ETV Bharat / entertainment

କଙ୍ଗନାଙ୍କ ଫିଲ୍ମ ଧାକଡର ଟ୍ରେଲର ସେୟାର କଲେ ସଲମାନ ଖାନ

author img

By

Published : May 13, 2022, 7:28 PM IST

କଙ୍ଗନା ରଣାୱତଙ୍କ ଆଗାମୀ ଚଳଚ୍ଚିତ୍ର ଧାକଡର ଟ୍ରେଲର ଭାଇଜାନ ସଲମାନ ଖାନ ସେୟାର କରିଛନ୍ତି । କେବଳ ଏତିକି ନୁହେଁ, ଏହି ଟ୍ରେଲର ସେୟାର କରିବାବେଳେ ବଜରଙ୍ଗୀ ଭାଇଜାନ ତାଙ୍କୁ ଏବଂ ତାଙ୍କ ପୁରା ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଅଧିକ ପଢନ୍ତୁ

କଙ୍ଗନାଙ୍କ ଫିଲ୍ମ ଧାକଡର ଟ୍ରେଲର ସେୟାର କଲେ ସଲମାନ ଖାନ
କଙ୍ଗନାଙ୍କ ଫିଲ୍ମ ଧାକଡର ଟ୍ରେଲର ସେୟାର କଲେ ସଲମାନ ଖାନ

ମୁମ୍ବାଇ: 'ବଲିଉଡର ପଙ୍ଗା କୁଇନ୍‌' କଙ୍ଗନା ରଣାୱତଙ୍କ ଆଗାମୀ ଚଳଚ୍ଚିତ୍ର 'ଧାକଡ'ର ଟ୍ରେଲର ଭାଇଜାନ ସଲମାନ ଖାନ ସେୟାର କରିଛନ୍ତି। କେବଳ ଏତିକି ନୁହେଁ, ଏହି ଟ୍ରେଲର ସେୟାର କରିବାବେଳେ 'ବଜରଙ୍ଗୀ ଭାଇଜାନ' ତାଙ୍କୁ ଏବଂ ତାଙ୍କ ପୁରା ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ କଙ୍ଗନା ସଲମାନ ଖାନଙ୍କୁ ଏକ ଖାସ ଅନ୍ଦାଜରେ 'ଧନ୍ୟବାଦ' କହିଛନ୍ତି । ତେବେ ସଲମାନ ଖାନ ଏହି ଟ୍ରେଲର ସେୟାର କରିବା ଗୋଟିଏ ପଟେ କଙ୍ଗନା ପାଇଁ ବହୁତ ଲାଭଦାୟକ ହୋଇପାରେ ।

ଉଲ୍ଲେଖନୀୟ ଯେ, ମେଗାଷ୍ଟାର ଅମିତାଭ ବଚ୍ଚନ ଟ୍ୱିଟରରେ 'ଧାକଡ'ର ଟ୍ରେଲରକୁ ସେୟାର କରି କିଛି ସମୟ ପରେ ଏହାକୁ ଡିଲିଟ କରିଥିଲେ। ଏହାପରେ ସୋସିଆଲ ମିଡିଆରେ କଙ୍ଗନାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା ।

ଆପଣଙ୍କୁ କହିରଖୁଛୁ ଯେ 'ଧାକଡ' ଚଳଚ୍ଚିତ୍ରର ଟ୍ରେଲର ଗୁରୁବାର (ମେ 11) ରେ ମୁକ୍ତିଲାଭ କରିଛି । ଏହା ପରେ ସଲମାନ ଖାନ ୟୁଟ୍ୟୁବରୁ ଟ୍ରେଲରକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । 'ଧାକଡ'ର ଟ୍ରେଲର ସେୟାର କରି ସଲମାନ ଲେଖିଛନ୍ତି - 'ଟିମ୍ ଧାକଡଙ୍କୁ ଅନେକ ଅଭିନନ୍ଦନ। 'ଏହା ସହିତ ସେ ଏହି ଅଭିନେତ୍ରୀ କଙ୍ଗନା ରଣାୱତ, ଅର୍ଜୁନ ରାମପଲ ଏବଂ ନିର୍ମାତା ସୋହେଲ ମକଲାଇଙ୍କୁ ମଧ୍ୟ ଏହି ପୋଷ୍ଟରେ ଟ୍ୟାଗ କରିଛନ୍ତି । ଏହି ଫିଲ୍ମ ମେ 20 ରେ ସିନେମା ଘରେ ମୁକ୍ତିଲାଭ କରିବ। ଆକ୍ସନ ହିରୋ ବିଦ୍ୟୁତ ଜାମୱାଲ ମଧ୍ୟ କଙ୍ଗନାଙ୍କ ଫିଲ୍ମର ପୋଷ୍ଟରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.