ମୁମ୍ବାଇ: ଆଜିକାଲି ସଲମାନ ଖାନ ନିଜ ବାଲ୍ଡ ଲୁକ ପାଇଁ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ଭାଇଜାନଙ୍କ ଆଉ ଏକ ନୂଆ ଲୁକର ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତା ମରାଠୀ ପାରମ୍ପରିକ ଲୁକରେ ଦେଖିବାକୁ ମିଳିଛି। ଏହା 'ବିଗ୍ ବସ୍ 17' ପ୍ରମୋ ସୁଟ୍ ପୂର୍ବରୁ ଭାଇଜାନଙ୍କ ନୂଆ ଲୁକ୍ ବୋଲି କୁହାଯାଉଛି ।
-
Latest Picture Of SuperStar #SalmanKhan 🔥🔥🔥
— Craziness 4 Salman Khan (@crazy4salmansir) September 5, 2023 " class="align-text-top noRightClick twitterSection" data="
Salman Bhai Is Now Salman Bhau.
Something New Coming...!#Tiger3 #SalmanKhan pic.twitter.com/XBJXNklLI6
">Latest Picture Of SuperStar #SalmanKhan 🔥🔥🔥
— Craziness 4 Salman Khan (@crazy4salmansir) September 5, 2023
Salman Bhai Is Now Salman Bhau.
Something New Coming...!#Tiger3 #SalmanKhan pic.twitter.com/XBJXNklLI6Latest Picture Of SuperStar #SalmanKhan 🔥🔥🔥
— Craziness 4 Salman Khan (@crazy4salmansir) September 5, 2023
Salman Bhai Is Now Salman Bhau.
Something New Coming...!#Tiger3 #SalmanKhan pic.twitter.com/XBJXNklLI6
ରିଆଲିଟି ଟିଭି ଶୋ' 'ବିଗ୍ ବସ୍ 17'ରେ ନଜର ଆସିବେ ସଲମାନ । ଯାହାର ସୁଟିଂରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି ସଲମାନ ଖାନ । ଏହି ସମୟରେ ସେଟ୍ରୁ ଭାଇରାଲ ଫଟୋରେ ଅଭିନେତା ମରାଠୀ ପାରମ୍ପରିକ ଲୁକ୍ରେ ନଜର ଆସିଛନ୍ତି । ଶୋ’ର ପ୍ରମୋ ପାଇଁ ଭାଇଜାନ 'ଭାଉ'ର ଲୁକ୍ ଆପଣାଇଥିବା କୁହାଯାଉଛି । ଫଟୋରେ ସଲମାନଙ୍କୁ ଓରେଞ୍ଜ୍ ରଙ୍ଗର କୁର୍ତ୍ତା-ପାଇଜାମା ସହ କ୍ରିମ ରଙ୍ଗର ଜ୍ୟାକେଟ ଏବଂ ଟୋପି ପିନ୍ଧିଥିବା ବେଳେ ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ଅଭିନେତାଙ୍କ ଏହି ନୂଆ ଲୁକ୍ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
-
★ New Look For Movie…? 👌#SalmanKhan#Tiger3#Tiger3Diwali2023 https://t.co/pZE5dgr3V3 pic.twitter.com/i8UuSK4P8t
— SalmanKhanHolics.com (@SalmanKhanHolic) September 5, 2023 " class="align-text-top noRightClick twitterSection" data="
">★ New Look For Movie…? 👌#SalmanKhan#Tiger3#Tiger3Diwali2023 https://t.co/pZE5dgr3V3 pic.twitter.com/i8UuSK4P8t
— SalmanKhanHolics.com (@SalmanKhanHolic) September 5, 2023★ New Look For Movie…? 👌#SalmanKhan#Tiger3#Tiger3Diwali2023 https://t.co/pZE5dgr3V3 pic.twitter.com/i8UuSK4P8t
