ହାଇଦ୍ରାବାଦ: ହ୍ରିତିକ ରୋଶନଙ୍କ ଗାର୍ଲଫ୍ରେଣ୍ଡ ସବା ଆଜାଦ ବର୍ତ୍ତମାନ ଲାଇମଲାଇଟରେ ରହିଛନ୍ତି । ନିକଟରେ ସବାଙ୍କୁ ଏକ ଫ୍ୟାଶନ ୱିକରେ ଦେଖିବାକୁ ମିଳିଥିଲା । ରାମ୍ପ ୱାର୍କ କରୁଥିବା ବେଳେ ସେ ବେଶ ମଜାଳିଆ ଡ୍ୟାନ୍ସ କରୁଥିବା ନଜର ଆସିଥିଲେ । ତାଙ୍କର ମଜାଳିଆ ଡ୍ୟାନ୍ସ ପାଇଁ ସେ ଟ୍ରୋଲର ଶିକାର ହୋଇଛନ୍ତି । ଏସବୁ ମଧ୍ୟରେ ବର୍ତ୍ତମାନ ସବା ଆଜାଦ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଛନ୍ତି।
ହ୍ରିତିକ ରୋଶନଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ସବା ଆଜାଦ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ ସେୟାର କରି ଟ୍ରୋଲର୍ସଙ୍କୁ ଜବାବ ଦେଇଛନ୍ତି, ଯିଏ ତାଙ୍କୁ 'ପାଗଳ' ବୋଲି କହିବା ସହ ତାଙ୍କୁ ଥେରାପିର ଆବଶ୍ୟକ ବୋଲି କହିଥିଲେ । ସବାଙ୍କ ଡ୍ୟାନ୍ସ ଭିଡିଓ ଉପରେ ଜଣେ ୟୁଜର୍ସ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଆପଣଙ୍କୁ ଥେରାପି ଆବଶ୍ୟକ । ଏନେଇ ସବା ଉତ୍ତରରେ ଲେଖିଛନ୍ତି, 'ହଁ, ସାର୍ / ମ୍ୟାଡାମ୍!' ମୁଁ ରାଜି ଏବଂ ମୁଁ ଏହାକୁ ନିୟମିତ ଭାବେ ଗ୍ରହଣ କରେ । ଦୁନିଆରେ ଆମ ଭଳି ଲୋକ ସମସ୍ତଙ୍କୁ ଏହା କରିବା ଦରକାର । ଆପଣଙ୍କୁ ବି ଏହା କରିବା ଆବଶ୍ୟକ । ଏହା ଆପଣଙ୍କୁ ସାହାଯ୍ୟ କରିବ ଏବଂ ଅନ୍ୟମାନଙ୍କୁ ଏପରି ଜିନିଷ ଦ୍ୱାରା ଆଘାତ କରିବାକୁ ଦେବ ନାହିଁ ।
ସବା ଆଜାଦଙ୍କୁ ଅନ୍ୟ ଜଣେ ୟୁଜର୍ସ ପାଗଳ କି ବୋଲି ପଚାରିଥିଲେ। ଏନେଇ ସବା ଲେଖିଛନ୍ତି, 'ହଁ ଜାଫର !! ମୁଁ ପ୍ରକୃତରେ ଏହିପରି ହେବା ଉଚିତ୍ । ମୋତେ ସର୍ବଦା ନେଗେଟିଭ ମେସେଜ ଆସୁଛି । ଏହା ପରେ ବି ମୁଁ ଭାବୁଛି, ଆଜିର ଦିନ ଭଲ ହେବ । ମୁଁ ହସିବା ଆରମ୍ଭ କରି ନିଜ କାମରେ ଲାଗିଯାଏ । ମୋତେ ପାଗଳ ହେବା ଦରକାର କାରଣ ବାସ୍ତବ ଦୁନିଆରେ ଆପଣଙ୍କ ଭଳି ଲୋକେ ଅନେକ ଅଛନ୍ତି । ଯିଏ ନିଜ ସୁରକ୍ଷା ଦେଖି ଦୁନିଆକୁ ଘୃଣାଭାବ ଛଡା ଆଉ କିଛି ଦିଅନ୍ତି ନାହିଁ । ଏହା ଆପଣଙ୍କ ବଂଶଗତ ଗୁଣ ବୋଧେ ।
ଏହା ମଧ୍ୟ ପଢନ୍ତୁ: ଡ୍ୟାନ୍ସ ପାଇଁ ଟ୍ରୋଲ୍ ହେଲେ ହ୍ରିତିକ୍ଙ୍କ ଗର୍ଲଫ୍ରେଣ୍ଡ ସବା, ୟୁଜର୍ସ କହିଲେ- ଲାଗୁଛି ମାତା ଆସିଗଲେ
ସୂଚନା ଥାଉ କି, ସବା ଜଣେ ଗାୟକ ତଥା ଅଭିନେତ୍ରୀ । ତେବେ ସବା ଆଜାଦ ଲକ୍ଷ୍ମୀ ଫ୍ୟାଶନ ୱିକରେ ମଞ୍ଚରେ ଅଭିନୟ କରିଥିଲେ । ଏବଂ ଏହି ସମୟରେ ତାଙ୍କ ଡ୍ୟାନ୍ସ ପରଫରମାନ୍ସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏଥିସହ ଇନଷ୍ଟାଗ୍ରାମରେ ସେ ଗୁରୁବାର ରାତିରେ ତାଙ୍କର ଡ୍ୟାନ୍ସ ଭିଡିଓ ଉପରେ ସେୟାର କରିଥିଲେ। ଏହି ଭିଡିଓରେ ପିଚ୍ ରଙ୍ଗର ଏକ ଆଉଟଫିଟରେ ସବା ରାମ୍ପ ୱାର୍କ ସମୟରେ ନାଚୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ବେଶ ଭାଇରାଲ ହୋଇଥିଲା ଏବଂ ଅନେକ ୟୁଜର୍ସ ଏନେଇ ବିଭିନ୍ନ ପ୍ରତିକ୍ରିୟା ଦେଇଥିଲେ । ଏପରିକି ଏହି ଭିଡିଓ ନେଇ ସବାଙ୍କୁ ଟ୍ରୋଲ ମଧ୍ୟ କରିଥିଲେ ୟୁଜର୍ସ।