ETV Bharat / entertainment

ବଲିଉଡରୁ ଅବସର ନେଇ ଏମିତି କହିଲେ ସଲମାନ - ବଲିଉଡ ସୁପରଷ୍ଟାର ସଲମାନ ଖାନ

ଫିଲ୍ମ ଫେୟାର ସମାରୋହ ପୂର୍ବରୁ ଯୁବ ପୀଢିର ଅଭିନେତାମାନଙ୍କୁ ପ୍ରତିକ୍ରିୟା ରଖିଛନ୍ତି ସଲମାନ ଖାନ । କହିଲେ , ମୁଁ, ଶାହରୁଖ ଖାନ, ଅଜୟ ଦେବଗନ, ଅକ୍ଷୟ କୁମାର ଏବଂ ଆମୀର ଖାନ ଶୀଘ୍ର ଅବସର ନେବୁ ନାହିଁ । ଅଧିକ ପଢନ୍ତୁ

ସାମ୍ବାଦିକ ସମ୍ମିଳନୀରେ ଯୁବ ଅଭିନେତାଙ୍କୁ ବାର୍ତ୍ତା ଦେଲେ ଭାଇଜାନ

author img

By

Published : Apr 6, 2023, 8:03 PM IST

ହାଇଦ୍ରାବାଦ: 68 ତମ ଫିଲ୍ମଫେୟାର ପୁରସ୍କାର ଆରମ୍ଭ ହେବାକୁ ଯାଉଛି। ଏଥର ବଲିଉଡ ସୁପରଷ୍ଟାର ସଲମାନ ଖାନ ଫିଲ୍ମଫେୟାର ଆୱାର୍ଡ ସୋ ର ଉଫସ୍ଥାପକ ଭାବେ ନଜର ଆସିବାକୁ ଯାଉଛନ୍ତି। ତେବେ ଏହି ସୋ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ଏହି ସମ୍ମିଳନୀରେ ସଲମାନ ଖାନ ଫିଲ୍ମଫେୟାର ପୁରସ୍କାର ବିଷୟରେ ନିଜ ଅଭିଜ୍ଞତା ସେୟାର କରିଥିଲେ। ଏଥିସହ ଏହି ସମୟରେ ସେ ଯୁବ କଳାକାରଙ୍କୁ ଏକ ବାର୍ତ୍ତା ଦେଇଥିବା ନଜର ଆସିଥିଲେ।

ଫିଲ୍ମଫେୟାର ପୁରସ୍କାର ନେଇ ହୋଇଥିବା ପ୍ରେସମିଟରେ ବଲିଉଡ ତାରକା ସଲମାନ ଖାନ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଯୁବ କଳାକାରଙ୍କୁ ବାର୍ତ୍ତା ଦେଇ କହିଥିଲେ ୟେ, ଆମେ ସମସ୍ତେ ଟଙ୍କା ପାଇଁ କାମ କରୁଛୁ। ସମସ୍ତ କଳାକାର ବହୁତ ଅଭିଜ୍ଞ ଏବଂ ପ୍ରତିଭାବାନ ଅଟନ୍ତି। ଏବେ ବହୁତ ପରିଶ୍ରମୀ ଏବଂ ଫୋକସ ମଧ୍ୟ। କିନ୍ତୁ ସେମାନଙ୍କ ମଧ୍ୟରେ 5ଜଣ ଅଭିନେତା ଫିଲ୍ମ ଇଣ୍ଡଷ୍ଟ୍ରିରୁ ଶୀଘ୍ର ଅବସର ନେବୁ ନାହିଁ। 5ଜଣ ଅଭିନେତାଙ୍କ ମଧ୍ୟରେ ମୁଁ, ଶାହରୁଖ ଖାନ, ଅଜୟ ଦେବଗନ, ଅକ୍ଷୟ କୁମାର ଏବଂ ଆମୀର ଖାନ। ଆମର ଚଳଚ୍ଚିତ୍ର ମଧ୍ୟ ସଫଳ ହୋଇଛି, ତେଣୁ ଆମେ ଆମର ଫି ବଢାଇଛୁ। ଏହି ଅଭିନେତାଙ୍କ ପ୍ରଶଂସା କରି ଆମେ ଶୀଘ୍ର ଅବସର ନେବାକୁ ଯୋଜନା କରୁନାହୁଁ ବୋଲି କହିଥିଲେ ଭାଇଜାନ।

