ETV Bharat / entertainment

World Cup 2023: ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବେ ଟାଇଗର, ଫ୍ୟାନ୍ସଙ୍କୁ ଏହି ବାର୍ତ୍ତା ପଠାଇଲେ ସଲମାନ

author img

By ETV Bharat Odisha Team

Published : Oct 12, 2023, 2:10 PM IST

Updated : Oct 12, 2023, 2:21 PM IST

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଲାଇଭ୍ ଦେଖିବାକୁ ଆସୁଛନ୍ତି ଟାଇଗର । ଟାଇଗର ୩ କୁ ନେଇ ଫିଲ୍ମ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଏହି ଖବର ବର୍ତ୍ତମାନ ଫ୍ୟାନ୍ସଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଛି । ଅଧିକ ପଢନ୍ତୁ,

ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଲାଇଭ୍ ଦେଖିବେ ଟାଇଗର, ଫ୍ୟାନ୍ସଙ୍କୁ ଏହି ବାର୍ତ୍ତା ପଠାଇଲେ ସଲମାନ

ହାଇଦ୍ରାବାଦ: ପୁଣି ଟାଇଗର ସହ ଧମାକା କରିବାକୁ ଯାଉଛନ୍ତି ବଲିଉଡ ଅଭିନେତା ସଲମାନ ଖାନ । ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫ୍ୟାନ୍ସଙ୍କୁ ଏକ ଖୁସି ଖବର ଦେଇଛନ୍ତି ସଲମାନ । ବର୍ତ୍ତମାନ କ୍ରିକ୍ଟ ୱାର୍ଲ୍ଡ କପ୍ ମ୍ୟାଚ୍ ଜାରି ରହିଛି । ଏଥିରେ ଭାରତ ୨ଟି ମ୍ୟାଚ୍ ଜିତିସାରିସାରିଥିବା ବେଳେ ୧୪ ଅକ୍ଟୋବର ରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଆୟୋଜିତ ହେବାକୁ ଯାଉଛି । ଏହି ମୁକାବିଲାରେ ସଲମାନ ଖାନ ନିଜ ଫିଲ୍ମ ଟାଇଗର ୩କୁ ପ୍ରମୋସନ କରିବାକୁ ସାମିଲ ହେବେ ବୋଲି ଜଣାପଡିଛି । ସଲମାନ ଏନେଇ ନିଜେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଟାଇଗର 3 ର ନିର୍ମାତା ୟଶ ରାଜ ଷ୍ଟାର ସ୍ପୋର୍ଟସ ସହ ଏକ ଚୁକ୍ତି କରିଛନ୍ତି ଯେଉଁଥିରେ ସଲମାନ ଖାନ ମଧ୍ୟ ଭାରତ ବନାମ ପାକିସ୍ତାନ ମ୍ୟାଚ ସମୟରେ ନିଜର ଜଲୱା ଦେଖାଇବେ । ସଲମାନ ଏବଂ ୟଶ ରାଜ ଏହି ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ମେସେଜ ସେୟାର କରି ଏହାର ସୂଚନା ଦେଇଛନ୍ତି। ଭିଡିଓରେ ଟାଇଗର ଗେଟଅପ୍ ରେ ସଲମାନ ଖାନ ନଜର ଆସିଛନ୍ତି । ଏବଂ ସେ ଟାଇଗର ଭାରତ ଏବଂ ପାକିସ୍ଥାନ ମଧ୍ୟରେ ହୋଇଥିବା ମ୍ୟାଚକୁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ମିଶନ ବୋଲି ବର୍ଣ୍ଣନା କରିଛନ୍ତି ।

