ETV Bharat / entertainment

Salman Khan: ଭାଇଜାନଙ୍କୁ ହତ୍ୟା ଧମକ, ଲୁକ୍‌ ଆଉଟ୍‌ ନୋଟିସ ଜାରି କଲା ମୁମ୍ବାଇ ପୋଲିସ

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ଦେବା ଘଟଣାରେ ମୁମ୍ବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ ଜାରି କରିଛି । ଅଧିକ ପଢନ୍ତୁ,

author img

By

Published : May 9, 2023, 12:09 PM IST

ଭାଇଜାନଙ୍କୁ ହତ୍ୟା ଧମକ ମାମଲାରେ ଲୁକ ଆଉଟ ନୋଟିସ ଜାରି କଲା ମୁମ୍ବାଇ ପୋଲିସ

ମୁମ୍ବାଇ: କିଛି ଦିନ ହେବ ବଲିଉଡ ଭାଇଜାନ ସଲମାନ ଖାନଙ୍କୁ ହତ୍ୟା ଧମକ ମିଳୁଛି । ଏପରିକି ମାର୍ଚ୍ଚ ମାସରେ ସଲମାନଙ୍କୁ ଏକ ଇମେଲ ଜରିଆରେ ହତ୍ୟା ଧମକ ଦିଆଯାଇଥିଲା । ଏହି କାରଣରୁ ସଲମାନ୍‌ଙ୍କର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି । ତେବେ ବର୍ତ୍ତମାନ ଏହି ମାମଲାରେ ମୁମ୍ବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଧମକପୂର୍ଣ୍ଣ ଇମେଲ ପଠାଇଥିବା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ ଲୁକ୍‌ଆଉଟ୍ ନୋଟିସ୍ ଜାରି କରିଛି ।

ହତ୍ୟା ମାମଲା ନେଇ ଯଦିଓ ନିକଟରେ ଜଣେ ନାବାଳକ ଧରାପଡିଥିଲା, କିନ୍ତୁ ପୋଲିସକୁ ଧମକପୂର୍ଣ୍ଣ ମେଲ୍‌ ପଠାଇଥିବା ବ୍ୟକ୍ତି ଏବେ ସୁଦ୍ଧା ଧରା ପଡ଼ିନାହିଁ । ବର୍ତ୍ତମାନ ମୁମ୍ବାଇ ପୋଲିସ ଏହି ଅଭିଯୁକ୍ତ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି । ସୂଚନା ଥାଉ କି, ଗୋଲ୍ଡି ବ୍ରାର୍‌ଙ୍କ ନାମରେ ଏହି ଇମେଲ୍‌ ପଠା ଯାଇଥିଲା ଏବଂ ଏଥିରେ ଅଭିନେତାଙ୍କ ବିରୋଧରେ ହତ୍ୟା ଧମକ ରହିଥିଲା । ପୋଲିସ ବର୍ତ୍ତମାନ ଘଟଣାର ଅନୁସନ୍ଧାନ କରୁଛି ଏବଂ ଅଭିନେତାଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଆବଶ୍ୟକ ପଦକ୍ଷେପ ନେଇଛି ।

ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ହତ୍ୟା ଧମକ ଦେଉଥିବା ସଲମାନ ନିକଟରେ ସେ କିପରି ଏହାର ମୁକାବିଲା କରୁଛନ୍ତି ସେ ବିଷୟରେ କହିଥିଲେ । ନିକଟରେ ଏକ ଟିଭି ଶୋ’ରେ ସଲମାନ ହତ୍ୟା ଧମକ ପାଇବା ପରେ ମୁମ୍ବାଇ ପୋଲିସରୁ ପାଇଥିବା Y ପ୍ଲସ୍‌ ବର୍ଗର ସୁରକ୍ଷା ବିଷୟରେ ମଧ୍ୟ କହିଥିଲେ । ସଲମାନ କହିଥିଲେ ଯେ, "ନିରାପତ୍ତା ଅପେକ୍ଷା ସୁରକ୍ଷା ଭଲ । ବର୍ତ୍ତମାନ ରାସ୍ତାରେ ସାଇକେଲ ଚଳାଇ ଏକୁଟିଆ ଯିବା ସମ୍ଭବ ନୁହେଁ । କେବଳ ସେତିକି ନୁହେଁ, ବର୍ତ୍ତମାନ ମୋର ଏକ ସମସ୍ୟା ଯେ ଯେତେବେଳେ ମୁଁ ଟ୍ରାଫିକରେ ଥାଏ, ସେତେବେଳେ ଏହି ସୁରକ୍ଷା ଅନ୍ୟ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ । ଏହି ସମୟରେ ମୋର ପ୍ରଶଂସକମାନେ ମୋତେ ଦେଖନ୍ତି ଏବଂ ମୁଁ ମଧ୍ୟ ସେମାନଙ୍କୁ ଦେଖେ । କିନ୍ତୁ ମୁଁ ମୋର ପ୍ରଶଂସକଙ୍କୁ ଖୋଲାଖୋଲି ଭାବେ ଭେଟିବାକୁ ସକ୍ଷମ ହେବିନି, ଏକ ଗୁରୁତର ବିପଦ ଅଛି ।"

ସଲମାନ ଆହୁରି କହିଥିଲେ ଯେ, "ମୋତେ ଯାହା କୁହାଯାଇଛି ମୁଁ ତାହା କରୁଛି । 'କିସି କା ଭାଇ କିସି କି ଜାନ'ର ଏକ ଡାଇଲଗରେ କହିଥିଲେ, ସେମାନେ 100ଥର ଭାଗ୍ୟବାନ ହେବାକୁ ପଡିବ, ମୋତେ ଥରେ ଭାଗ୍ୟବାନ ହେବାକୁ ପଡ଼ିବ । ତେଣୁ ମୁଁ ବହୁତ ସତର୍କ ରହୁଛି । ସେ ସ୍ବୀକାର କରିଥିଲେ ଯେ ତାଙ୍କ ଚାରିପାଖରେ ଏତେ ବନ୍ଧୁକ ଦେଖି ମୁଁ ବେଳେବେଳେ ଭୟଭୀତ ହୋଇପଡ଼େ । ମୁଁ ସମ୍ପୂର୍ଣ୍ଣ ସୁରକ୍ଷା ସହ ସବୁଆଡେ ଯାଉଛି । ମୁଁ ଜାଣିଛି ତୁମେ ଯାହା ବି କର ନା ଯାହା ଘଟିବାର ଥିବା ତାହା ହିଁ ଘଟିବ । ମୁଁ ବିଶ୍ୱାସ କରେ ଭଗବାନ ଅଛନ୍ତି । କିନ୍ତୁ ତା ଅର୍ଥ ଏହା ନୁହେଁ ଯେ ମୁଁ ସ୍ବତନ୍ତ୍ର ଭାବେ ବୁଲିବା ଆରମ୍ଭ କରିବି । ମୋ ସହିତ ଏତେଗୁଡ଼ିଏ ବନ୍ଧୁକ ଯାଉଛି ଯେ ମୁଁ ନିଜେ ଆଜିକାଲି ଭୟଭୀତ ହେଉଛି ।" ସଲମାନ କ୍ୟାଟ୍ରିନା କୈଫଙ୍କ ସହ 'ଟାଇଗର-3 'ରେ ନଜର ଆସିବେ । ଯାହା ଚଳିତ ବର୍ଷ ଦିପାବଳୀରେ ସିନେମାହଲରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.