ETV Bharat / entertainment

Salaar vs Dunki: ପ୍ରଭାସଙ୍କୁ ଡରିଲେ କି ଶାହାରୁଖ ? ଘୁଞ୍ଚିବ ଫିଲ୍ମ ଡଙ୍କିର ରିଲିଜ ଡେଟ୍ !

author img

By ETV Bharat Odisha Team

Published : Oct 13, 2023, 2:24 PM IST

ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ଡଙ୍କି ଏବଂ ପ୍ରଭାସ ଷ୍ଟାରରଫିଲ୍ମ ସାଲାର ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଉଭୟ ଫିଲ୍ମ ଏକାସାଙ୍ଗେ ରିଲିଜ ହେବାକୁ ଥିବା ବେଳେ ବର୍ତ୍ତମାନ ଖବର ଆସୁଛି ଯେ, ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କିର ରିଲିଜ ଡେଟ୍ ଘୁଞ୍ଚିପାରେ । ଅଧିକ ପଢନ୍ତୁ,

ପ୍ରଭାସଙ୍କୁ ଡରିଲେ କି ଶାହାରୁଖ? ଘୁଞ୍ଚିବ ଫିଲ୍ମ ଡଙ୍କିର ରିଲିଜ ଡେଟ୍!

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଏବଂ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ 'ଡଙ୍କି' ଏବଂ 'ସାଲାର'କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମ ରିଲିଜ ହେବା ଦିନ ଠାରୁ କ୍ରେଜ୍‌ ଦେଖିବାକୁ ମିଳିଛି । ଉଭୟ ଫିଲ୍ମ 22 ଡିସେମ୍ବରରେ ରିଲିଜ ହେବାକୁ ଥିବା ବେଳେ କଡା ଟକ୍କର ଦେଖିବାକୁ ମିଳିଥାଆନ୍ତା । ଏହାରି ମଧ୍ୟରେ ବର୍ତ୍ତମାନ ଖବର ଆସୁଛି ଯେ ପ୍ରଭାସ ଏବଂ ଶାହାରୁଖଙ୍କ ଫିଲ୍ମ ମଧ୍ୟରେ ଆଉ ପ୍ରତିଦ୍ବନ୍ଦ୍ବିତା ହେବନି । ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କିର ରିଲଜ୍‌ ଡେଟ ଘୁଞ୍ଚାଇପାରନ୍ତି ନିର୍ମାତା ।

ଚଳଚ୍ଚିତ୍ର ବାଣିଜ୍ୟ ବିଶ୍ଳେଷକ ମନୋବାଲା ବିଜୟବାଲାନ୍ ଏକ୍ସ(ପୂର୍ବରୁ ଟ୍ୱିଟର)ରେ ଉଲ୍ଲେଖ କରିଛନ୍ତି ଯେ, ସାଲାର ଏବଂ ଡଙ୍କି ମଧ୍ୟରେ କଡ଼ା ଟକ୍କର ହେବନି । ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କିର ରିଲଜ୍‌ ଡେଟ୍‌ ଘୁଞ୍ଚିପାରେ । ପ୍ରଭାସଙ୍କ ଫିଲ୍ମ ସାଲାର ଏକାକୀ ଡିସେମ୍ବରରେ ସିନେମାହଲରେ ରିଲିଜ୍‌ ହେବ । ତେବେ ରିପୋର୍ଟ ଅନୁସାରେ, ଡଙ୍କିର ନିର୍ମାତା ଏନେଇ କୌଣସି ଅଫିସିଆଲି ଘୋଷଣା କରିନଥିବା ବେଳେ ଖୁବଶୀଘ୍ର ଏନେଇ ପ୍ରତିକ୍ରିୟା ଦେବେ ବୋଲି ଜଣାପଡ଼ିଛି । ଆକାଶବାଣୀ ମଧ୍ୟ ଏନେଇ ଏକ୍ସରେ ଟ୍ବିଟ୍‌ କରି କହିଛନ୍ତି ଯେ ଫିଲ୍ମ ସ୍ଥଗିତ କଥା ସତ୍ୟ ଅଟେ । ଏନେଇ ଫିଲ୍ମର ପୋଷ୍ଟ ପ୍ରଡକ୍ସନକୁ ଦାୟୀ କରାଯାଇଛି । ଡିସେମ୍ବର 22ର ମୂଳ ନିର୍ଦ୍ଧାରିତ ରିଲିଜ୍ ତାରିଖ ଅନୁଯାୟୀ ଟିମ୍ ହୁଏତ ଫିଲ୍ମଟି ଠିକ୍ ସମୟରେ ଶେଷ କରିପାରିବ ନାହିଁ ।

