ETV Bharat / entertainment

ରିଲିଜ ପୂର୍ବରୁ ରଣବୀର କପୁରଙ୍କ ଫିଲ୍ମ 'ଆନିମଲ'କୁ ଝଟକା ! ଫିଲ୍ମରୁ କଟିବ ଏହି ସିନ୍‌ ? - ରଶ୍ମିକା ମନ୍ଦାନା

CBFC ଫିଲ୍ମରୁ ଆଉ କିଛି ଲାଇନ ଏବଂ ସବଟାଇଟଲ୍ସ ବଦଳାଇବାକୁ 'ଆନିମଲ' ନିର୍ମାତାମାନଙ୍କୁ ନିର୍ଦ୍ଦେଶ ଦେଇଛି । ଏହା ବ୍ୟତୀତ ଅନ୍ତରଙ୍ଗ ସିନ୍ ଏବଂ ଶପଥ ଶବ୍ଦକୁ ହଟାଇବାକୁ ମଧ୍ୟ କୁହାଯାଇଛି । ଅଧିକ ପଢନ୍ତୁ

ରିଲିଜ ପୂର୍ବରୁ ରଣବୀର କପୁରଙ୍କ ଫିଲ୍ମ 'ଆନିମଲ'କୁ ଝଟକା! ଫିଲ୍ମରୁ କାଟିବେ ଏହି ଜିନିଷ

author img

By ETV Bharat Odisha Team

Published : Nov 29, 2023, 10:24 AM IST

ହାଇଦ୍ରାବାଦ: ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆନିମଲ' ଡିସେମ୍ବର ୧ ରେ ମୁକ୍ତିଲାଭ ପାଇଁ ପ୍ରସ୍ତୁତ । ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ସେନ୍ସର ବୋର୍ଡ ପକ୍ଷରୁ 'A' ସାର୍ଟିଫିକେଟ ଦେଇଛି । ଏହାସହ ସିବିଏଫସି ଫିଲ୍ମରେ ପାଞ୍ଚଟି ସିନ ପରିବର୍ତ୍ତନ କରିବାକୁ କହିଛି । କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ ସେନସର ବୋର୍ଡର ଏକ 'ସାର୍ଟିଫିକେଟ୍' ଅନଲାଇନରେ ଲିକ୍ ହୋଇଛି, ଯେଉଁଥିରେ ସେନ୍ସର ବୋର୍ଡ ରଣବୀର ଏବଂ ରଶ୍ମିକାଙ୍କ ଅନ୍ତରଙ୍ଗ ସିନର ସମୟ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭାଇରାଲ୍ ସାର୍ଟିଫିକେଟ୍ ଅନୁଯାୟୀ, ବିଜୟ ଏବଂ ଜୋୟାଙ୍କ ଅନ୍ତରଙ୍ଗ ତଥା କ୍ଲୋଜ ଅପ୍ ସଟ୍ ହଟାଇବାକୁ 'ଆନିମଲ' ନିର୍ମାତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଫିଲ୍ମରେ ରଣବୀର କପୁର ବିଜୟ ଭୂମିକାରେ ଏବଂ ରଶ୍ମିକା ମନ୍ଦାନା ଜୋୟା ଭୂମିକାରେ ଅଭିନୟ କରିଥିବା ଜଣାପଡିଛି । ଅନ୍ତରଙ୍ଗ ସିନ ପରେ ସେନ୍ସର ବୋର୍ଡ ନିର୍ମାତାମାନଙ୍କୁ ଫିଲ୍ମରୁ 'ବସ୍ତ୍ର' ଶବ୍ଦକୁ 'ପୋଷାକ' ସହ ବଦଳାଇବାକୁ ପରାମର୍ଶ ଦେଇଛି । ସିବିଏଫସି ନିର୍ମାତାମାନଙ୍କୁ ଫିଲ୍ମରୁ ଆଉ କିଛି ଲାଇନ ଏବଂ ସବଟାଇଟଲ୍ସ ବଦଳାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି । ଏହା ବ୍ୟତୀତ ଶପଥ ପାଠକୁ ହଟାଇବାକୁ ମଧ୍ୟ କୁହାଯାଇଛି । ତେବେ ଏହାକୁ ନେଇ ଆନିମଲ୍‌ ମେକର୍ସଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ସୂଚନା ଥାଉ କି, ଆନିମଲ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା CBFC ନିଷ୍ପତ୍ତି ନେଇ ଖୁସି ଅଛନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଏହି ଚଳଚ୍ଚିତ୍ର ୧୮ବର୍ଷରୁ କମ୍ ପିଲାମାନଙ୍କ ପାଇଁ ନିର୍ମିତ ନୁହେଁ । ସେ ଏହି ସିନେମାକୁ ପୁଅ ଅର୍ଜୁନଙ୍କ ସହ ଥିଏଟରରେ ଦେଖିପାରିବେ ନାହିଁ । ରଣବୀର କପୁରଙ୍କ ଆନିମଲ ଏବଂ ବିକି କୌଶଲଙ୍କ ସାମ ବାହାଦୁର ଡିସେମ୍ବର 1, 2023ରେ ଏକାସାଙ୍ଗେ ରିଲିଜ ହେବ । ତେବେ ଉଭୟ ଚଳଚ୍ଚିତ୍ରର ପାଇଁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ କେଉଁ ଫିଲ୍ମ ବକ୍ସ ଅଫିସରେ ସଫଳ ହେବ ତାହା ରିଲିଜ୍ ପରେ ହିଁ ଜଣାପଡିବ ।

ଏହା ମଧ୍ୟ ପଢନ୍ତୁ: ବିକିଙ୍କୁ ପଛରେ ପକାଇପାରନ୍ତି ରଣବୀର; ଏତିକି ଆଡଭାନ୍ସ ବୁକିଂ କଲେକ୍ସନ କଲାଣି ଆନିମଲ-ସାମ ବାହାଦୂର

ଆନିମଲ' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ରେଡ୍ଡୀ ଭଙ୍ଗା । ରଣବୀର କପୁରଙ୍କ ବ୍ୟତୀତ ବବି ଦେଓଲ, ସୁରେଶ ଓବରୋଇ, ରଶ୍ମିକା ମନ୍ଦାନା, ଅନିଲ କପୁର, ଶକ୍ତି କପୁରଙ୍କ ସମେତ ଅନେକ କଳାକାର ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଏହି ସେଲିବ୍ରିଟିଙ୍କୁ ଏକାଠି ବଡ଼ ପରଦାରେ ଦେଖିବାକୁ ମିଳିବ । ଟ୍ରେଲର ରିଲିଜ ପରଠାରୁ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.