେହି ହେ ହାଇ ସୋସାଇଟି, ବମ୍ୱେ ଟୁ ଗୋଆ, ଧନ ଧନାଧନ୍ ଗୋଲ୍, ହାଲ୍ଲା ବୋଲ୍, ଜୟ ହୋ, ୱଜା ତୁମ ହୋ, ଟଏଲେଟ୍ ଏକ ପ୍ରେମ କଥା, ଆୟୋଗ୍ୟ ଇତ୍ୟାଦି ।
କେବଳ ସିନେମା ନୁହେଁ ଅନେକ ଟିଭି ଶୋ'ରେ ମଧ୍ୟ ସନା ନଜର ଆସିଛନ୍ତି । ସେ ସଲମାନ ଖାନଙ୍କ ରିଆଲିଟି ସୋ ବିଗ୍ ବସରେ ମଧ୍ୟ ନଜର ଆସିଥିଲେ । ଏହା ବ୍ୟତୀତ ୟେ ରିସ୍ତା କ୍ୟା କେହ ଲାତା ହେ, ଏଣ୍ଟରଟେନମେଣ୍ଟ କି ରାତ୍, କିଚେନ୍ ଚାମ୍ପିଅନ, କମେଡି ନାଇଟସ୍ ବଚାଓ ସମେତ ଅନେକ ଟିଭି ଶୋ'ରେ ସନାଙ୍କୁ ଦେଖିବାକୁ ମିଳିଛି । ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା ପରେ ଅଭିନେତ୍ରୀ ଅନସ ସୟିଦଙ୍କୁ ବିବାହ କରିଥିଲେ । ବିବାହ ପରେ ସନା ଖାନ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ବହୁତ ସକ୍ରିୟ ରହୁଛନ୍ତି ।