ମୁମ୍ବାଇ: ଆଉ ମାତ୍ର କେଇ ଘଣ୍ଟା ପରେ ବଧୂ ସାଜିବେ ଆଲିଆ ଭଟ୍ଟ । କପୁର ଖାନ୍ଦାନର ହେବେ ବୋହୂ । ଏଥିପାଇଁ ଗତକାଲିଠୁ ଆଲିଆଙ୍କ ହାତରେ ଲାଗିସାରିଛି ରଣବୀରଙ୍କ ନାଁର ମେହେନ୍ଦି । ସେହି ରଣବୀର ବି ନିଜ ହାତରେ ଆଲିଆଙ୍କ ନାଁରେ ମେହେନ୍ଦି ଲଗାଇଛନ୍ତି । ଆଲିଆ-ରଣବୀର ବିବାହ ପ୍ରସ୍ତୁତି ମଧ୍ୟରେ ନୀତୁ କପୁରଙ୍କୁ ତାଙ୍କ ନିର୍ବନ୍ଧ କଥା ମନେ ପଡିଯାଇଛି । ଏହି ଖୁସିର ମାହୋଲ ଭିତରେ ନୀତୁ କପୁର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ, ନୀତୁ କପୁରଙ୍କର ହାତରେ ଲାଗିଛି ଦିବଂଗତ ସ୍ବାମୀ ଋଷି କପୁରଙ୍କ ନାଁର ମେହେନ୍ଦି । ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
- " class="align-text-top noRightClick twitterSection" data="
">
ମେହେନ୍ଦି ପରେ ଆଜି ବାଜିବ ଶାହାନାଇ । ଦିନ 2 ଟାରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ସାତ ଫେରା ନେବେ, କିନ୍ତୁ ଏହାପୂର୍ବରୁ ସକାଳ 11 ଟାରେ ଦମ୍ପତିଙ୍କ ହଳଦି ସମାରୋହ ସରିଛି, ଯେଉଁଥିପାଇଁ ଉଭୟ ପକ୍ଷ ବାସ୍ତୁରେ ଏକାଠି ହୋଇଥିଲେ । ରଣବୀରଙ୍କ ମାଆ ନୀତୁ କପୁର ଏବଂ ଭଉଣୀ ରିଦ୍ଧିମା ହଳଦି ସମାରୋହରେ ଉପସ୍ଥିତ ଥିଲେ । ଆଲିଆଙ୍କ ପକ୍ଷରୁ ମଧ୍ୟ ଲୋକମାନେ ପହଞ୍ଚିଛନ୍ତି ।
- " class="align-text-top noRightClick twitterSection" data="
">
ଖବର ମୁତାବିକ, ନୀତୁ କପୁର, କରୀନା କପୁର, କରିସ୍ମା କପୁର, କରଣ ଜୋହର ପ୍ରମୁଖ ମେହେନ୍ଦି ସେରିମୋନିରେ ଭାଗ ନେଇଥିଲେ । ରଣବୀର ତାଙ୍କ ପିତା ଦିବଂଗତ ଅଭିନେତା ଋଷି କପୁରଙ୍କ ପାଇଁ ଏକ ବିଶେଷ ପୂଜା କରାଯାଇଥିଲା ଏବଂ ତା’ପରେ ସେମାନଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଥିଲା । ଚେମ୍ବୁରର ଆର କେ ହାଉସରେ ବିବାହ ପର୍ବ ଆରମ୍ଭ ହୋଇଛି । ବିବାହ ଉତ୍ସବରେ କେବଳ ଉଭୟ ପରିବାରର ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଛନ୍ତି ।
- " class="align-text-top noRightClick twitterSection" data="
">
ସୂନଚାଯୋଗ୍ୟ ଯେ, 2020 ଏପ୍ରିଲ 30ରେ ଭେଟେରାନ ଆକ୍ଟର ଋଷି କପୁର ସମସ୍ତଙ୍କୁ ଅଲବିଦା କହି ଆରପାରିକୁ ଚାଲିଯାଇଥିଲେ । ପରିଣତ ବୟସରେ ବି ବଲିଉଡରେ ସେ ସକ୍ରିୟ ଥିଲେ । ଆଜିବି ତାଙ୍କୁ ଝୁରୁଛି ବଲିଉଡ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