ETV Bharat / entertainment

ଡାଏଲଗ୍‌କୁ ନେଇ ଶୀତଳ ଯୁଦ୍ଧ: ପୋଷ୍ଟ ସେୟାର କରି ଶାହାରୁଖଙ୍କଙ୍କୁ ପାଲଟା ଜବାବ୍‌ ଦେଲେ ସମୀର ୱାଙ୍ଖଡେ - ସମୀର ୱାଙ୍ଖଡେ ଶାହାରୁଖଙ୍କ ମଧ୍ୟରେ ଶୀତଳ ଯୁଦ୍ଧ

'ବେଟେ କୋ ଛୁନେ ସେ ପେହେଲେ ବାପ୍‌...'। ଶାହାରୁଖଙ୍କ ଏହି ଫିଲ୍ମୀ ଡାଏଲଗ୍‌କୁ ବର୍ତ୍ତମାନ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ଶୀତଳ ଯୁଦ୍ଧ । ଏହି ପ୍ରସଙ୍ଗରେ ଶାହରୁଖଙ୍କୁ ଇଶାରାରେ ସମୀର ୱାଙ୍ଖଡ଼େ ପାଲଟା ଜବାବ ଦେଇଛନ୍ତି । ଅଧିକ ପଢନ୍ତୁ

ଶାହାରୁଖ ଏବଂ ସମୀର ୱାଙ୍ଖଡେ
ଶାହାରୁଖ ଏବଂ ସମୀର ୱାଙ୍ଖଡେ
author img

By ETV Bharat Odisha Team

Published : Sep 1, 2023, 3:18 PM IST

ହାଇଦ୍ରାବାଦ: ଗତକାଲି ଶାହରୁଖ ଖାନଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ଜବାନ’ର ଟ୍ରେଲର ରିଲିଜ ହୋଇଛି । ଏହି ଟ୍ରେଲରରେ ଏକ ଡାଏଲଗ ରହିଛି, ଯେଉଁଥିରେ ଶାହାରୁଖ ଖାନ କୁହନ୍ତି, 'ବେଟେ କୋ ଛୁନେ ସେ ପେହେଲେ ବାପ୍‌ ସେ ବାତ୍‌ କର୍‌' ଏହାର ଅର୍ଥ 'ପୁଅକୁ ଛୁଇଁବା ପୂର୍ବରୁ ପିତାଙ୍କ ସହ କଥା ହୁଅ...'। ସୋସିଆଲ ମିଡିଆରେ ଶାହାରୁଖଙ୍କ ଏହି ଡାଏଲଗ୍‌କୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା । ଦେଖୁ ଦେଖୁ ଲୋକମାନେ ଏହି ଡାଏଲଗକୁ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିବା ପୂର୍ବତନ NCB ଅଧିକାରୀ ସମୀର ୱାଙ୍ଖଡେଙ୍କ ସହ ଯୋଡ଼ିଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗରେ ଶାହରୁଖ ଖାନଙ୍କୁ ଟାର୍ଗେଟ୍‌ କରି ସମୀର ୱାଙ୍ଖଡେ ପାଲଟା ଜବାବ୍‌ ଦେଇଛନ୍ତି ।

  • I have licked the fire and danced in the ashes of every bridge I ever burned. I fear no hell
    from you.
    -Nicole Lyons
    A quote that always inspires me !@ABPNews @news24tvchannel @RoflGandhi_

    — Sameer Wankhede (@swankhede_IRS) August 31, 2023 " class="align-text-top noRightClick twitterSection" data=" ">

ସମୀର ୱାଙ୍ଖଡେ ଟ୍ୱିଟରରେ ଲେଖକ ତଥା କବି ନିକୋଲ ଲାୟନଙ୍କ ଏକ କୋଟ୍‌ ସେୟାର କରି ନିଜ ପ୍ରତିକ୍ରିୟା ଦେଇଛନ୍ତି । ଏହି ଟ୍ୱିଟରେ ସେ କହିଛନ୍ତି ଯେ, ‘‘ମୁଁ ନିଆଁ ସହିତ ଖେଳିଛି ଏବଂ ଏହାର ପାଉଁଶ ସହିତ ନାଚିଛି। ମୋତେ କୌଣସି ପ୍ରକାରର ଭୟ ନାହିଁ ।’’

