ETV Bharat / entertainment

Salaar: ଏହି ଦିନ ରିଲିଜ ହେବ ପ୍ରଭାସଙ୍କ ଆଗାମୀ ଫିଲ୍ମ 'ସାଲାର' ଟିଜର

ପ୍ରଭାସଙ୍କ ଅଭିନୀତ ଆଗାମୀ ବହୁ ପ୍ରତୀକ୍ଷିତ ଫିଲ୍ମ ହେଉଛି ସାଲାର । ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଫିଲ୍ମକୁ ନେଇ ଏକ ଅପଡେଟ ସାମ୍ନାକୁ ଆସିଛି । ନିର୍ମାତା ଆଜି ଟିଜରର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Jul 3, 2023, 5:20 PM IST

ଜୁଲାଇ 6, 2023 ରେ ରିଲିଜ ହେବ ପ୍ରଭାସଙ୍କ ଆଗାମୀ ଫିଲ୍ମ 'ସାଲାର' ଟିଜର

ହାଇଦ୍ରାବାଦ: ବ୍ଲକବଷ୍ଟର ଚଳଚ୍ଚିତ୍ର କେଜିଏଫ୍ ତିଆରି କରିବା ପରେ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ତାଙ୍କ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର ସାଲାର ପାଇଁ ପ୍ରସ୍ତୁତ ହେଉଛନ୍ତି । ୟଶଙ୍କ ପରେ ପ୍ରଶାନ୍ତ ନୀଲ ବାହୁବଲୀ ତାରକା ପ୍ରଭାସଙ୍କ ସହ ହାତ ମିଳାଇଛନ୍ତି । ଫିଲ୍ମ ଘୋଷଣା ହେବା ଦିନଠାରୁ ଅଭିନେତାଙ୍କ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି । ଏହାରି ମଧ୍ୟରେ ଆଜି ନିର୍ମାତା ଫ୍ୟାନ୍ସଙ୍କ ଖୁସି ଖବର ଦେଇଛନ୍ତି । ଖୁବଶୀଘ୍ର ରିଲିଜ ହେବ ଫିଲ୍ମର ଟିଜର । ସୋସିଆଲ ମିଡିଆରେ ଫିଲ୍ମର ନୂଆ ପୋଷ୍ଟର ସେୟାର କରି ଟିଜର ରିଲିଜ ତାରିଖ ଘୋଷଣା କରିଛନ୍ତି ନିର୍ମାତା ।

ଫିଲ୍ମର ଦମଦାର ପୋଷ୍ଟର ସେୟାର କରି ନିର୍ମାତା ଟିଜର ରିଲିଜର ତାରିଖ ଘୋଷଣା କରିଛନ୍ତି । ଟ୍ବିଟରରେ ନିର୍ମାତା ସେୟାର କରି ଲେଖିଛନ୍ତି, ଏହି ଫିଲ୍ମର ଟିଜର ଜୁଲାଇ 6, 2023ରେ ସକାଳ 5:12 ରେ ରିଲିଜ କରିବ । ରିଲିଜ ହୋଇଥିବା ପୋଷ୍ଟରରେ ପ୍ରଭାସ ବ୍ଲାକ୍‌ ଏବଂ ହ୍ବାଇଟ ପୃଷ୍ଠଭୂମିରେ ଗୁଣ୍ଡାମାନଙ୍କ ସହ ଲଢୁଥିବାର ନଜର ଆସିଛନ୍ତି । ପୋଷ୍ଟରରେ ତାଙ୍କ ଚେହେରା ଦେଖାଯାଉନାହିଁ ।

ଏହା ମଧ୍ୟ ପଢନ୍ତୁ: 'ପ୍ରୋଜେକ୍ଟ କେ'ରେ କମଲ ହାସନଙ୍କ ଏଣ୍ଟ୍ରି, ଖଳନାୟକ ଭୂମିକାରେ ଆସିବେ ନଜର

ସାଲାର କାଷ୍ଟ ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ସହ ମୁଖ୍ୟ ଭୂମିକାରେ ଶ୍ରୁତି ହାସନ ଅଭିନୟ କରିଛନ୍ତି । ଏହା ପ୍ରଥମ ଥର ହେବ ଦୁହେଁ ଏକାଠି ସ୍କ୍ରିନ୍ ସେୟାର୍ କରିବେ । ପ୍ରଭାସ ଏହି ଚଳଚ୍ଚିତ୍ରରେ ଜଗପତି ବାବୁଙ୍କ ସହ ସଂଘର୍ଷ କରୁଥିବା ନଜର ଆସିବେ । ଏହି ଫିଲ୍ମରେ ଜଗପତି ବାବୁ ଖଳନାୟକ ଭୂମିକାରେ ନଜର ଆସିବେ । ଏମାନଙ୍କ ବ୍ୟତୀତ ମାଲାୟାଲମ୍ ତାରକା ପ୍ରୀତିରାଜ ସୁକୁମାରନ୍, ଇଶ୍ୱରୀ ରାଓ ଏବଂ ଶ୍ରେୟା ରେଡ୍ଡୀ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଏହି ଫିଲ୍ମ ସେପ୍ଟେମ୍ବର 28ରେ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି ଏବଂ କନ୍ନଡ, ତାମିଲ, ମାଲାୟାଲମ୍, ହିନ୍ଦୀ ଏବଂ ଇଂରାଜୀରେ ବି ଏହାର ଟାଇଟଲ ରଖା ଯାଇଛି ।

କେବେ ରିଲିଜ ହେବ ଫିଲ୍ମ ?

ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ସାଲାର ଚଳଚ୍ଚିତ୍ର 28 ସେପ୍ଟେମ୍ବର 2023 ରେ ରିଲିଜ କରିବ । ହୋମେବେଲ ଫିଲ୍ମର ବ୍ୟାନରରେ ବିଜୟ କିରାଙ୍ଗଦୁରଙ୍କ ଦ୍ୱାରା ସାଲାର ପ୍ରସ୍ତୁତ କରାଯାଉଛି । ଏହି ବ୍ୟାନରରେ KGF, KGF-2 ଏବଂ କାନ୍ତରା ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର ରିଲିଜ ହୋଇ ହିଟ୍‌ ହୋଇଛି । ବର୍ତ୍ତମାନ ସାଲାର ମଧ୍ୟ ହିଟ୍‌ ହେବ ବୋଲି ଆଶା କରାଯାଉଛି । ଆଦିପୁରୁଷର ବିଫଳତା ପରେ ପ୍ରଭାସଙ୍କ ଏହି ଫିଲ୍ମ ପୁଣି ଦର୍ଶକଙ୍କ ମନ ଜିତିବ ବୋଲି ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.