ETV Bharat / entertainment

ଆଦିପୁରୁଷ ଦେଖି ତାତିଲେ ରାମାୟଣର ଲକ୍ଷ୍ମଣ ସୁନୀଲ ଲହରୀ, କହିଲେ-'ଚୁଲୁ ଭର ପାନି ମେଁ ଡୁବ ମରୋ'

author img

By

Published : Jun 22, 2023, 3:46 PM IST

ଆଦିପୁରୁଷକୁ ନେଇ ନିରାଶ ହୋଇଛନ୍ତି ରମାନନ୍ଦ ସାଗରଙ୍କ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀ । ଫିଲ୍ମକୁ ନେଇ ନିର୍ମାତାଙ୍କ ଉପରେ ବର୍ଷିଛନ୍ତି । ଅଧିକ ପଢନ୍ତୁ...

ଆଦିପୁରୁଷ ଦେଖି ତାତିଲେ ରାମାୟଣର ଲକ୍ଷ୍ମଣ ସୁନୀଲ ଲହରୀ

ଆଦିପୁରୁଷ ଦେଖି ତାତିଲେ ରାମାୟଣର ଲକ୍ଷ୍ମଣ ସୁନୀଲ ଲହରୀ, ନିର୍ମାତାଙ୍କୁ କହିଲେ-'ଚୁଲୁ ଭର ପାନି ମେଁ ଡୁବ ମରୋ'

ମୁମ୍ବାଇ: ଆଦିପୁରୁଷ ଫିଲ୍ମକୁ ନେଇ ହୋଇଥିବା ବିବାଦ ଥମିବାର ନା ନେଉନି। ଦିନକୁ ଦିନ ଫିଲ୍ମକୁ ନେଇ ଲୋକଙ୍କ ଆକ୍ରୋଶ ବଢିବାରେ ଲାଗିଛି। ନେପାଳ ପରେ ଭାରତରେ ଏବେ ଫିଲ୍ମ ବ୍ୟାନ କରିବାକୁ ଦାବି କରାଯାଉଛି। ପୂର୍ବରୁ ଫିଲ୍ମକୁ ନେଇ 1988 ରମାନନ୍ଦ ସାଗରଙ୍କ ରାମାୟଣର ରାମ ଅରୁଣ ଗୋବିଲ ଏବଂ ସୀତା ଦୀପିକା ଚିଖଲିଆ ପ୍ରତିକ୍ରିୟା ଦେଇଥିବା ବେଳେ ଏବେ ଲକ୍ଷ୍ମଣ ସୁନୀଲ ଲହରି ଫିଲ୍ମକୁ ନେଇ ବର୍ଷିଛନ୍ତି। ନିକଟରେ ସେ ଏହି ଫିଲ୍ମ ଦେଖିଥିଲେ। ଯାହାପରେ ସେ ଫିଲ୍ମ ନିର୍ମାତାଙ୍କ ଉପରେ ବର୍ଷିଛନ୍ତି। ଏବଂ କହିଛନ୍ତି, 'ଚୁଲୁ ଭର ପାନି ମେଁ ଡୁବ ମରନା ଚାହିହେ'।

ଏକ ସାକ୍ଷାତକାରରେ ସୁନୀଲ କହିଛନ୍ତି, 'ମୁଁ ଜାଣେ ନାହିଁ ଫିଲ୍ମ କାହା ପାଇଁ ତିଆରି ହୋଇଛି। ଏହି ଚଳଚ୍ଚିତ୍ରର ନିର୍ମାତାମାନେ 'ଚୁଲୁ ଭର ପାନି ମେଁ ଡୁବ ମରନା ଚାହିହେ' । "ମୁଁ ଫିଲ୍ମ ଦେଖିଛି। ଫିଲ୍ମ ଦେଖିବା ପରେ ମୁଁ ବହୁତ ନିରାଶ ହୋଇଛି। ଫିଲ୍ମକୁ ନେଇ ମୋର ଯାହା ଚିନ୍ତାଧାରା ଥିଲା ତାହା ବଦଳିଗଲା। ଏବଂ ମୋତେ ଲାଗିଲା ମୁଁ କାହିଁକି ଫିଲ୍ମ ଦେଖିବାକୁ ଆସିଲି। ମୋତେ ଏହି ଫିଲ୍ମ ପସନ୍ଦ ଆସିଲା ନାହିଁ। ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଏବଂ ସିନେମାଟୋଗ୍ରାଫି ଏହି 2ଟି ଜିନିଷ ମୋତେ ଭଲ ଲାଗିଲା। ଏହି ଦୁଇଟି ଦିଗକୁ ଛାଡିଦେଲେ ଫିଲ୍ମ ମୋତେ ବହୁତ ନିରାଶ କରିଛି।

