ETV Bharat / entertainment

KKBKKJ Collection Day 4: ଦର୍ଶକଙ୍କ ମନ ଜିତୁଛି ସଲମାନ ଖାନଙ୍କ ଫିଲ୍ମ, ଗୋଟିଏ ଦିନରେ 10କୋଟିର ଆୟ

author img

By

Published : Apr 25, 2023, 1:11 PM IST

ଦର୍ଶକଙ୍କ ମନ ଜିତୁଛି ସଲମାନ ଖାନ ଏବଂ ପୂଜା ହେଗଡେଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ। ପ୍ରଥମ ସପ୍ତାହରେ ଫିଲ୍ମର ବ୍ୟବସାୟ ଆଭେରେଜ ରହିଥିବା ବେଳେ ରିଲିଜର ଚତୁର୍ଥ ଦିନରେ 10 କୋଟି ଟଙ୍କା ଆୟ କରିଛି । ଏନେଇ ଚଳଚ୍ଚିତ୍ର ସମାଲୋଚକଙ୍କ ମିଶ୍ରିତ ପ୍ରତିକ୍ରିୟା ଫିଲ୍ମଟି ସିନେମାହଲରେ ପୁଣି ଧମାକା କରିପାରେ । ଅଧିକ ପଢନ୍ତୁ

କିସି କା ଭାଇ କିସି କି ଜାନ ରିଲିଜର 4ର୍ଥ ଦିନରେ କଲା 10 କୋଟିର ଆୟ

ହାଇଦ୍ରାବାଦ: ଦର୍ଶକଙ୍କ ମନ ଜିତିବାରେ ସଫଳ ହେଉଛି ସଲମାନ ଖାନଙ୍କ ଅଭିନୀତ ଫିଲ୍ମ କିସି କା ଭାଇ କିସି କି ଜାନ୍‌ । ପ୍ରଥମ ସପ୍ତାହରେ ଫିଲ୍ମର ବ୍ୟବସାୟ ଆଭେରେଜ୍‌ ରହିଥିବା ବେଳେ ଦ୍ବିତୀୟ ସପ୍ତାହର ପ୍ରଥମ ଦିନରେ ଦୁଇ ଅଙ୍କ ବିଶିଷ୍ଟ ଅଙ୍କ ହାସଲ କରିଛି । ଫିଲ୍ମଟି ରିଲିଜର ଚତୁର୍ଥ ଦିନରେ ଫିଲ୍ମ ପ୍ରାୟ 10 କୋଟି ଟଙ୍କା ରୋଜଗାର କରିଛି । ଯାହାକି ଏକ ଭଲ ସଙ୍କେତ ଅଟେ । ଏହାକୁ ଦେଖି ଫିଲ୍ମ ଆଗାମୀ ଦିନରେ ମଧ୍ୟ ଅଧିକ ସଫଳତା ହାସଲ କରିବା ସହ ଅଧିକ ଆୟ କରିପାରେ ବୋଲି ଆକଳନ କରାଯାଉଛି ।

ଇଦ୍‌ରେ ରିଲିଜ ହୋଇଥିବା ଫିଲ୍ମ କିସି କା ଭାଇ କିସି କି ଜାନ୍‌ର ଯଦିଓ ଓପନିଂ ହ୍ରାସ ପାଇଥିଲା । କିନ୍ତୁ ବର୍ତ୍ତମାନ ଫିଲ୍ମଟି ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଛୁଇଁବାରେ ସଫଳ ହୋଇଛି । ପ୍ରଥମ ସପ୍ତାହରେ ଫିଲ୍ମର ଆୟ ପ୍ରାୟ 50 କୋଟି ଅତିକ୍ରମ କରିଥିଲା । ଏବଂ ଦ୍ବିତୀୟ ସପ୍ତାହର ପ୍ରଥମ ଦିନ(ସୋମବାର) 10.5 କୋଟି ଟଙ୍କା ବ୍ୟବସାୟ କରିଛି। ତେବେ ଫିଲ୍ମର ମୋଟ 4 ଦିନିଆ ରୋଜଗାର 74 କୋଟିରେ ପହଞ୍ଚିଛି ।

