ETV Bharat / entertainment

Salaar: ଆମେରିକାରେ ସାଲାର କ୍ରେଜ, ଜାଣନ୍ତୁ କେବେଠୁ ଆରମ୍ଭ ହେବ ବୁକିଂ

author img

By

Published : Aug 21, 2023, 6:49 AM IST

28 ସେପ୍ଟେମ୍ବରରେ ରିଲିଜ ହେବ ସାଉଥ ସୁରଷ୍ଟାର ପ୍ରଭାସଙ୍କ ଦମଦାର ଫିଲ୍ମ ସାଲାର । ୟୁଏସଏରେ ଫିଲ୍ମର ଅଡଭାନ୍ସ ବୁକିଂ 25 ଅଗଷ୍ଟରୁ ଆରମ୍ଭ ହେବ । ଅଧିକ ପଢନ୍ତୁ

ଜାଣନ୍ତୁ କେବେ ଠୁ ଆରମ୍ଭ ହେବ ଆଡଭାନ୍ସ ବୁକିଂ
ଜାଣନ୍ତୁ କେବେ ଠୁ ଆରମ୍ଭ ହେବ ଆଡଭାନ୍ସ ବୁକିଂ

ହାଇଦ୍ରାବାଦ: 28 ସେପ୍ଟେମ୍ବରରେ ରିଲିଜ ହେବ ସାଉଥ ସୁରଷ୍ଟାର ପ୍ରଭାସଙ୍କ ଦମଦାର ଫିଲ୍ମ ସାଲାର । ଏହି ଫିଲ୍ମକି ନେଇ ପ୍ରଭାସଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । କେବଳ ଭାରତରେ ନୁହେଁ ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ପ୍ରଭାସଙ୍କ ଫ୍ୟାନ୍ସ ଅପେକ୍ଷା କରିଛନ୍ତି ଫିଲ୍ମ ରିଲିଜ ଡେଟକୁ । ପ୍ରଭାସଙ୍କ ଏହି ଫିଲ୍ମର ଚର୍ଚ୍ଚା ଏବେ ୟୁଏସରେ ମଧ୍ୟ ଜୋରଧରିଛି । ତେବେ ଫିଲ୍ମର ଆଡଭାନ୍ସ ବୁକିଂକୁ ନେଇ ପ୍ରଡକ୍ସନ ପକ୍ଷରୁ ଏକ ଟ୍ବିଟ ଜାରି କରାଯାଇଛି । ଟ୍ବିଟ ଅନୁଯାୟୀ, ୟୁଏସଏରେ ଫିଲ୍ମର ଆଡଭାନ୍ସ ବୁକିଂ 25 ଅଗଷ୍ଟରୁ ଆରମ୍ଭ ହେବ ।

ପ୍ରଶାନ୍ତ ନୀଲଙ୍କ ଏହି ଫିଲ୍ମର କ୍ରେଜ ଏବେ ଲୋକମାନଙ୍କ ମଧ୍ୟରେ ବଢି ବଢି ଚାଲିଛି । ଦର୍ଶକମାନେ ଫିଲ୍ମ ସହିତ ଜଡିତ ପ୍ରତ୍ୟେକ ଅପଡେଟ୍ ପାଇଁ ଅପେକ୍ଷା କରୁଛନ୍ତି । ଯାହାର ଭରପୁର ଫାଇଦା ଉଠାଉଛି ପ୍ରଡକ୍ସନ ହାଉସ । ରିଲିଜ ପୂର୍ବରୁ କିଛି ନା କିଛି ଅପଡେଟ ସୋସିଆଲ ମିଡିଆ ସାଇଟରେ ଛାଡି ଲୋକଙ୍କ କ୍ରେଜକୁ ବିଢାଇବାରେ ଲାଗିଛି । ଫିଲ୍ମ ରିଲିଜର ଏକ ମାସ ପୂର୍ବରୁ ଆମେରିକାରେ ଆଡଭାନ୍ସ ବୁକିଂ କରି ଫିଲ୍ମ ତାର ହାଇପ୍ ଏବଂ ଷ୍ଟାଣ୍ଡାର୍ଡକୁ ବଢାଇବାରେ ଲାଗିଛି । ପ୍ରଭାସଙ୍କ ଏହି ଚଳଚ୍ଚିତ୍ରଟି ଆକ୍ସନ୍ ଏବଂ ଥ୍ରୀଲରରେ ପରିପୂର୍ଣ୍ଣ । ଫିଲ୍ମରେ ତାଙ୍କୁ ଏକ ଭିନ୍ନ ଅବତାର ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ଭାରତ ବ୍ୟତୀତ ୟୁରୋପ, ମଧ୍ୟ-ପୂର୍ବ ଏବଂ ଆଫ୍ରିକା ପରି ଅନେକ ଦେଶରେ ସୁଟିଂ କରାଯାଇଛି ।