ସେପଟେ ଏହି ଭିଡିଓ ସେୟାର ହେବା ମାତ୍ରେ ଅର୍ଜୁନ କପୁର ଏହାକୁ ଲାଇକ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସଲମାନ ମଧ୍ୟରେ ଥିବା ଏବଂ ଅର୍ଜୁନଙ୍କ ମଧ୍ୟରେ ଥିବା ମତଭେଦ ଦୂର ହୋଇଥିବା ଚର୍ଚ୍ଚା ହେଉଛି । ସୂଚନା ଥାଉ କି, ସଲମାନ ଖାନଙ୍କ ସହ ତାଙ୍କ ମତଭେଦ ବିଷୟରେ କେବେବି ସର୍ବସାଧାରଣରେ କଥାବାର୍ତ୍ତା କରିନାହାଁନ୍ତି କିନ୍ତୁ ଅର୍ଜୁନଙ୍କ ପିତା ବୋନି କପୁର ଏକ ସାକ୍ଷାତକାରରେ ଏହା ବିଷୟରେ କହିଥିଲେ । ସେ କହିଥିଲେ ଯେ ଅର୍ଜୁନ ଏବଂ ସଲମାନଙ୍କ ମଧ୍ୟରେ ସମ୍ପର୍କ ଭଲ ନୁହେଁ । ୨୦୨୦ରେ ଏକ ସାକ୍ଷାତକାରରେ ବୋନି କପୁର କହିଥିଲେ ଯେ, ଅର୍ଜୁନ ସବୁବେଳେ ନିର୍ଦ୍ଦେଶକ ହେବାକୁ ଚାହୁଁଥିଲେ କିନ୍ତୁ ସଲମାନ ଖାନ ହିଁ ଅର୍ଜୁନଙ୍କୁ ଅଭିନେତା ହେବାକୁ ପ୍ରୋତ୍ସାହିତ କରିଥିଲେ ।

ରିପୋର୍ଟ ଅନୁସାରେ, ଅର୍ଜୁନ ସଲମାନଙ୍କ ସାନଉଭଣୀ ଅର୍ଫିତା ଖାନଙ୍କୁ ଡେଟ କରୁଥିଲେ । ପରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଥିଲା । ଏହାପରେ ବର୍ତ୍ତମାନ ଅଭିନେତା ମଲାଇକା ଅରୋରାଙ୍କୁ ଡେଟ୍‌ କରୁଛନ୍ତି । ଯିଏ ସଲମାନଙ୍କ ଭାଇ ଅରବାଜ ଖାନଙ୍କ ପତ୍ନୀ ଥିଲେ । ଏହି କାରଣରୁ ଉଭୟଙ୍କ ମଧ୍ୟରେ ବିବାଦ ବଢିଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ।

ସୂଚନା ଥାଉ କି, ସଲମାନ ଖାନ ଫିଲ୍ମ ଟାଇଗର 3କୁ ଏଠାରେ ପ୍ରମୋଟ୍ କରିବାକୁ ଯାଉଛନ୍ତି । ତେବେ କ୍ରିକେଟ୍ ବିଶ୍ୱକପ୍ ଇତିହାସରେ ଏହା ପ୍ରଥମ ଥର ଘଟିବ । ଏହା ପରେ 16 ଅକ୍ଟୋବରରେ ଫିଲ୍ମର ଟ୍ରେଲର ରିଲିଜ କରିବେ ନିର୍ମାତା । ରିପୋର୍ଟ ଅନୁସାରେ, ସମସ୍ତ ଟୁର୍ଣ୍ଣାମେଣ୍ଟ ଏବଂ ସମଗ୍ର ଭାରତରେ ଆୟୋଜିତ ହେବାକୁ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ କ୍ରିକେଟ୍ ବିଶ୍ୱକପ୍ 2023 ପାଇଁ କୋ-ବ୍ରାଣ୍ଡେଡ୍ ପ୍ରମୋ ମଧ୍ୟ ସୁଟ୍ କରିସାରିଛନ୍ତି ସଲମାନ ।

ଏହା ମଧ୍ୟ ପଢନ୍ତୁ: ଟ୍ରେଲର ପୂର୍ବରୁ ଆସିଲା ନୂଆ ପୋଷ୍ଟର, ଭାଇଜାନଙ୍କ ଲୁକ ଦେଖି ଉଡିଯିବ ହୋସ୍

ଫିଲ୍ମ ବିଷୟରେ କହିବାକୁ ଗଲେ, ମନୀଷ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ନିର୍ମିତ ହୋଇଛି ଏହି ଫିଲ୍ମ । ଏଥିରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ସମେତ ଇମ୍ରାନ ହାସ୍‌ମୀଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ । ଏଥିସହିତ ଶାହାରୁଖ ଖାନ ମଧ୍ୟ ଏହି ଫିଲ୍ମରେ କ୍ୟାମିଓ ରୋଲରେ ନଜର ଆସିବେ । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ନଭେମ୍ବର 10ରେ ଦିପାବଳୀ ଅବସରରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ଟାଇଗର 3 ରିଲିଜ ହେବ ।

Last Updated : Oct 12, 2023, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.