ମୁମ୍ବାଇ: ସଲମାନ ଖାନ କୌଣସି ଫିଲ୍ମ କରନ୍ତୁ କି ନାହିଁ, ସେ ଏମିତି ଜଣେ ସେଲିବ୍ରେଟ ଯାହାର ଚର୍ଚ୍ଚା ସର୍ବଦା ହେଉଥାଏ । ନିକଟରେ, 'କିସି କା ଭାଇ କିସି କି ଜାନ'ର ଫ୍ଲପ୍ ହେବା ପରେ ସଲମାନଙ୍କଠାରୁ କୌଣସି ଲାଟେଷ୍ଟ ଅପଡେଟ୍ ଆସିନଥିଲା । କିନ୍ତୁ ବର୍ତ୍ତମାନ ସେ ଏକ ନୂଆ ଲୁକ୍ରେ ନଜର ଆସିଛନ୍ତି, ଯାହା ଦେଖି ତାଙ୍କ ଫ୍ୟାନ୍ସ ଚକିତ ହୋଇଯାଇଛନ୍ତି । କେବଳ ଚକିତ ହୋଇନାହାନ୍ତି ବରଂ ସଲମାନ୍ଙ୍କ ନୂଆ ଲୁକ୍ ଦେଖି ତାଙ୍କର ଆଗାମୀ ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ରବିବାର ଦିନ ମୁମ୍ବାଇର ଏକ ପାର୍ଟିରେ ସଲମାନଙ୍କୁ ଦେଖିବାକୁ ମିଳିଥିଲା । ସେ କାରରୁ ଓହ୍ଲାଇବା ମାତ୍ରେ ସମସ୍ତେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବର୍ତ୍ତମାନ ସଲମାନ୍ଙ୍କ ବାଲ୍ଡ ଲୁକ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।
ସଲମାନ ଖାନଙ୍କ ବିଷୟରେ ଜାଣିବାକୁ ପ୍ରଶଂସକଙ୍କ ମଧ୍ୟରେ ବହୁତ କ୍ରେଜ ରହିଛି । ଏଥିପଇଁ ଯେତେବେଳେ ବି ତାଙ୍କ ସହ ଜଡିତ କୌଣସି ଅପଡେଟ୍ ସାମ୍ନାକୁ ଆସେ, ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ । ଗତକାଲି ରାତିରେ ଯେତେବେଳେ ସଲମାନ ବାଲ୍ଡ ଲୁକ ସାମ୍ନାକୁ ଆସିଥିଲା, ସେତେବେଳେ ସେ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲେ । ସଲମାନ କଳା ରଙ୍ଗର ସାର୍ଟ ପିନ୍ଧିଥିଲେ ଏବଂ ତାଙ୍କ ଷ୍ଟାଇଲକୁ ପ୍ରଶଂସକମାନେ ପସନ୍ଦ କରିଥିଲେ । ତାଙ୍କ ଲୁକ୍ ଦେଖି ଅନୁମାନ କରାଯାଉଛି ଯେ ଏହା ତାଙ୍କର ଆଗାମୀ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ।
ଏହା ମଧ୍ୟ ପଢନ୍ତୁ: Gadar 2 Vs OMG 2: ରିଲିଜର 10 ଦିନ ପରେ କେତେ ଆୟ କଲାଣି ସନ୍ନି ଓ ଅକ୍ଷୟଙ୍କ ଫିଲ୍ମ, ଜାଣନ୍ତୁ
'ତେରେ ନାମ' କିମ୍ବା 'ସୁଲତାନ'ର ସିକ୍ୱେଲ !
ସଲମାନ ଖାନ ଖୁବ ଶୀଘ୍ର ଫିଲ୍ମ 'ଟାଇଗର 3'ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଏଥି ସହିତ ସଲମାନ କରଣ ଜୋହର ଏବଂ 'ଶେରଶାହା' ଫେମ୍ ବିଷ୍ଣୁ ବର୍ଦ୍ଧନଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ଏହି ଲୁକ୍ ନେଇଛନ୍ତି ବୋଲି କୁହାଯାଉଛି । ଅନ୍ୟପକ୍ଷରେ ସଲମାନଙ୍କ ପ୍ରଶଂସକମାନେ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା କରିବା ଆରମ୍ଭ କରି ଦେଇଛନ୍ତି । ଜଣେ ପ୍ରଶଂସକ ପଚାରିଛନ୍ତି, 'ରାଧେ ଭୈୟା' ତେରେ ନାମ୍ 2 ତିଆରି ହେଉଛି କି ? ' ଆଉ କିଛି ପ୍ରଶଂସକ କହିଛନ୍ତି ଯେ 'ସଲମାନ ଭାଇ ପ୍ରତ୍ୟେକ ଲୁକରେ କୁଲ୍ ଦେଖାଯାଆନ୍ତି'।
ବର୍ତ୍ତମାନ ସଲମାନଙ୍କ ଫୋକସ୍ ଫିଲ୍ମ 'ଟାଇଗର 3' ଉପରେ ରହିଛି, ଯେଉଁଥିରେ କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାସମି ତାଙ୍କ ସହ ଅଛନ୍ତି । ଏହା ବ୍ୟତୀତ ସେ ଆସନ୍ତା ବର୍ଷ ସିଦ୍ଧାର୍ଥ ଆନନ୍ଦଙ୍କ 'ଟାଇଗର ଭର୍ସେସ୍ ପଠାନ' ମଧ୍ୟ ଆରମ୍ଭ କରିବେ । ଆଉ ଏକ ଖବର ମଧ୍ୟ ଅଛି ଯେ ସଲମାନ ସୁରଜ ବଡଜାତ୍ୟାଙ୍କ ଫିଲ୍ମ 'ପ୍ରେମ କି ଶାଦୀ' ଉପରେ ମଧ୍ୟ ବିଚାର କରୁଛନ୍ତି ।