Experience the Rebel Star in its full glory! 🔥

USA @IMAX /PLF bookings for #Salaar begin on August 25th 💥
followed by other formats on August 29th ❤️‍🔥#SalaarTakeOverUSA #SalaarCeaseFire #Prabhas @hombalefilms @SalaarTheSaga @PrathyangiraUS @MokshaMovies @PharsFilm pic.twitter.com/k2xwoLCaC4

— Prathyangira Cinemas (@PrathyangiraUS) August 20, 2023 ">

ଫିଲ୍ମ ପ୍ରଡକ୍ସନ ପ୍ରଥ୍ୟାଙ୍ଗିର ପୋଷ୍ଟ କରିଥିବା ଟ୍ବିଟ ଅନୁଯାୟୀ, ସାଲାର ଫିଲ୍ମର ପାର୍ଟ-1 IMAX ତାଞ୍ଚାରେ ବିଶ୍ବସ୍ତରୀୟ ରିଲିଜ କରାଯିବ । ନିର୍ମାତାମାନେ ପ୍ରଭାସଙ୍କ ଚଳଚ୍ଚିତ୍ରକୁ IMAX ଏବଂ PLFରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । IMAX ଏବଂ PLF ପାଇଁ ଆଗୁଆ ବୁକିଂ କରିବା ଏହାର ତାରିଖ ଘୋଷଣା ହୋଇଛି ।

ଅଧିକ ପଢନ୍ତୁ: Salaar Release Date, ଭୟଙ୍କର ଅନ୍ଦାଜ୍‌ରେ ନଜର ଆସିଲେ ସାଉଥ୍‌ ସୁପରଷ୍ଟାର ପ୍ରଭାସ

ଉଲ୍ଲେଖନୀୟ ଯେ, ସାଲାର ଫିଲ୍ମର ପ୍ରଥମ କାର୍ଯ୍ୟସୂଚୀ ପୂରା ହୋଇ ସାରିଛି । ଚଳଚ୍ଚିତ୍ରର ଉଚ୍ଚମାନର VFX ପାଇଁ ବିଦେଶୀ ଷ୍ଟୁଡିଓ ନିଯୁକ୍ତ କରାଯାଇଛି । ପୂରା ଟିମ୍‌ ଏହାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଦକ୍ଷିଣ ଅଭିନେତ୍ରୀ ଶ୍ରୁତି ହାସନ 'ସାଲାର'ରେ ଅଭିନେତା ପ୍ରଭାସଙ୍କ ବିପକ୍ଷରେ ନଜର ଆସିବେ । ଏହି ଚଳଚ୍ଚିତ୍ର କନ୍ନଡ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ଦକ୍ଷିଣର ଦମଦାର ଅଭିନେତା ପୃଥ୍ବୀରାଜ ସୁକୁମାରନ୍ ମଧ୍ୟ ଏକ ପ୍ରମୁଖ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ଦକ୍ଷିଣର ସୁପର ଭିଲେନ୍ ଜଗପତି ବାବୁ, ଇଶ୍ୱରୀ ରାଓ, ଶ୍ରୀୟା ରେଡ୍ଡୀ ମଧ୍ୟ ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ନଜର ଆସିବେ । ଫିଲ୍ମର ବଜେଟ୍ 400 କୋଟିରୁ ଅଧିକ ହେବ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ହାଇଦ୍ରାବାଦ: 28 ସେପ୍ଟେମ୍ବରରେ ରିଲିଜ ହେବ ସାଉଥ ସୁରଷ୍ଟାର ପ୍ରଭାସଙ୍କ ଦମଦାର ଫିଲ୍ମ ସାଲାର । ଏହି ଫିଲ୍ମକି ନେଇ ପ୍ରଭାସଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । କେବଳ ଭାରତରେ ନୁହେଁ ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ପ୍ରଭାସଙ୍କ ଫ୍ୟାନ୍ସ ଅପେକ୍ଷା କରିଛନ୍ତି ଫିଲ୍ମ ରିଲିଜ ଡେଟକୁ । ପ୍ରଭାସଙ୍କ ଏହି ଫିଲ୍ମର ଚର୍ଚ୍ଚା ଏବେ ୟୁଏସରେ ମଧ୍ୟ ଜୋରଧରିଛି । ତେବେ ଫିଲ୍ମର ଆଡଭାନ୍ସ ବୁକିଂକୁ ନେଇ ପ୍ରଡକ୍ସନ ପକ୍ଷରୁ ଏକ ଟ୍ବିଟ ଜାରି କରାଯାଇଛି । ଟ୍ବିଟ ଅନୁଯାୟୀ, ୟୁଏସଏରେ ଫିଲ୍ମର ଆଡଭାନ୍ସ ବୁକିଂ 25 ଅଗଷ୍ଟରୁ ଆରମ୍ଭ ହେବ ।

