ETV Bharat / entertainment

ରଣଦୀପ-ଲିନଙ୍କ ୱେଡିଂ ରିସେପସନ, ଜମିଲା ବଲିଉଡ-ଟିଭି ତାରକାଙ୍କ ମେଳି

author img

By ETV Bharat Odisha Team

Published : Dec 12, 2023, 10:19 AM IST

Randeep Hooda Lin Laishram Wedding Reception: ନଭେମ୍ବର ୨୯ ରେ ବଲିଉଡ ଅଭିନେତା-ଅଭିନେତ୍ରୀ ରଣଦୀପ ହୁଡା ଏବଂ ଲିନ ଲୈସରମ ମଣିପୁରରେ ମୈତେଇ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ନଭେମ୍ବର ୧୧ରେ ଏହି ଦମ୍ପତି ମୁମ୍ବାଇରେ ଏକ ରିସେପସନ ପାର୍ଟି କରିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ରଣଦୀପ ଏବଂ ଲିନ୍ ସେୟାର କରିଛନ୍ତି । ଦେଖନ୍ତୁ ଫଟୋ

ରଣଦୀପ-ଲିନଙ୍କ ୱେଡିଂ ରିସ୍ପେସନ, ଜମିଲା ବଲିଉଡ-ଟିଭି ତାରକାଙ୍କ ମେଳି

ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡା ଏବଂ ଲିନ୍ ଲୈସରମ ନଭେମ୍ବର ୨୯ରେ ବିବାହ କରିଥିଲେ । ପରିବାର, ସମ୍ପର୍କୀୟଙ୍କ ଉପସ୍ଥିତିରେ ପାରମ୍ପରିକ ମଣିପୁର ମୈତେଇ ରୀତିନୀତିରେ ଦୁହିଁଙ୍କ ହାତଗଣ୍ଠି ପଡିଥିଲା । ଏହାପରେ ଡିସେମ୍ବର ୧୧ରେ ଏହି ନବଦମ୍ପତି ମୁମ୍ବାଇରେ ୱେଡିଂ ରିସେପସନ ପାର୍ଟିର ଆୟୋଜନ କରିଛନ୍ତି । ରଣଦୀପ ଏବଂ ଲିନ୍ ସୋସିଆଲ ମିଡିଆରେ ରିସେପସନରୁ ସେମାନଙ୍କର ସୁନ୍ଦର ଫଟୋ ସେୟାର କରିଛନ୍ତି । ରଣଦୀପ-ଲିନଙ୍କ ୱେଡିଂ ରିସେପସନରେ ଟିଭି ତାରକାଙ୍କ ଠାରୁ ଆରମ୍ଭ କରି ବଲିଉଡର ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ରଣଦୀପ ହୁଡା ନିଜ ଇନଷ୍ଟାଗ୍ରାମରେ ଉଭୟଙ୍କ ରିସେପସନ ଫଟୋ ସେୟାର କରିଛନ୍ତି । ଏହି ସମୟରେ ରଣଦୀପ ବ୍ଲାକ ଆଉଟଫିଟ ଏବଂ ଲିନ ମେରୁନ ରଙ୍ଗର ଶାଢୀରେ ଖୁବ ସୁନ୍ଦର ଲାଗୁଛନ୍ତି । ଉଭୟ ବେଶ ଖୁସିଥିବା ନଜର ଆସିଥିବା ବେଳେ ଏହି ପାର୍ଟିରେ ଟିଭି ତାରକାଙ୍କ ଠାରୁ ଆରମ୍ଭ କରି ବଲିଉଡର ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ । ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲ, ପ୍ରେମିକା ତମନ୍ନା ଭାଟ୍ଟିଆଙ୍କ ସହ ବିଜୟ ବର୍ମା, ଜ୍ୟାକି ଶ୍ରଫ, ସାୟାନୀ ଗୁପ୍ତା, ଇମତିଆଜ ଅଲି ଏବଂ ତାଙ୍କ ଝିଅ ଇଦା ଅଲି, ମନଭୀ ଗଗ୍ରୋ, ମୋନା ସିଂ, ଅହାନା କୁମ୍ରା, ଦର୍ଶନ କୁମାର, ଚଙ୍କି ପାଣ୍ଡେ, ଜାଭେଦ୍ ଜାଫ୍ରି, ବିଶାଲ ଭରଦ୍ୱାଜ ଏବଂ ତାଙ୍କ ପତ୍ନୀ ଅଶୁତୋଷ ଗୋୱାରିକରଙ୍କ ସମେତ ବହୁ ସେଲିବ୍ରିଟି ଏହି ପାର୍ଟିରେ ଯୋଗ ଦେଇଥିଲେ ।

