ହାଇଦ୍ରାବାଦ: ବଲିଉଡ ଅଭିନେତା ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ 'ରକି ଅର ରାନୀ କି ପ୍ରେମ କାହାନୀ' 28 ଜୁଲାଇରେ ରିଲିଜ ହୋଇଛି । ଦର୍ଶକମାନେ ଏହି ଚଳଚ୍ଚିତ୍ରକୁ ଖୁବ୍ ପସନ୍ଦ କରୁଛନ୍ତି । ସମସ୍ତେ ଏହାକୁ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି । ଏଥିସହ ଫିଲ୍ମର ଗୀତ ଝୁମକାର କ୍ରେଜ୍ ମଧ୍ୟ ସବୁଆଡେ ଦେଖିବାକୁ ମିଳୁଛି । ଏଭଳି ସମୟରେ ରଣଭୀର ସିଂଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କ ଜେଜେବାପାଙ୍କ ସହ ଫିଲ୍ମରୁ 'ଝୁମକା' ଗୀତରେ ନାଚୁଥିବାର ନଜର ଆସିଛନ୍ତି ।
ଅଭିନେତା ଇନ୍ଷ୍ଟାଗ୍ରାମରେ ନିଜ 93 ବର୍ଷୀୟ ଜେଜାବାପାଙ୍କ ସହ କିଛି ଫଟୋ ଏବଂ ଭିଡିଓ ପୋଷ୍ଟ କରିଛନ୍ତି । ଉଭୟ ଜେଜେ ଏବଂ ନାତି 'ରକି ଔର ରାନୀ'ର ଟି-ସାର୍ଟ ପିନ୍ଧିଛନ୍ତି। ଏହି ଭିଡିଓରେ ସେ ଜେଜେଙ୍କ ସହ 'ଝୁମକା ଗୀତରେ' ନାଚୁଥିବାର ନଜର ଆସିଛନ୍ତି। ଦ୍ୱିତୀୟ ଭିଡିଓରେ ଶୁଣିବାକୁ ମିଳୁଛି, 'ଟିକି ଛାଡ, ଟକିଲା (ମଦ) ଆଣ।' ରଣଭୀର ସିଂ େହା ସେୟାର କରି କ୍ୟାପସନରେ ଲେଖିଛନ୍ତି, ନାନା ପିକ୍ ରକି-ଇଜ୍ମ! 93 ଏବଂ ରକି ରକିଂ।
ଏହି ପୋଷ୍ଟ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଅନେକ ବଲିଉଡ ସେଲିବ୍ରିଟି ଏବଂ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ କମେଣ୍ଟ ବର୍ଷା କରୁଛନ୍ତି । ଏହି ପୋଷ୍ଟରେ ପ୍ରଶଂସକଙ୍କ ସହ ଜରିନ୍ ଖାନ୍, ଦର୍ଶନ କୁମାର, ରିଧିମା ପଣ୍ଡିତ, ସଞ୍ଜୟ କପୁର, କ୍ରିତି ସାନନଙ୍କ ସମେତ ଅନେକ ସେଲିବ୍ରେଟି ସେମାନଙ୍କ ଯୋଡ଼ିଙ୍କୁ ହିଟ୍ ବୋଲି କହିଛନ୍ତି । ପ୍ରତିକ୍ରିୟାରେ କରଣ ଜୋହର ଉଭୟ ହାର୍ଟ ଥ୍ରୋବ କହି ହାର୍ଟ ଇମୋଜି ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: 100 କୋଟି କ୍ଲବରେ ରଣଭୀର ଆଲିଆଙ୍କ ଫିଲ୍ମ
ଏହାପୂର୍ବରୁ ରଣଭୀର ସିଂ ମୁମ୍ବାଇ ଥିଏଟର ବାହାରେ କୋ-ଷ୍ଟାର୍ ଆଲିଆ ଭଟ୍ଟ ଏବଂ ଫିଲ୍ମର ନିର୍ଦ୍ଦେଶକ କରଣ ଜୋହରଙ୍କ ସହ ନଜର ଆସିଥିଲେ । ଏବଂ ପ୍ୟାପଙ୍କୁ ପୋଜ ଦେବା ସମୟରେ ବେଶ ମଜା କରୁଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ଫିଲ୍ମରେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର, ଜୟା ବଚ୍ଚନ ଏବଂ ଶବାନା ଆଜମୀ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । କରଣ ଜୋହର ତାଙ୍କର ପୂର୍ବ ଚଳଚ୍ଚିତ୍ର 'ଏ ଦିଲ ହେ ମୁଶକିଲ'ର ସାତ ବର୍ଷ ପରେ ଏହି ଫିଲ୍ମ ସହ ନିର୍ଦ୍ଦେଶନାକୁ ଫେରିଥିଲେ । ଏହି ଫିଲ୍ମ 5ଦିନରେ 7 କୋଟି ଆୟ କରିଛି। ଫିଲ୍ମର ମୋଟ ଆୟ 59.92କୁ ବୃଦ୍ଧି ପାଇଛି । ସାରା ଅଲି ଖାନ ଏବଂ ଅନନ୍ୟା ପାଣ୍ଡେ ମଧ୍ୟ ଏହି ଫିଲ୍ମରେ କ୍ୟାମିଓ ଭୂମିକାରେ ଅଭିନୟ କରିଛନ୍ତି ।