ETV Bharat / entertainment

ଫିଫା ବିଶ୍ୱକପ୍ 2022: ଫାଇନାଲ ମୁକାବିଲାରେ ଧୁମ୍‌ ମଚାଇବେ ରଣଭୀର ସିଂ

ଫିଫା ବିଶ୍ୱକପ ଫାଇନାଲରେ ଭାଗ ନେବାକୁ ଏବଂ ଦେଶର ପ୍ରତିନିଧିତ୍ୱ କରିବାକୁ ରଣଭୀର ସିଂଙ୍କୁ ଭାରତରୁ ନିମନ୍ତ୍ରଣ କରାଯାଇଛି । ଡିସେମ୍ବର 18ରେ ରଣଭୀର ସିଂ କତାର ଅଭିମୁଖେ ଯାତ୍ରା କରିବେ । ଅଧିକ ପଢନ୍ତୁ

author img

By

Published : Nov 2, 2022, 8:43 AM IST

ଫିଫା ବିଶ୍ୱକପ୍ 2022 ର ଫାଇନାଲ ମୁକାବିଲାରେ ଧୁମ୍‌ ମଚାଇବେ ରଣଭୀର ସିଂ

ହାଇଦ୍ରାବାଦ: ଚଳିତ ବର୍ଷ ମଧ୍ୟ-ପୂର୍ବ ଦେଶ କତାରରେ ଫିଫା ଫୁଟବଲ ବିଶ୍ୱକପ 2022 (FIFA World Cup) ଅନୁଷ୍ଠିତ ହେବାକୁ ଯାଉଛି । ଫିଫା ଫୁଟବଲ ବିଶ୍ୱକପ ସହ ଜଡିତ ରଣଭୀର ସିଂଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସି ଖବର ଅଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବଲିଉଡ ଅଭିନେତା ରଣଭୀର ସିଂଙ୍କୁ ଫିଫା ବିଶ୍ୱକପ ଫାଇନାଲରେ ଭାଗ ନେବାକୁ ତଥା ଦେଶର ପ୍ରତିନିଧିତ୍ୱ କରିବାକୁ ଭାରତରୁ ନିମନ୍ତ୍ରଣ କରାଯାଇଛି । ଡିସେମ୍ବର 18ରେ ରଣଭୀର ସିଂ କତାର ଅଭିମୁଖେ ଯାତ୍ରା କରିବେ । ଉଲ୍ଲେଖନୀୟ ଯେ, ଫିଫା ବିଶ୍ୱକପ୍ ନଭେମ୍ବର 20ରୁ ଆରମ୍ଭ ହେବାକୁ ଯାଉଛି ।

ଏହି ଖୁସି ଖବର ଜାଣିବା ପରେ ରଣଭୀର ସିଂଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ନିକଟରେ ରଣଭୀର ସିଂ ମଧ୍ୟ ଏକ ବଡ କମ୍ପାନୀ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ଏହାପୂର୍ବରୁ, ରଣଭୀରଙ୍କୁ ଆବୁଧାବିରେ NBA ଗେମ୍ସରେ ମଧ୍ୟ ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ବାସ୍କେଟବଲ ଷ୍ଟାଲୱାର୍ଟ ଓ’ନିଲ ଏବଂ ଭିନ୍ସ କାର୍ଟରଙ୍କୁ ଭେଟିଥିଲେ।

କେବଳ ଏତିକି ନୁହେଁ ରଣଭୀର ସିଂଙ୍କୁ ସମ୍ମାନଜନକ ମାରକେଶ ଚଳଚ୍ଚିତ୍ର ମହୋତ୍ସବରେ Etoile d'Or ପୁରସ୍କାରରେ ସମ୍ମାନିତ କରାଯିବ, ଯାହା ପୂର୍ବରୁ ଅମିତାଭ ବଚ୍ଚନ, ଶାହରୁଖ ଖାନ ଏବଂ ଅମିର ଖାନଙ୍କ ଭଳି କିମ୍ବଦନ୍ତୀ ଭାରତୀୟ ଆଇକନ୍ ପାଇସାରିଛନ୍ତି ।

ରଣଭୀର ସିଂ 10 ବର୍ଷ ପୂର୍ବେ ବଲିଉଡରେ ଯାତ୍ରା ଆରମ୍ଭ କରିଥିଲେ ଏବଂ ଆଜି ତାଙ୍କୁ ଏକ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ଦିଆଯାଇଛି । ତାଙ୍କ ଚଳଚ୍ଚିତ୍ର ବ୍ୟତୀତ ରଣଭୀର ସିଂ ମଧ୍ୟ ତାଙ୍କର ଅତରଙ୍ଗି ଫ୍ୟାଶନ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ।

ରଣଭୀର ସିଂଙ୍କ କାମ ବିଷୟରେ କହିବାକୁ ଗଲେ, ତାଙ୍କୁ ଶେଷ ଥର ପାଇଁ ଜୟଶଭାଇ ଜୋରଦାର ଫିଲ୍ମରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ, ତାଙ୍କର ଆଗାମୀ ଚଳଚ୍ଚିତ୍ର ଗୁଡ଼ିକରେ ଆଲିଆ ଭଟ୍ଟଙ୍କ ସହ ରକି ଔର ରାନୀଙ୍କ ପ୍ରେମ କାହାଣୀ ଏବଂ ଦକ୍ଷିଣ ଅଭିନେତ୍ରୀ ପୂଜା ହେଗଡେଙ୍କ ସହିତ ସର୍କସ ଫିଲ୍ମ ଅନ୍ତର୍ଭୁକ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.