'କିସି କା ଭାଇ କିସି କି ଜାନ' ଫିଲ୍ମ ପ୍ରଥମ ଦିନରେ (ଏପ୍ରିଲ୍ 21) 15.81 କୋଟି, ଦ୍ବିତୀୟ ଦିନରେ 25.75 କୋଟି ଏବଂ ତୃତୀୟ ଦିନରେ (ଏପ୍ରିଲ୍ 23) 26.25 କୋଟି ଟଙ୍କା ସଂଗ୍ରହ କରି ପ୍ରଥମ ସପ୍ତାହ ମୋଟ 60 କୋଟି ଟଙ୍କା ଉପରେ ସଂଗ୍ରହ କରିଥିଲା । ସୋମବାର 10.5 କୋଟି ଟଙ୍କା ବ୍ୟବସାୟ କରିଛି । ତେବେ ଫିଲ୍ମର ମୋଟ 4 ଦିନିଆ ରୋଜଗାର 74 କୋଟିରେ ପହଞ୍ଚିଛି ।

'କିସି କା ଭାଇ କିସି କି ଜାନ' ଫିଲ୍ମର ଆୟକୁ ଦେଖି କିଛି ଫିଲ୍ମ କ୍ରିିଟିକଙ୍କ କମେଣ୍ଟ୍‌ ଆସୁଛି । ଫିଲ୍ମ କ୍ରିିଟିକଙ୍କ ମୁତାବକ, "ଚତୁର୍ଥ ଦିନରେ 10 କୋଟି ଟଙ୍କାର ଅର୍ଥ ହେଉଛି ଏହି ଫିଲ୍ମଟି ସୋମବାରର କଲେକ୍ସନ ଟେଷ୍ଟ୍‌ରେ ପାସ୍ କରିଛି, କିନ୍ତୁ ମଲ୍ଟିପ୍ଲେକ୍ସରେ ଆୟ ହ୍ରାସ ପାଇଛି । ସଲମାନଙ୍କ ଅନ୍ୟ ହିଟ୍ ଫିଲ୍ମଗୁଡ଼ିକର ବ୍ୟବସାୟ ତୁଳନାରେ କିସି କା ଭାଇ କିସି କି ଜାନ ସେହି ସ୍ତରରେ ପ୍ରଦର୍ଶନ କରୁନାହିଁ । ସେଗୁଡିକ ଅପେକ୍ଷା ବହୁତ କମ ରୋଜଗାର କରୁଛି । ଏବେ ସିନେମାହଲରେ KKBKKJ ଏକମାତ୍ର ପ୍ରମୁଖ ହିନ୍ଦୀ ଫିଲ୍ମ ରିଲିଜ୍ ଅଟେ । ଯାହା ପ୍ରତିଦିନ 16,000 ଶୋ' କରୁଛି ।"

ସୂଚନା ଥାଉ କି, କିସି କା ଭାଇ କିସି କି ଜାନ ହେଉଛି ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ୍ ଫ୍ୟାମିଲି ଡ୍ରାମା ଫିଲ୍ମ । ଏହି ଫିଲ୍ମରେ ସଲମାନ ଖାନ, ପୂଜା ହେଗେଡେ ବ୍ୟତୀତ ଶେହନାଜ ଗିଲ ଏବଂ ପଲକ ତିୱାରୀଙ୍କ ସମେତ ଅନେକ ଯୁବ ଅଭିନେତା ଏବଂ ଅଭିନେତ୍ରୀ ବଲିଉଡରେ ଡେବ୍ୟୁ କରିଛନ୍ତି । ତେବେ ଫିଲ୍ମ ଏହି ସଫଳତା ବଜାୟ ରଖି ଆଗାମୀ ଦିନରେ ଆଶା ଠାରୁ ଅଧିକ ଆୟ କରିବାରେ ସକ୍ଷମ ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.