ସୂଚନା ଥାଉ କି, ଶାହାରୁଖ ଖାନ୍‌ଙ୍କ ଜବାନ ସକ୍ସେସ୍‌ ଇଭେଣ୍ଟ୍‌ରେ ଡଙ୍କିର ରିଲିଜ୍ ତାରିଖ ଉପରେ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ ଯେ, ଆମେ ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ପଠାନ ରିଲିଜ କରିଥିଲୁ । ପରେ ଜନ୍ମାଷ୍ଟମୀରେ ଜବାନ ରିଲିଜ କଲୁ । ବର୍ତ୍ତମାନ ନୂଆ ବର୍ଷ ଏବଂ ଖ୍ରୀଷ୍ଟ୍‌ମାସ ମଧ୍ୟରେ ଆମେ ଡଙ୍କି ମୁକ୍ତିଲାଭ କରିବୁ । ତେବେ ଏହି ଫିଲ୍ମ ଡିସେମ୍ବରରେ ଫିଲ୍ମ ରିଲିଜ କରିବା ନେଇ ଯୋଜନା କରିଥିଲେ ନିର୍ମାତା । ଯାହା ପ୍ରଭାସଙ୍କ ଫିଲ୍ମ ସାଲାର ସହ ପ୍ରତିଦ୍ବନ୍ଦ୍ବିତା କରିଥାନ୍ତା । ବର୍ତ୍ତମାନ ରିପୋର୍ଟରୁ ଜଣାପଡିଛି ଯେ ଡଙ୍କି ରିଲିଜ ଡେଟ ସ୍ଥଗିତ ହୋଇପାରେ । ତେବେ ଡଙ୍କିରେ ଶାହାରୁଖ ଖାନଙ୍କ ସହ ତାପସୀ ପନ୍ନୁ ଏବଂ ବିକି କୌଶଲ ନଜର ଆସିବେ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ହିରାନୀ ।

ଏହା ମଧ୍ୟ ପଢନ୍ତୁ: ଶାହାରୁଖଙ୍କ ଉପରେ ଭାରି ପଡିବେ କି ବାହୁବଲୀ ? ସାମ୍ନାକୁ ଆସିଲା ନୂଆ ଟ୍ବିଷ୍ଟ

ସେହିପରି ପୂର୍ବରୁ, ପ୍ରଥମେ ସାଲାର ସେପ୍ଟେମ୍ବର 28ରେ ରିଲିଜ୍ ହେବାର ଯୋଜନା କରାଯାଇଥିଲା କିନ୍ତୁ ପରେ ଏହାକୁ ଘୁଞ୍ଚାଇ ନୂଆ ରିଲିଜ ଡେଟ ଘୋଷଣା କରିଥିଲେ ନିର୍ମାତା । ପରବର୍ତ୍ତୀ ସମୟରେ ସାଲାର ନିର୍ମାତା ଡିସେମ୍ବର 22ରେ ଫିଲ୍ମ ରିଲିଜ ନେଇ ଘୋଷଣା କରିଥିଲେ । ପ୍ରଶାନ୍ତ ନୀଲ୍‌ଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଶ୍ରୁତି ହାସନ ଏବଂ ପ୍ରୀତିରାଜ ସୁକୁମାରନ ମଧ୍ୟ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.