ଜବାନର ଟ୍ରେଲର ଆସିବା ମାତ୍ରେ ସୋସିଆଲ ମିଡିଆରେ ବାପା-ପୁଅଙ୍କ କଥା କହୁଥିବା ଶାହାରୁଖ ଖାନଙ୍କ ଏହି ସଂଳାପ ଭାଇରାଲ ହେବାରେ ଲାଗିଲା । ଅନେକ ୟୁଜର୍ସ ଏହାକୁ ସମୀର ୱାଙ୍ଖଡେଙ୍କ ସହ ଯୋଡିଥିଲେ ଏବଂ କହିଥିଲେ ଯେ ଶାହାରୁଖ ଖାନ ତାଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି । ଜଣେ ଲେଖିଛନ୍ତି, ‘‘ବେଟେ କୋ ଛୁନେ ସେ ପେହେଲେ ବାପ୍‌ ସେ ବାତ୍‌ କର୍‌...ଏହି ବାର୍ତ୍ତା ୱାଙ୍ଖଡେ ଏବଂ ତାଙ୍କ ସହଯୋଗୀମାନଙ୍କ ପାଇଁ।’’ ଆଉ ଜଣେ ୟୁଜର ପ୍ରତିକ୍ରିୟା ଦେଇ କହିଛନ୍ତି, ସମୀର ୱାଙ୍ଖଡେଙ୍କୁ ଶାହାରୁଖ ଚେତାବନୀ ଦେଉଛନ୍ତି ?

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢନ୍ତୁ: 'ବେଟେ କୋ ହାଥ୍ ଲଗାନେ ସେ ପେହେଲେ..' ସମୀର ୱାଙ୍ଖଡେଙ୍କୁ ଚେତାବନୀ ଦେଉଛନ୍ତି କି ଶାହାରୁଖ ?

ଅକ୍ଟୋବର 2021ରେ, ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ନେତୃତ୍ୱରେ ଏକ ଡ୍ରଗ୍ସ ମାମଲାରେ ପ୍ରାୟ ଆଠ ଜଣଙ୍କୁ ଗିରଫ କରାଯାଇଥିଲା । ଶାହାରୁଖଙ୍କ ବଡ଼ ପୁଅ ଆର୍ଯ୍ୟନ୍ ଖାନ୍ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଥିଲେ । ପରେ ତାଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିଲା । ସମୀର ୱାଙ୍ଖଡେ ଏହି ହାଇ ପ୍ରୋଫାଇଲ୍ ମାମଲାର ତଦନ୍ତ କରୁଥିଲେ । ଆର୍ଯ୍ୟନଙ୍କୁ ଅନେକ ଦିନ ଜେଲ୍‌ରେ ରହିବାକୁ ପଡ଼ିଲା ଏବଂ ପରେ ତାଙ୍କୁ ଜାମିନରେ ବାହାର କରାଯାଇଥିଲା । ତେବେ ପରେ ଅନୁସନ୍ଧାନରେ ଆର୍ଯ୍ୟନ୍ ଖାନଙ୍କୁ ଏକ କ୍ଲିନ୍‌ ଚିଟ୍ ଦିଆଯାଇଥିଲା।

ତେବେ 14 ଅକ୍ଟୋବର 2021 ଚାଟ୍‌ରେ, ଆର୍ଯ୍ୟନ୍ ଖାନ ଗିରଫ ହେବାର 10 ଦିନ ପରେ ଶାହରୁଖଙ୍କ ଏକ ଚାଟ୍‌ ଭାଇରାଲ୍‌ ହେବା କଥା କୁହାଯାଇଥିଲା । ଯେଉଁଥିରେ ୱାଙ୍ଖଡ଼େଙ୍କୁ ହ୍ବାଟସଆପ୍‌ରେ ସେ ନିବେଦନ କରି କହିଛନ୍ତି,"ତୁମେ ଜଣେ ଭଲ ବ୍ୟକ୍ତି । ଦୟାକରି ମୋ ପୁଅ ପ୍ରତି ଦୟାଳୁ ହୁଅ । ମୋ ପୁଅ ମଣିଷ ଭାବରେ ଭାଙ୍ଗିଯିବ । ମୁଁ ଜଣେ ପିତା ଭାବରେ ଆପଣଙ୍କୁ କେବଳ ବିନତୀ କରିପାରିବି। ତୁମେ ପ୍ରତିଜ୍ଞା କରିଥିଲ ଯେ ତୁମେ ମୋ ପୁଅକୁ ସୁଧାରିଦେବ । ତୁମେ ଯାହା କରିବ ତା ସାମ୍ନାରେ ମୁଁ କଦାପି ଠିଆ ହେବି ନାହିଁ । ମୁଁ କେବଳ ତୁମର ଭଲରେ ବିଶ୍ୱାସ କରେ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.