ETV Bharat / entertainment

ଆଲିଆ ନୁହେଁ, ଶ୍ରଦ୍ଧାଙ୍କ ସହ ପାଣିରେ ରୋମାନ୍ସ କରୁଛନ୍ତି ରଣବୀର, ଭିଡିଓ ଭାଇରାଲ

author img

By

Published : Jun 10, 2022, 6:39 PM IST

ରଣବୀର କପୁର ଆଜିକାଲି ତାଙ୍କର ନୂଆ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ବାରମ୍ବାର ଏହି ଚଳଚ୍ଚିତ୍ରରୁ ସୁଟିଂର ଭିଡିଓ ଲିକ୍ ହେଉଛି । ଏଥର ଏକ ରୋମାଣ୍ଟିକ୍ ଭିଡିଓ ସାମ୍ନାକୁ ଆସିଛି... ଦେଖନ୍ତୁ

ଆଲିଆ ନୁହେଁ, ଶ୍ରଦ୍ଧାଙ୍କ ସହ ପାଣିରେ ରୋମାନ୍ସ କରୁଛନ୍ତି ରଣବୀର, ଭିଡିଓ ଭାଇରାଲ
ଆଲିଆ ନୁହେଁ, ଶ୍ରଦ୍ଧାଙ୍କ ସହ ପାଣିରେ ରୋମାନ୍ସ କରୁଛନ୍ତି ରଣବୀର, ଭିଡିଓ ଭାଇରାଲ

ହାଇଦ୍ରାବାଦ: ରଣବୀର କପୁର ଏବଂ ଶ୍ରଦ୍ଧା କପୁର ପ୍ରଥମ ଥର ପାଇଁ ଏକ ଫିଲ୍ମରେ ଏକାଠି ନଜର ଆସିବେ। 'ପ୍ୟାର୍ କା ପଞ୍ଚନାମା' ଏବଂ 'ସୋନୁ କେ ଟିଟୁ କି ସ୍ବିଟି' ଚଳଚ୍ଚିତ୍ରର ନିର୍ଦ୍ଦେଶକ ଲଭ୍ ରଞ୍ଜନ ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ସହ ଏକ ଅନଟାଇଟଲ୍ଡ ଚଳଚ୍ଚିତ୍ର କରୁଛନ୍ତି। ସେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିସାରିଛନ୍ତି। ଫିଲ୍ମର ସୁଟିଂ ଦୀର୍ଘ ସମୟ ଧରି ଚାଲିଆସୁଛି ଏବଂ ବେଳେବେଳେ ସୁଟିଂ ସେଟ୍‌ରୁ ଫଟୋ ଏବଂ ଭିଡିଓ ଭାଇରାଲ୍ ହେଉଛି । ପୁଣି ଥରେ ସୁଟିଂ ସେଟରୁ ଏକ ଭିଡିଓ ସାମ୍ନାକୁ ଆସିଛି ।

ଏହି ଭିଡିଓରେ ରଣବୀର କପୁର ଏବଂ ଶ୍ରଦ୍ଧା କପୁର ପାଣିରେ ସୁଟିଂ କରୁଛନ୍ତି। ଏଠାରେ ଏକ ରୋମାଣ୍ଟିକ୍ ସିନ୍‌ର ସୁଟିଂ ଚାଲିଛି । ଯେଉଁଥିରେ ରଣବୀର କପୁର ସାର୍ଟଲେସ୍ ନଜର ଆସିଛନ୍ତି । ସ୍ପେନରେ ଏହି ସୁଟିଂ ଚାଲିଛି ବୋଲି କୁହାଯାଉଛି । ଏହାପୂର୍ବରୁ, ନିକଟରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ କୋରିଓଗ୍ରାଫର ରଣବୀର ଏବଂ ଶ୍ରଦ୍ଧାଙ୍କୁ ଏକ ରୋମାଣ୍ଟିକ ସିନ୍‌ରେ ଷ୍ଟେପ୍ ଶିଖାଉଥିଲେ । ତେବେ ଚଳଚ୍ଚିତ୍ରଟି 2023 ମାର୍ଚ୍ଚ 8ରେ ରିଲିଜ ହୋଇପାରେ । ଏବେ ଫିଲ୍ମର ଏକ ଗୀତର ସୁଟିଂରୁ ରଣବୀର-ଶ୍ରଦ୍ଧାଙ୍କ ଡ୍ୟାନ୍ସ ଭିଡିଓ ଲିକ୍ ହୋଇଛି।

ଫିଲ୍ମର ନାମ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଏହାପୂର୍ବରୁ ନିର୍ମାତାମାନେ ଘୋଷଣା କରିଥିଲେ ଯେ ରଣବୀର-ଶ୍ରଦ୍ଧାଙ୍କ ଏହି ପିଲ୍ମ 2022 ହୋଲିରେ ମୁକ୍ତିଲାଭ କରିବେ। ଲଭ ରଂଜନଙ୍କ ଏହି ଅନଟାଇଟଲ୍ଡ ଚଳଚ୍ଚିତ୍ର ପାଇଁ ରଣବୀର ଏବଂ ଶ୍ରଦ୍ଧା କପୁର ସୁଟିଂ ଆରମ୍ଭ କରିସାରିଛନ୍ତି, କିନ୍ତୁ କୋଭିଡ -19 ହେତୁ ଫିଲ୍ମଟି ଅଟକି ଯାଇଛି। ଲଭ ରଂଜନଙ୍କ ଚଳଚ୍ଚିତ୍ରଗୁଡ଼ିକ ଫୁଲ ଏଣ୍ଟରଟେନମେଣ୍ଟ ହୋଇଥାଏ । ଯୁବପୀଢୀ ମଧ୍ୟ ଲଭ୍ ରଂଜନଙ୍କ ଫିଲ୍ମର ବହୁ ପ୍ରଶଂସା କରନ୍ତି ।

'ପ୍ୟାର୍ କା ପଞ୍ଚନାମା' ଏବଂ 'ପ୍ୟାର୍ କା ପଞ୍ଚନାମା-୨' ଭଳି ଚଳଚ୍ଚିତ୍ର ସହିତ ଲଭ୍ ରଂଜନ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଲଭ୍ ରଂଜନ ଏବଂ ଅଙ୍କୁର ଗର୍ଗଙ୍କ ଦ୍ବାରା ନିର୍ମିତ ଏବଂ ଭୂଷଣ କୁମାରଙ୍କ ଦ୍ୱାରା ଉପସ୍ଥାପିତ ଏହି ଚଳଚ୍ଚିତ୍ରରେ ରଣବୀର ଏବଂ ଶ୍ରଦ୍ଧାଙ୍କ ସହ ଡିମ୍ପଲ୍ କାପାଡିଆ ଏବଂ ବୋନି କପୁର ଅଭିନୟ କରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.