ପ୍ରଶାନ୍ତ ନୀଲଙ୍କ ଏହି ଫିଲ୍ମର କ୍ରେଜ ଏବେ ଲୋକମାନଙ୍କ ମଧ୍ୟରେ ବଢି ବଢି ଚାଲିଛି । ଦର୍ଶକମାନେ ଫିଲ୍ମ ସହିତ ଜଡିତ ପ୍ରତ୍ୟେକ ଅପଡେଟ୍ ପାଇଁ ଅପେକ୍ଷା କରୁଛନ୍ତି । ଯାହାର ଭରପୁର ଫାଇଦା ଉଠାଉଛି ପ୍ରଡକ୍ସନ ହାଉସ । ରିଲିଜ ପୂର୍ବରୁ କିଛି ନା କିଛି ଅପଡେଟ ସୋସିଆଲ ମିଡିଆ ସାଇଟରେ ଛାଡି ଲୋକଙ୍କ କ୍ରେଜକୁ ବିଢାଇବାରେ ଲାଗିଛି । ଫିଲ୍ମ ରିଲିଜର ଏକ ମାସ ପୂର୍ବରୁ ଆମେରିକାରେ ଆଡଭାନ୍ସ ବୁକିଂ କରି ଫିଲ୍ମ ତାର ହାଇପ୍ ଏବଂ ଷ୍ଟାଣ୍ଡାର୍ଡକୁ ବଢାଇବାରେ ଲାଗିଛି । ପ୍ରଭାସଙ୍କ ଏହି ଚଳଚ୍ଚିତ୍ରଟି ଆକ୍ସନ୍ ଏବଂ ଥ୍ରୀଲରରେ ପରିପୂର୍ଣ୍ଣ । ଫିଲ୍ମରେ ତାଙ୍କୁ ଏକ ଭିନ୍ନ ଅବତାର ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ଭାରତ ବ୍ୟତୀତ ୟୁରୋପ, ମଧ୍ୟ-ପୂର୍ବ ଏବଂ ଆଫ୍ରିକା ପରି ଅନେକ ଦେଶରେ ସୁଟିଂ କରାଯାଇଛି ।

ଫିଲ୍ମ ପ୍ରଡକ୍ସନ ପ୍ରଥ୍ୟାଙ୍ଗିର ପୋଷ୍ଟ କରିଥିବା ଟ୍ବିଟ ଅନୁଯାୟୀ, ସାଲାର ଫିଲ୍ମର ପାର୍ଟ-1 IMAX ତାଞ୍ଚାରେ ବିଶ୍ବସ୍ତରୀୟ ରିଲିଜ କରାଯିବ । ନିର୍ମାତାମାନେ ପ୍ରଭାସଙ୍କ ଚଳଚ୍ଚିତ୍ରକୁ IMAX ଏବଂ PLFରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । IMAX ଏବଂ PLF ପାଇଁ ଆଗୁଆ ବୁକିଂ କରିବା ଏହାର ତାରିଖ ଘୋଷଣା ହୋଇଛି ।

ଅଧିକ ପଢନ୍ତୁ: Salaar Release Date, ଭୟଙ୍କର ଅନ୍ଦାଜ୍‌ରେ ନଜର ଆସିଲେ ସାଉଥ୍‌ ସୁପରଷ୍ଟାର ପ୍ରଭାସ

ଉଲ୍ଲେଖନୀୟ ଯେ, ସାଲାର ଫିଲ୍ମର ପ୍ରଥମ କାର୍ଯ୍ୟସୂଚୀ ପୂରା ହୋଇ ସାରିଛି । ଚଳଚ୍ଚିତ୍ରର ଉଚ୍ଚମାନର VFX ପାଇଁ ବିଦେଶୀ ଷ୍ଟୁଡିଓ ନିଯୁକ୍ତ କରାଯାଇଛି । ପୂରା ଟିମ୍‌ ଏହାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଦକ୍ଷିଣ ଅଭିନେତ୍ରୀ ଶ୍ରୁତି ହାସନ 'ସାଲାର'ରେ ଅଭିନେତା ପ୍ରଭାସଙ୍କ ବିପକ୍ଷରେ ନଜର ଆସିବେ । ଏହି ଚଳଚ୍ଚିତ୍ର କନ୍ନଡ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ଦକ୍ଷିଣର ଦମଦାର ଅଭିନେତା ପୃଥ୍ବୀରାଜ ସୁକୁମାରନ୍ ମଧ୍ୟ ଏକ ପ୍ରମୁଖ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ଦକ୍ଷିଣର ସୁପର ଭିଲେନ୍ ଜଗପତି ବାବୁ, ଇଶ୍ୱରୀ ରାଓ, ଶ୍ରୀୟା ରେଡ୍ଡୀ ମଧ୍ୟ ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ନଜର ଆସିବେ । ଫିଲ୍ମର ବଜେଟ୍ 400 କୋଟିରୁ ଅଧିକ ହେବ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.