— SalmanKhanHolics.com (@SalmanKhanHolic) September 5, 2023
ସୋସିଆଲ ମିଡିଆରେ ସଲମାନ ଖାନ୍ଙ୍କ ଭାଇରାଲ ଫଟୋକୁ ପ୍ରଶଂସକମାନେ ପସନ୍ଦ କରୁଛନ୍ତି । ସୁପରଷ୍ଟାରଙ୍କ ଫଟୋ ସେୟାର କରି ଜଣେ ପ୍ରଶଂସକ ଲେଖିଛନ୍ତି, 'ଲାଗୁଛି କିଛି ବଡ଼ ଘଟଣା ଘଟିବାକୁ ଯାଉଛି ।' ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, 'ସଲମାନ ଖାନଙ୍କ ସର୍ବଶ୍ରେଷ୍ଠ ମରାଠୀ ପାରମ୍ପରିକ ଲୁକ୍।' ଆଉ ଜଣେ ଲେଖିଛନ୍ତି, ଆଉ ଏକ ଫିଲ୍ମ ପାଇଁ ନୂଆ ଲୁକ। ଅନ୍ୟ ପ୍ରଶଂସକମାନେ ମଧ୍ୟ ସଲମାନଙ୍କ ନୂଆ ଲୁକକୁ ପ୍ରଶଂସା କରିଛନ୍ତି।
-
#SalmanKhan spotted shooting for #BiggBoss17 promo🔥 #Tiger3 pic.twitter.com/FeTtADqwmc
— Devil V!SHAL (@VishalRC007) September 5, 2023 " class="align-text-top noRightClick twitterSection" data="
">#SalmanKhan spotted shooting for #BiggBoss17 promo🔥 #Tiger3 pic.twitter.com/FeTtADqwmc
— Devil V!SHAL (@VishalRC007) September 5, 2023#SalmanKhan spotted shooting for #BiggBoss17 promo🔥 #Tiger3 pic.twitter.com/FeTtADqwmc
— Devil V!SHAL (@VishalRC007) September 5, 2023
ଏହା ମଧ୍ୟ ପଢନ୍ତୁ: ଡବିଂ ଷ୍ଟୁଡିଓରେ ନଜର ଆସିଲେ ସଲମାନ ଖାନ, ବାଲ୍ଡ ଲୁକରେ ଭାଇଜାନଙ୍କୁ ଦେଖି ଫ୍ୟାନ୍ସ କହିଲେ ଏମିତି
ବିଗ୍ ବସ୍ -17 କେବେ ଆରମ୍ଭ ହେବ?
ମିଡିଆ ରିପୋର୍ଟ ଅନୁଯାୟୀ, ବିଗ୍ ବସ୍ -17 ଚଳିତ ବର୍ଷ ଅକ୍ଟୋବରରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଶୋ’ର ଥିମ୍ ବିଷୟରେ କହିବାକୁ ଗଲେ, ଏଥର ଶୋ’ରେ ସିଙ୍ଗେଲ ବନାମ କପଲ୍ସ, ଥିମ୍ ହୋଇପାରେ। ଏହି ଶୋ’ରେ ଇଶାଲ ମାଲଭିଆ, ଅଙ୍କିତା ଲୋଖଣ୍ଡେ, ବିକି ଜୈନ, ଆଲିସ କୌଶିକ, ନିଲ ଭଟ୍ଟ, ଐଶ୍ୱର୍ଯ୍ୟା ଶର୍ମାଙ୍କ ସହ ଅନେକ କଳାକାର ନଜର ଆସିବେ ବୋଲି ଜଣାପଡିଛି।
ଏହା ମଧ୍ୟ ପଢନ୍ତୁ: ବିଗ୍ବସ୍କୁ ମିଳିଲେ ନୂଆ ପ୍ରତିଯୋଗୀ ! ସ୍ବାମୀ ବିକି ଜୈନଙ୍କ ସହ ଅଙ୍କିତା ଲୋଖଣ୍ଡେ ହେବେ ସୋ’ର ଅଂଶ
ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଭାଇଜାନ ଆଗାମୀ ଫିଲ୍ମ ଟାଇଗର-3ରେ ନଜର ଆସିବେ । ଏହି ଫିଲ୍ମ ଦିପାବଳୀ ଅବସରରେ ରିଲିଜ ହେବ । ଏହି ଫିଲ୍ମରେ ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କୁ ମଧ୍ୟ ପଠାନ ଭୂମିକାରେ କେମିଓ ରୋଲରେ ଦେଖିବାକୁ ମିଳିବ । ଏଥିସହ ସଲମାନଙ୍କ ବିପକ୍ଷରେ ପୁଣି ନଜର ଆସିବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଅଭିନେତା ଇମ୍ରାନ୍ ହାସମୀଙ୍କୁ ବି ଏହି ଫିଲ୍ମରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ ।