ETV Bharat / entertainment

ପ୍ରଭାସଙ୍କ ଫିଲ୍ମ 'ସାଲାର' ରିଲିଜ, ସାଉଥ୍‌ରେ ଡିଜେ ସହ ନାଚ ଗୀତରେ ଝୁମିଲେ ଫ୍ୟାନ୍ସ

author img

By ETV Bharat Odisha Team

Published : Dec 22, 2023, 10:00 AM IST

Salaar Release: ପ୍ରଭାସଙ୍କ ଫିଲ୍ମ 'ସାଲାର' ଆଜି ୨୨ ଡିସେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ହାଇଦ୍ରାବାଦ ଏବଂ ଆନ୍ଧ୍ରପ୍ରଦେଶର ପ୍ରେକ୍ଷାଳୟ ସମ୍ମୁଖରେ ପ୍ରଭାସଙ୍କ ଫ୍ୟାନ୍ସମାନେ ବଡ଼ କଟଆଉଟ୍ ଏବଂ ଡିଜେ ଶୋ' ସହ ଏହି ଫିଲ୍ମ ରିଲଜକୁ ନେଇ ସେଲିବ୍ରେସନ କରିଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦେଖନ୍ତୁ ଭିଡିଓ

ରିଲିଜ ହେଲା ପ୍ରଭାସଙ୍କ ଫିଲ୍ମ 'ସାଲାର', ସାଉଥରେ ଡିଜେ ସହ ନାଚ ଗୀତରେ ଝୁମିଲେ ଫ୍ୟାନ୍ସ

ହାଇଦ୍ରାବାଦ: ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତୁ । ଆଜି ପରଦାକୁ ଆସିଲା ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ସାଲାର' । ବର୍ତ୍ତମାନ ଫିଲ୍ମ ରିଲିଜକୁ ନେଇ ସାଉଥ୍‌ରେ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ଦେଖିବାକୁ ମିଳିଛି । ଫିଲ୍ମ ରିଲିଜ୍‌ ପରେ ଧୁମଧାମରେ ସେଲିବ୍ରେସନ କରିଛନ୍ତି ଫ୍ୟାନ୍ସ । ହାଇଦ୍ରାବାଦ ଏବଂ ଆନ୍ଧ୍ରପ୍ରଦେଶର ପ୍ରେକ୍ଷାଳୟ ସମ୍ମୁଖରେ ପ୍ରଭାସଙ୍କ ଫ୍ୟାନ୍ସମାନେ ଅଭିନେତାଙ୍କ ବଡ଼ କଟଆଉଟ୍ ଲଗାଇବା ସହ ଡିଜେ ଶୋ' କରି ନାଚ ଗୀତରେ ଝୁମୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।

ଏକ୍ସରେ ଏହି ସେଲିବ୍ରେସନର ଅନେକ ଭିଡିଓ ଭାଇରାଲ ହୋଇଛି । ଡିଜେ ସାଉଣ୍ଡ ଏବଂ ଲାଇଟ୍ ଶୋ' ସହ ବଡ଼ କଟଆଉଟ୍ ଏବଂ ସାଲାର ପୋଷ୍ଟର ଲଗାଇ ଏହି ଫିଲ୍ମକୁ ଜୋରଦାର ସ୍ବାଗତ କରିଛନ୍ତି । ଏବଂ ନାଚ ଗୀତରେ ଝୁମୁଥିବାର ନଜର ଆସିଛନ୍ତି । ହାଇଦ୍ରାବାଦ ବ୍ୟତୀତ ଆନ୍ଧ୍ରପ୍ରଦେଶର ଭୀମାରାମ ଥିଏଟର ବାହାରେ ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ହିଁ ପ୍ରଶଂସକମାନେ ଉତ୍ସବ ମୁଖର ହୋଇଥିବାର ନଜର ଆସିଛନ୍ତି ।

ସୂଚନା ଥାଉ କି, ଆଦିପୁରୁଷ ଫ୍ଲପ୍‌ ପରେ ପ୍ରଭାସ ସାଲାର ସହ ଧମାକା କରିବାକୁ ପ୍ରସ୍ତୁତ । ଏହି ଫିଲ୍ମକୁ ସେନ୍ସର ବୋର୍ଡ 'ଏ' ସାର୍ଟିଫିକେଟ ପ୍ରଦାନ କରିଛି । ଆଜି ପ୍ରଭାସଙ୍କ ଫିଲ୍ମ 'ସାଲାର' ତେଲୁଗୁ, କନ୍ନଡ଼, ମାଲାୟଲାମ, ତାମିଲ ଓ ହିନ୍ଦୀ ଭଳି ୫ଟି ଭାଷାରେ ରିଲିଜ ହୋଇଛି । ଏହି ଫିଲ୍ମର ସମୟ ୨ ଘଣ୍ଟା ୫୫ ମିନିଟ୍ । ଏଥିରେ ସୁପରଷ୍ଟାର ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରଟି 'ହମ୍ବଲ ଫିଲ୍ମସ' ଦ୍ବାରା ନିର୍ମିତ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । ବର୍ତ୍ତମାନ ଏହି ଫିଲ୍ମ ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ସହ ଟକ୍କର ଦେବାକୁ ପ୍ରସ୍ତୁତ । ଯାହା ଗତକାଲି ଡିସେମ୍ବର ୨୧ରେ ରିଲିଜ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ସାଲାରକୁ ‘ଏ’ ସାର୍ଟିଫିକେଟ ନେଇ ଖୁସି ନାହାନ୍ତି ପ୍ରଶାନ୍ତ ନୀଲ, କହିଦେଲେ ଏମିତି କଥା

'ସାଲାର' କାହାଣୀ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ଦୁଇ ସାଙ୍ଗର କାହାଣୀକୁ ଦର୍ଶାଇଛି । ପାର୍ସିୟାନ ସାମ୍ରାଜ୍ୟର ରାଜ୍ୟ ସୁଲତାନ (ପୃଥ୍ବୀରାଜ ସୁକୁମାରନ୍) ଦ୍ୱାରା ପରିଚାଳିତ । ଯେତେବେଳେ ବି ସେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ସେ ତାଙ୍କ ସୈନ୍ୟବାହିନୀକୁ ନଡାକି ବରଂ ତାଙ୍କ ପିଲାଦିନର ବନ୍ଧୁ (ପ୍ରଭାସ)କୁ ଡାକନ୍ତି । ଯିଏ ତାଙ୍କ ପାଇଁ ପ୍ରତ୍ୟେକ ସୀମା ପାର୍ କରିବାକୁ ପ୍ରସ୍ତୁତ । ପ୍ରଭାସ ନିଜ ସାଙ୍ଗ 'ସୁଲତାନ'ଙ୍କ ପ୍ରତ୍ୟେକ ଇଚ୍ଛା ପୁରା କରୁଥିବା ବେଳେ ପରେ ସାମ୍ରାଜ୍ୟ ପାଇଁ ଏହି ବନ୍ଧୁତା କିପରି ଶତୃତାରେ ପରିଣତ ହୋଇଯାଏ । ତାହା କଣ ଘଟେ ତାହା ଫିଲ୍ମ ଦେଖିଲେ ହିଁ ଜଣାପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.