ଏଥିସହ ସଲମାନ ଖାନହିନ୍ଦୀ ଫିଲ୍ମ ବିଫଳତା ନେଇ ମଧ୍ୟ କହିଛନ୍ତି ଯେ, ଫିଲ୍ମ ବିଫଳତା ହେଉଥିବା ନେଇ ସେ ଦୀର୍ଘ ଦିନରୁ ଶୁଣୁଛନ୍ତି। ତଥାପି, ସେ ଯୁକ୍ତି କରିଛନ୍ତି ଯେ ଭୁଲ ଫିଲ୍ମ ନିର୍ମାଣ କରାଯାଉଛି ଏବଂ ଫଳସ୍ବରୂପ ସେମାନେ ବକ୍ସ ଅଫିସରେ ବିଫଳ ହେଉଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଫିଲ୍ମ ନିର୍ମାତାମାନେ ବିଶ୍ବାସ କରନ୍ତି ଯେ ସେମାନେ ସର୍ବୋତ୍ତମ ଫିଲ୍ମ ନିର୍ମାଣ କରୁଛନ୍ତି, କିନ୍ତୁ ତାହା ନୁହେଁ। "ଆଜିର ଚଳଚ୍ଚିତ୍ର ନିର୍ମାତାମାନଙ୍କର ଭାରତ ଉପରେ ଏକ ଭିନ୍ନ ଦୃଷ୍ଟିକୋଣ ରହିଛି। ସେମାନେ ବିଶ୍ବାସ କରନ୍ତି ଯେ ଏହା ଅନ୍ଧେରୀ ଠାରୁ କୋଲାବା ପର୍ଯ୍ୟନ୍ତ। ମୁଁ ଯେଉଁ ଫିଲ୍ମ ନିର୍ମାତାଙ୍କୁ ଭେଟିଥିଲି ଏବଂ ସେମାନଙ୍କ ସହ କଥାବାର୍ତ୍ତା କରିଥିଲି ସେମାନେ ବହୁତ କୁଲ ଅଟନ୍ତି। ସେମାନଙ୍କ କଣ୍ଟେଣ୍ଟ ସେମାନେ ପ୍ରସ୍ତୁତ କରନ୍ତି।

ଏଥିସହ ସଲମାନ ଖାନ ନିଜ ଆଗାମୀ ଫିଲ୍ମ ବିଷୟରେ ମଧ୍ୟ କହିଥିଲେ। ଚଳିତ ମାନ ଇଦରେ ସଲମାନଙ୍କ ଅଭିନୀତ ଫିଲ୍ମ କିସି କା ଭାଇ କିସି କି ଜାନ ରିଲିଜ କରିବାକୁ ଯାଉଛି। ଏନେଇ ସେ କହିଥିଲେ ଯେ "ମୁଁ ଆଶା କରୁଛି ମୋର ଶବ୍ଦ ମୋ ପାଖକୁ ହିଁ ଫେରି ନ ଆସୁ"। "ମୁଁ କେଉଁ ପ୍ରକାର ଫିଲ୍ମ ନିର୍ମାଣ କରିଛି ଲୋକମାନେ ଆଶ୍ଚର୍ଯ୍ୟ ହେବା ଉଚିତ୍ ନୁହେଁ। ଏହା ଏପ୍ରିଲ 21 ରେ ରିଲିଜ ହେବ ଏବଂ ମୁଁ ଆଶା କରୁଛି ସମସ୍ତେ ଏହାକୁ ଉପଭୋଗ କରିବେ।"

ତେବେ ସୂଚନା ଥାଉ କି, ଫିଲ୍ମଫେୟାର ପୁରସ୍କାର 27 ଏପ୍ରିଲରେ ଆରମ୍ଭ ହେବାକୁ ଯାଉଛି। ସଲମାନ ଖାନ ଫିଲ୍ମଫେୟାର ଆୱାର୍ଡ ସୋ ର ଉଫସ୍ଥାପକ ଭାବେ ନଜର ଆସିବେ।

https://www.etvbharat.com/english/entertainment/movie/salman-khans-message-to-new-gen-actors-srk-akshay-ajay-aamir-and-i-are-here-to-stay/na20230406150701050050197

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.