ETV Bharat / entertainment

ସୈଫ୍‌ଙ୍କ ରାବଣ ଲୁକ୍‌କୁ ନେଇ ବିବାଦ, ଖିଲଜୀଙ୍କ ସହ ତୁଳନା କଲେ ୟୁଜର୍ସ - ଫିଲ୍ମ ଆଦିପୁରୁଷରେ ସୈଫ୍‌

ଫିଲ୍ମ ଆଦିପୁରୁଷର ଟିଜରରେ ପ୍ରଭାସ ଏବଂ କ୍ରିତି ସାନନଙ୍କ ଯୋଡି ଦେଖି ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି । ଏଥିସହିତ ସୈଫ ଅଲି ଖାନଙ୍କୁ ରାବଣ ଭୂମିକାରେ ଦେଖିବା ପରେ ୟୁଜର୍ସ ରାଗି ଯାଇଛନ୍ତି । ସୈଫଙ୍କୁ ରାବଣ ଭୂମିକାରେ ମୋଗଲ ଶାସକ ଭାବେ ବର୍ଣ୍ଣନା କରୁଛନ୍ତି । ଅଧିକ ପଢନ୍ତୁ

ସୈଫ୍‌ଙ୍କ ରାବଣ ଲୁକ୍‌କୁ ନେଇ ବିବାଦ, ଖିଲଜୀଙ୍କ ସହ ତୁଳନା କଲେ ୟୁଜର୍ସ

author img

By

Published : Oct 4, 2022, 1:37 PM IST

ହାଇଦ୍ରାବାଦ: ଓମ୍‌ ରାଉତ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଆଦିପୁରୁଷର (Adipurush) ଟିଜର ନିକଟରେ ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରରେ ପ୍ରଭୁ ରାମଙ୍କ ଭୂମିକାରେ ଦକ୍ଷିଣ ଅଭିନେତା ପ୍ରଭାସ ନଜର ଆସିଛନ୍ତି । କ୍ରିତି ସାନନ୍ ମାତା ସୀତା ଭୂମିକାରେ ଅଛନ୍ତି । ଏଥିସହିତ ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଏହି ଚଳଚ୍ଚିତ୍ରରେ ରାବଣର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆଯାଇଛି । ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରର ଟିଜରରେ ପ୍ରଭାସ ଏବଂ କ୍ରିତି ସାନନଙ୍କ ଯୋଡି ଦେଖି ପ୍ରଶଂସକମାନେ ଖୁସି ହୋଇଯାଇଥିବାବେଳେ, ସୈଫ ଅଲି ଖାନଙ୍କୁ ରାବଣ ଭୂମିକାରେ ଦେଖିବା ପରେ ଫ୍ୟାନ୍ସ କ୍ରୋଧିତ ହୋଇଯାଇଛନ୍ତି । ଫ୍ୟାନ୍ସ ସୈଫଙ୍କୁ ରାବଣ ଭୂମିକାରେ ମୋଗଲ ଶାସକ ଭାବେ ତୁଳନା କରୁଛନ୍ତି ।

‘ଆଦିପୁରୁଷ’ କାହାଣୀଟି ରାମାୟଣ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନ ରାବଣ ଭୂମିକାରେ ଅଭିନୟ କରୁଛନ୍ତି । ସୈଫ ଅଲି ଖାନଙ୍କଠୁ ନେଇ ତାଙ୍କ ପୁଷ୍ପକ ବିମାନ ପର୍ଯ୍ୟନ୍ତ ସମସ୍ତଙ୍କୁ ଜୋରଦାର ଟ୍ରୋଲ କରାଯାଉଛି । ସୈଫଙ୍କୁ ଦେଖି ଟ୍ରୋଲର୍ସ କହୁଛନ୍ତି ଯେ, "ଅଭିନେତା ରାବଣ କମ୍ ଆଲାଉଦ୍ଦିନ ଖିଲଜୀ ଅଧିକ ଦେଖାଯାଉଛନ୍ତି । ବର୍ତ୍ତମାନ ସୈଫ ଅଲି ଖାନଙ୍କ ରାବଣ ଚରିତ୍ରକୁ ନେଇ ନାନା ବିବାଦ ବଢିବାରେ ଲାଗିଛି ।"

ରାବଣ ନା ରିଜୱାନ୍ ?

ଏଥିସହିତ, ରାବଣ ଭୂମିକାରେ ସୈଫଙ୍କ ଲୁକକୁ ନେଇ କିଛି ୟୁଜର୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଲୁକ୍ ବିଷୟରେ କଥାବାର୍ତ୍ତା ତ, ସୈଫ ଅଲି ଖାନଙ୍କୁ ସ୍ପାଇକ୍ ହେୟାର ଷ୍ଟାଇଲ୍, ଲମ୍ବା ଦାଢି, ଆଖିରେ ମସ୍କାରା ଲଗାଇଥିବାର ଦେଖି ଜଣେ ୟୁଜର ଲେଖିଛନ୍ତି - 'ସତରେ ? ରାବଣର ନାମ ପରିବର୍ତ୍ତନ କରି ରିଜୱାନ କରିଦେଇଛ କି ? ଜାଭେଦ୍ ହବିବ୍ ? ସେ ସୈଫ ଅଲି ଖାନଙ୍କୁ ଆଲାଉଦ୍ଦିନ ଖିଲଜୀ କରିଦେଇଛନ୍ତି । ସୋସିଆଲ୍ ମିଡିଆ ୟୁଜର୍ସମାନେ ଏହାର VFXରେ ଅନେକ ମିମ୍‌ ସେୟାର କରୁଛନ୍ତି । ଟିଜରର ଆସିବା ମାତ୍ରେ ଏହାର ସମାଲୋଚନା ମଧ୍ୟ ଆରମ୍ଭ ହୋଇଯାଇଛି ।'

ପୁଷ୍ପକ ବିମାନକୁ ନେଇ ମଧ୍ୟ ଟ୍ରୋଲ କରାଯାଉଛି

ଏଥିସହିତ ସୈଫଙ୍କ ପୁଷ୍ପକ ବିମାନକୁ ଦେଖି ପ୍ରଶଂସକଙ୍କ ହୋସ୍‌ ଉଡ଼ିଯାଇଛି । ରାମାୟଣରେ ବହୁତ ସୁନ୍ଦର ପୁଷ୍ପକ ବିମାନ ଦେଖିବାକୁ ମିଳିଥିଲା, କିନ୍ତୁ ନିର୍ଦ୍ଦେଶକ ଓମ୍ ରାଉତଙ୍କ 'ଆଦିପୁରୁଷ'କୁ ହଲିଉଡ ଚଳଚ୍ଚିତ୍ର 'ଗେମ୍ ଅଫ୍ ଥ୍ରୋନ୍ସ' ସହିତ ତୁଳନା କରାଯାଇଛି । କହିବାକୁ ଗଲେ ‘ଆଦିପୁରୁଷ’ ୧୨ ଜାନୁଆରୀ ୨୦୨୩ରେ ମୁକ୍ତିଲାଭ କରିବ । ଫିଲ୍ମର ବଜେଟ୍ ପ୍ରାୟତଃ ୫୦୦ କୋଟି ବୋଲି କୁହାଯାଉଛି । କିନ୍ତୁ ବର୍ତ୍ତମାନ ଏହାର ଟିଜର ଦେଖି କେହି କେହି ପ୍ରଶଂସକମାନେ କାର୍ଟୁନ୍ ଚଳଚ୍ଚିତ୍ର ପରି VFXକୁ ତୁଳନା କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.