ସୁନୀଲ ଲହରୀ ଆହୁରି କହିଛନ୍ତି, "ଫିଲ୍ମ ଦେଖିବା ପରେ ମୁଁ ଏହା ଉପରେ କଣ ପ୍ରତିକ୍ରିୟା ଦେବି ଜାଣି ପାରିଲିନି। ମୋ କଥା ଛାଡନ୍ତୁ, ଯେହେତୁ ମୁଁ ରାମାୟଣରେ ଏକ ଚରିତ୍ରରେ ଅଭିନୟ କରିଥିଲି, ଏପରିକି ଥିଏଟରରେ ମୋ ଚାରିପାଖରେ ଥିବା ଲୋକମାନେ ମଧ୍ୟ ଫିଲ୍ମ ଦେଖି ଖୁସି ନଥିଲେ। ଦୁଇଜଣ ମହିଳା ବସି ପରସ୍ପରକୁ କହିଲେ, ଚାଲ ଉଠ ପଳାଇଯିବା। ଆମେ କଣ ଦେଖୁଛୁ? ଏହା ଉପରେ ଅନ୍ୟ ମହିଳା କହିଥିଲେ, 'ଯଦି ଅନ୍ୟ କିଛି ନୁହେଁ, ଚାଲ କେବଳ ଭିଜୁଆଲ୍ ଇଫେକ୍ଟ ଦେଖିବା।' ମୋ ପାଖରେ ବସିଥିବା ଜଣେ ବ୍ୟକ୍ତି ତାଙ୍କ ବନ୍ଧୁଙ୍କୁ କହିଲା, 'ରାମାୟଣଙ୍କ ନାମରେ ସେମାନେ କ’ଣ ଦେଖାଉଛନ୍ତି ?''

ସୁନୀଲ କହିଛନ୍ତି, "ଏହା ଏକ ଆଧୁନିକ ଚଳଚ୍ଚିତ୍ର ନୁହେଁ। କେଉଁ ଦିଗରୁ ଏହା ଆଧୁନିକ? ଚରିତ୍ର ଟାଟୁ କଲେ ଏକ ଚଳଚ୍ଚିତ୍ର ଆଧୁନିକ ହୋଇଯାଏ କି ନା ଆଜିର ହେୟାର ଷ୍ଟାଇଲ?" ସେ ଆହୁରି ମଧ୍ୟ କହିଛନ୍ତି, "ଚରିତ୍ରଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ କିଛି ଯୁକ୍ତିଯୁକ୍ତ ନୁହେଁ। ହନୁମାନ ଜୀ ସଂଳାପ ଶୁଣି ନିଶ୍ଚୟ ତାଙ୍କ ମୁଣ୍ଡକୁ ପିଟୁଥିବେ। ହନୁମାନ ଜୀଙ୍କ ଉପେର ଲୋକଙ୍କ ଆସ୍ଥା ରହିଛି। ସେମାନେ ସଂଳାପ ଲେଖିବା ପୂର୍ବରୁ କଣ ଭାବିନଥିଲେ। ଏହା ହେଉଛି ବମ୍ବେ ଫୁଟପାଥ ଭାଷାର ବ୍ୟବହାର। କେବଳ ଜଣେ କଳାକାର ଭାବରେ ନୁହେଁ, ଜଣେ ମଣିଷ ତଥା ଦେଶର ନାଗରିକ ଭାବରେ ମୋତେ ଇଚ୍ଛା ହେଉଥିଲା ମୁଁ ପରଦାକୁ ଚିରିଦେବି।

ସେ ଆହୁରି କହିଛନ୍ତି, "ଏହି ଚଳଚ୍ଚିତ୍ରରୁ ମୋର ବହୁତ ଆଶା ଥିଲା। ଯେହେତୁ ଏହା ବିଷୟରେ ଅଧିକ ଆଲୋଚନା ହୋଇଥିଲା, ମୁଁ ଆଶା କରିଥିଲି ଏହା ଏକ ଭଲ ଦର୍ଶନ ଅଭିଜ୍ଞତା ସୃଷ୍ଟି କରିବ। ଯେତେବେଳେ ଗଣମାଧ୍ୟମ ମୋ ପାଖରେ ପହଞ୍ଚିଲା, ମୁଁ କହିଲି ମୁଁ ପ୍ରତିକ୍ରିୟା ଦେବି ନାହିଁ ମୁଁ ଫିଲ୍ମ ନ ଦେଖିବା ପର୍ଯ୍ୟନ୍ତ କିଛି ପ୍ରତିକ୍ରିୟା ଦେଇରପାରିବା ନାହିଁ। କିନ୍ତୁ ଏବେ ଫିଲ୍ମ ଦେଖିବା ପରେ ମୁଁ କ’ଣ କହିବି ଜାଣି ପାରୁନି।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.