ETV Bharat / entertainment

ଆଡଭାନ୍ସ ବୁକିଂରେ ଜେଲରର ଧମାକା, ଓଏମଜି-2କୁ ପଛରେ ପକାଇଲା ଗଦର-2 - ଓଏମଜି 2ର ଆଡଭାନ୍ସ ବୁକିଂ

ରଜନୀକାନ୍ତଙ୍କ ଫିଲ୍ମ ଜେଲର ଅଗ୍ରୀମ ଟିକେଟ ବୁକିଂରେ ସନ୍ନି ଦେଓଲଙ୍କ ଗଦର-2 ଏବଂ ଅକ୍ଷୟ କୁମାରଙ୍କ 'ଓଏମଜି-୨'କୁ ପଛରେ ପକାଇଛି । ଏପରିକି ବର୍ତ୍ତମାନ ବକ୍ସ ଅଫିସରେ ଶାହାରୁଖ ଖାନଙ୍କ 'ପଠାନ'କୁ ବି ପଛରେ ପକାଇପାରେ ବୋଲି ଅନୁମାନ କରାଯାଉଛି । ଏହି ଚଳଚ୍ଚିତ୍ରଗୁଡ଼ିକର ଆଡଭାନ୍ସ ବୁକିଂ ରେକର୍ଡ ବିଷୟରେ ଜାଣନ୍ତୁ,

ଆଡଭାନ୍ସ ବୁକିଂରେ ଜେଲରର ଧମାକା, ଓଏମଜି 2 କୁ ପଛରେ ପକାଇଲା ଗଦର 2

author img

By

Published : Aug 9, 2023, 7:59 PM IST

ହାଇଦ୍ରାବାଦ: ସ୍ବାଧୀନତା ଦିବସ ଅବସରରେ ବକ୍ସ ଅଫିସରେ ଧମାକା ହେବାକୁ ଯାଉଛି । ରଜନୀକାନ୍ତଙ୍କ ଫିଲ୍ମ ଜେଲର, ସନ୍ନି ଦେଓଲଙ୍କ ଫିଲ୍ମ ଗଦର 2 ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ 'ଓଏମଜି ୨' ରିଲିଜ ହେବାକୁ ଯାଉଛି । ଆସନ୍ତାକାଲି ରଜନୀକାନ୍ତଙ୍କ ଫିଲ୍ମ ଜେଲର ରିଲିଜ ହେବାକୁ ଥିବା ବେଳେ ସନ୍ନି ଦେଓଲଙ୍କ ଫିଲ୍ମ ଗଦର-2 ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ 'ଓଏମଜି ୨' ଅଗଷ୍ଟ 11ରେ ରିଲିଜ ହେବ । ଏହି ସପ୍ତାହରେ ଏହି ତିନୋଟି ଚଳଚ୍ଚିତ୍ର ମଧ୍ୟରେ ଏକ କଡ଼ା ଟକ୍କର ଦେଖିବାକୁ ମିଳିବ । ତେବେ ରିଲିଜ ପୂର୍ବରୁ ଫିଲ୍ମଗୁଡିକ ଆଡଭାନ୍ସ ଟିକେଟ ବୁକିଂରେ ରେକର୍ଡ ସୃଷ୍ଟି କରିଛନ୍ତି । ଆଡଭାନ୍ସ ବୁକିଂ ଅଙ୍କରେ ରଜନୀକାନ୍ତଙ୍କ ଫିଲ୍ମ 'ଜେଲର' ଅକ୍ଷୟ କୁମାର ଏବଂ ସନ୍ନି ଦେଓଲଙ୍କ ଫିଲ୍ମକୁ ପଛରେ ପକାଇଛି ।

  • " class="align-text-top noRightClick twitterSection" data="">

'ଜେଲର'ର ଆଡଭାନ୍ସ ବୁକିଂ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେବଳ ଅଗଷ୍ଟ 10ରେ ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହେବାକୁ ଯାଉଥିବା ରଜନୀକାନ୍ତଙ୍କ ଫିଲ୍ମ 'ଜେଲର' ଆଗୁଆ ଟିକେଟ ବୁକିଂରେ 'ଗଦର 2'କୁ ପଛରେ ପକାଇଛି । କୁହାଯାଉଛି ଯେ ଫିଲ୍ମ 'ଜେଲର' 6.12 ଲକ୍ଷରୁ ଅଧିକ ଟିକେଟର ଅଗ୍ରୀମ ବୁକିଂ କରିଛି । ଆଡଭାନ୍ସ ବୁକିଂ ଆଧାରରେ କୁହାଯାଉଛି ଯେ ଚଳଚ୍ଚିତ୍ରଟି ଓପନିଂ ଦିନରେ 40ରୁ 45 କୋଟିରୁ ଅଧିକ ସଂଗ୍ରହ କରିବ, କାରଣ ଫିଲ୍ମ 'ଜେଲର' ଆଡଭାନ୍ସ ବୁକିଂରୁ ହିଁ 12 କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରସାରିଲାଣି ।

