ETV Bharat / entertainment

Salman Khan Threat Mail: ଅଭିଯୁକ୍ତକୁ ରାଜସ୍ଥାନରୁ ଗିରଫ କଲା ମୁମ୍ବାଇ ପୋଲିସ - ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ

ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କଲା ମୁମ୍ବାଇ ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 27, 2023, 9:46 AM IST

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ । ରାଜସ୍ଥାନ ପୋଲିସ ସହାୟତାରେ ଅଭିଯୁକ୍ତକୁ ଗିରଫ କଲା ମୁ୍ମ୍ବାଇ ପୋଲିସ । ଏକ ମିଳିତ ପୋଲିସ ଟିମ ତଦନ୍ତ ଜାରି ରଖି ଗତକାଲି ଅଭିଯୁକ୍ତକୁ ଗିରଫ କରିଥିବା ମୁମ୍ବାଇ ପୋଲିସ ତରଫରୁ ସୂଚନା ଦିଆଯାଇଛି । ଅଭିଯୁକ୍ତ ଜଣକ ହେଉଛି ଯୋଧପୁର ଜିଲ୍ଲା ଲୁନି ଗ୍ରାମର ଧାକଡ ରାମ ।

ଏନେଇ ପୋଲିସ କହିଛି ଯେ, ''ଇମେଲ ଜରିଆରେ ସଲମାନ ଖାନଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ବାନ୍ଦ୍ରା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା । ଏହାପରେ ମୁମ୍ବାଇ ପୋଲିସର ଏକ ଟିମ ଓ ଲୁନି ପୋଲିସର ଏକ ଟିମ ମିଳିତ ଭାବେ ତଦନ୍ତ ଜାରି ରଖି ଅଭିଯୁକ୍ତ ଧାକଡ ରାମକୁ ରାଜସ୍ଥାନରୁ ଗିରଫ କରିବା ପରେ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରାଯାଇଥିବା ଗଣମାଧ୍ୟମକୁ କହିଛନ୍ତି ଲୁନି ପୋଲିସ ଷ୍ଟେସନର ଅଫିସର ।''

ମାର୍ଚ୍ଚ 18 ତାରିଖରେ ସଲମାନଙ୍କ ମ୍ୟାନେଜର ପ୍ରଶାନ୍ତ ଗୁଞ୍ଜଲକରଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ ଆସିଥିଲା । ଯେଉଁଥିରେ ଲେଖାଥିଲା ଯେ, ଆପଣଙ୍କ ବସ(ସଲମାନ ଖାନ)ଙ୍କ ସହ ଗୋଲ୍ଡି ବ୍ରାର କଥା ହେବାକୁ ଚାହୁଁଛନ୍ତି । ରୋହିତ ଗର୍ଗଙ୍କ ନାମରେ ଏହି ମେଲ୍ ଆସିଥିବା ନେଇ ମ୍ୟାନେଜର ସୂଚନା ଦେଇଥିଲେ । ଏହାପରେ ଲରେନ୍ସ ବିଷ୍ଣୁ, ରୋହିତ ଗର୍ଗ ଏବଂ ଗୋଲ୍ଡି ନାଁରେ ବାନ୍ଦ୍ରା ପୋଲିସରେ ଏତଲା ଦାୟର ହୋଇଥିଲା । ପୋଲିସ ଏହି ମାମଲା ପଞ୍ଜିକୃତ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଏହାସହ ବାନ୍ଦ୍ରା ସ୍ଥିତ ଭାଇଜାନଙ୍କ ବାସଭବନ ବାହାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ମୁମ୍ବାଇ ପୋଲିସ ପକ୍ଷରୁ ସଲମାନ ଖାନଙ୍କୁ Y+ ସୁରକ୍ଷା ଦିଆଯାଇଥିଲା ।

ଏହାପରେ ମୁମ୍ବାଇ ପୋଲିସ ଓ ରାଜସ୍ଥାନ ପୋଲିସର ଏକ ମିଳିତ ଟିମ ତଦନ୍ତ ଆରମ୍ଭ କରି ପ୍ରାୟ ଏକ ସପ୍ତାହ ପରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଅଭିଯୁକ୍ତଙ୍କ ଜଣଙ୍କ କାହିଁକି ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଇ-ମେଲ ପଠାଇଲା ଓ କାହା ନିର୍ଦ୍ଦେଶରେ ସେ ଏପରି କରିବାକୁ ସାହସ କଲା ତାହା ପୋଲିସର ପଚରାଉଚରା ପରେ ସ୍ପଷ୍ଟ ହେବ ।

କଣ ରହିଥିଲା ଧମକ: ଭାଇ ଗୋଲ୍ଡି ବ୍ରାର ଆପଣଙ୍କ ବସଙ୍କ ସହ କଥା ହେବାକୁ ଚାହୁଁଛନ୍ତି । ସେ ସାକ୍ଷାତକାର ଦେଖିସାରିଥିବେ । ଯଦି ଦେଖିନାହାନ୍ତି ତାହେଲେ ଦେଖିବାକୁ କୁହନ୍ତୁ । ଯଦି ଏହି ମାମଲାକୁ ଶେଷ କରିବାକୁ ଚାହୁଁଛ ତାହାଲେ ଗୋଲ୍ଡି ବ୍ରାରଙ୍କ ସହ କଥା ହୁଅ । ଯଦି ମୁହାଁମୁହିଁ ହେବାକୁ ଚାହୁଁଛ ତାହେଲେ ମଧ୍ୟ କୁହ । ତୁମକୁ ଠିକ ସମୟରେ ଜଣାଇ ଦେଇଛି । ପରବର୍ତ୍ତୀ ସମୟରେ କେବଳ ଝଟକା ଦେଖିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.