47 ବର୍ଷୀୟ ରଣଦୀପ ତାଙ୍କଠୁ 10 ବର୍ଷ ସାନ ଲିନ୍ ଲୈଶରାମଙ୍କ ପ୍ରେମରେ ପଡ଼ିଥିଲେ । 4 ବର୍ଷ ହେବ ଡେଟ୍ କରୁଥିଲେ । ଏବେ ଉଭୟ ପତିପତ୍ନୀ ହୋଇଛନ୍ତି । ରଣଦୀପ ଏକାଧିକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିୟନ କରିଛନ୍ତି । ସତ୍ୟ ଘଟଣା ଉପରେ ଆଧାରିତ ସରବଜିତ ଫିଲ୍ମରେ ଦମଦାର ଅଭିନୟ କରିଥିଲେ ରଣଦୀପ ହୁଡ୍ଡା । ସେହିପରି ହାଇୱେ, ମର୍ଡର 3, କିକ୍ ଓ ସୁଲତାନ ଫଲ୍ମରେ ଅଭିନୟ କରିଥିଲେ । ଅପକମିଂ ଫିଲ୍ମ 'ସ୍ବତନ୍ତ ବୀର ସାବରକର'ରେ ରଣଦୀପଙ୍କୁ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର ନିର୍ମାତା ଆନନ୍ଦ ପଣ୍ଡିତ ହୋଇଥିବା ବେଳେ ଫିଲ୍ମରେ ଅଭିନୟ ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ରଣଦୀପ । ତେବେ ଏହି ଚଳଚ୍ଚିତ୍ର ସହ ଅଭିନେତା ନିର୍ଦ୍ଦେଶନା କ୍ଷେତ୍ରରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସାତଜନ୍ମର ସାଥି ହେଲେ ରଣଦୀପ-ଲିନ ଓ ମାଲଭିକା-ପରମବ୍ରତ, ଦେଖନ୍ତୁ ବିବାହ ଫଟୋ

ରଣଦୀପଙ୍କ ଗର୍ଲଫ୍ରେଣ୍ଡ ଲିନଙ୍କ ବିଷୟରେ କହିବାକୁ ଗଲେ, ସେ ମଣିପୁରର ବାସିନ୍ଦା ଏବଂ ଜଣେ ଭାରତୀୟ ମଡେଲ୍ ଏବଂ ଅଭିନେତ୍ରୀ । ସେ 'ମେରିକମ', 'ରେଙ୍ଗୁନ୍', 'ଉମ୍ରିକା' ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । କେବଳ ଏତିକି ନୁହେଁ, ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର 'ଓମ୍ ଶାନ୍ତି ଓମ୍'ରେ ଲିନ୍ ଏକ କ୍ୟାମିଓ ରୋଲରେ ମଧ୍ୟ ନଜର ଆସିଛନ୍ତି । ଏଥିସହ ସେ ମିସ୍ ନର୍ଥ ଇଷ୍ଟ ବିୟୁଟି ପିଜେଣ୍ଟରେ ଲିନ୍ ପ୍ରଥମ ରନର୍ସ ଅପ୍ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.