'ଗଦର ୨'ର ଆଡଭାନ୍ସ ବୁକିଂ

ଏଥି ସହିତ, ସନ୍ନି ଦେଓଲଙ୍କ ଆଡଭାନ୍ସ ବୁକିଂ କଥା କହିବାକୁ ଗଲେ, ଫିଲ୍ମ ମଙ୍ଗଳବାର ରାତି ପର୍ଯ୍ୟନ୍ତ 2 ଲକ୍ଷ 81ହଜାର 89ରେ ପହଞ୍ଚିଛି, ଯେଉଁଥିରେ ସିଙ୍ଗଲ୍ ସ୍କ୍ରିନ୍‌ଠାରୁ ମଲ୍ଟିପ୍ଲେକ୍ସ ପର୍ଯ୍ୟନ୍ତ ବୁକିଂ ଅନ୍ତର୍ଭୁକ୍ତ । ଗଦର 2 ଏହାର ଅଗ୍ରୀମ ବୁକିଂରୁ 7 କୋଟିରୁ ଅଧିକ ଆୟ କରିସାରିଲାଣି । ବୁଧବାର ଏବଂ ଗୁରୁବାର ଆକଳନ ଏପର୍ଯ୍ୟନ୍ତ ଆସି ନ ଥିବାବେଳେ ଗଦର-୨ର ଆଡଭାନ୍ସ ବୁକିଂର ରେକର୍ଡ ଦେଖି ଏହା କୁହାଯାଇପାରେ ଯେ ଏହି ଚଳଚ୍ଚିତ୍ରକୁ ଅଧିକ ଦର୍ଶକଙ୍କୁ ପସନ୍ଦ କରିବେ । ଏବଂ ଓପନିଂ ଦିନ ଫିଲ୍ମ 30ରୁ 40 କୋଟି ରୋଜଗାର କରିପାରେ ।

ଆଡଭାନ୍ସ ବୁକିଂ ରେକର୍ଡ
ଆଡଭାନ୍ସ ବୁକିଂ ରେକର୍ଡ

'ଓଏମଜି ୨'ର ଆଡଭାନ୍ସ ବୁକିଂ

ସେପଟେ ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ ଏବଂ ୟାମି ଗୌତମଙ୍କ ଅଭିନୀତ ଚଳଚ୍ଚିତ୍ର 'ଓଏମଜି ୨' ଆଡଭାନ୍ସ ବୁକିଂ ଦୌଡ଼ରେ ପଛରେ ରହିଛି। ଏହି ଫିଲ୍ମ ଏପର୍ଯ୍ୟନ୍ତ ମାତ୍ର 36 ହଜାର ଟିକେଟ୍ ବୁକ୍ କରିଛି, ଯେଉଁଥିପାଇଁ ଏହା 1 କୋଟି 13 ଲକ୍ଷ ରୋଜଗାର କରିଛି । ଏଥିସହିତ କୁହାଯାଉଛି ଯେ ଫିଲ୍ମ 'OMG 2' ଓପନିଂ ଦିନରେ ମାତ୍ର 7ରୁ 9 କୋଟି ବ୍ୟବସାୟ କରିପାରିବ ।

ଏହା ମଧ୍ୟ ପଢନ୍ତୁ: କାଲି ରିଲିଜ ହେବ 'ଜେଲର', ରିଲିଜର ଦିନକ ପୂର୍ବରୁ ହିମାଳୟ ଗଲେ ରଜନୀକାନ୍ତ

'ଜେଲର' ଏବଂ 'ଗଦର ୨' 'ପଠାନ' ରେକର୍ଡ ଭାଙ୍ଗିପାରନ୍ତି କି?

ସୂଚନା ଥାଉ କି, ଚଳିତ ବର୍ଷ ଜାନୁୟାରୀ 25 ରେ ରିଲିଜ କରିଥିବା ବଲିଉଡ ତାରକା ଶାହାରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର 'ପଠାନ' 6.61 ଲକ୍ଷ ଆଡଭାନ୍ସ ଟିକେଟ୍ ବିକ୍ରି କରିଥିଲା ଏବଂ ଏହି ଫିଲ୍ମ 55 କୋଟି ଟଙ୍କା ରେକର୍ଡ ସହ ଓପନିଂ କରିଥିଲା। ବର୍ତ୍ତମାନ 'ଜେଲର୍' ଆଡଭାନ୍ସ ବୁକିଂ ରେକର୍ଡ ଦେଖିଲେ ଓପନିଂ ସଂଗ୍ରହରେ ପଠାନ୍ ଏବଂ କେଜିଏଫ୍ 2 କୁ ପଛରେ ପକାଇପାରେ ବୋଲି ଅନୁମାନ କରାଯାଉଛି। କାରଣ 'ପଠାନ' ଏବଂ 'ବାହୁବଲୀ ୨' ପରେ ଆଡଭାନ୍ସ ବୁକିଂ ରେକର୍ଡ ଅନୁସାରେ 'ଜେଲର' ତୃତୀୟ ନମ୍ବରରେ ପହଞ୍ଚିଛି। ତେବେ ଏବେ 'ଗଦର ୨' ଏବଂ 'ଜେଲର' ଓପନିଂ ଡେ' ରେ କେତେ ଦମଦାର ରହୁଛି ତାହା ଉପରେ ସମସ୍ତଙ୍କ ନଜର।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.